ଶେଷରେ ସରିଲା ଅପେକ୍ଷା ଏକାଠି ହେଲେ ଆପଣଙ୍କ ପ୍ରିୟ ଯୋଡି Barsha Anubhab

ଓଲିଉଡ଼ ର ସୁପରଷ୍ଟାର ଅନୁଭବ ମହାନ୍ତି ଏବଂ ଓଲିଉଡ଼ କୁଇନ ବର୍ଷା ପ୍ରିୟଦର୍ଶନି ଙ୍କ ମଧ୍ୟରେ ଗତ କିଛି ଦିନ ହେବ ବିବାଦ ଲାଗିରହିଥିବା ବୋଲି ଆପଣ ଜାଣିଥିଲେ।

ତେବେ ବର୍ଷା ପ୍ରିୟଦର୍ଶିନୀ ଅନୁଭବଙ୍କ ନାମରେ ଶା-ରୀ-ରି-କ ଏବଂ ମା-ନ-ସି-କ ନିର୍ଯାତନା ଅଭିଯୋଗ କରିଥିଲେ ।ଅନୁଭବ ମଧ୍ୟ ବର୍ଷାଙ୍କ ନାମରେ ଦିଲ୍ଲୀ ପଟିଆଲା ହାଉସକୋର୍ଟରେ ଛାଡ଼ପତ୍ର ମାମଲା ରୁଜୁ କରିଥିଲେ ।ସୁପ୍ରିମକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୮ ତାରିଖରେ ହେବ..

କିନ୍ତୁ ବର୍ଷା ଏହି ମାମଲାକୁ ଦିଲ୍ଲୀ ରୁ କଟକ ଫାମିଲି କୋର୍ଟକୁ
ସ୍ଥାନାନ୍ତରିତ କରିବାକୁ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ l

ଗତ ଅକ୍ଟୋବର ୧୬ ତାରିଖରେ ବିଚାରପତି ହୃଷୀକେଶ ରାୟଙ୍କ ଉକ୍ତ ଆବେଦନର ଶୁଣାଣି କରାଯାଇ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ ମଧ୍ୟରେ ମଧ୍ୟସ୍ଥିତ କେନ୍ଦ୍ର ଜରିଆରେ ବୁଝାମଣା କେମିତି କରାଯିବ ସେହି ବିଷୟରେ ପ୍ରସ୍ତାବ ଦେଇଥିଲେ ।ଏହି ବିବାଦ ପାଇଁ ବୁଝାମଣା ନିମନ୍ତେ ଆସନ୍ତା ୧୮ତାରିଖରେ ମଧ୍ୟସ୍ଥତା କରାଯିବ।

ସୁପ୍ରିମକୋର୍ଟର ମଧ୍ୟସ୍ଥତା ସେଣ୍ଟର୍ ଏହି ନିଷ୍ପତି ନେଇଛନ୍ତି ।ଏହି ନିଷ୍ପତ୍ତି ଟି ଅପରାହ୍ନ ୩ ଟା ବେଳେ ଭିଡିଓ କନ୍ଫରେନ୍ସ ମାଧ୍ୟମରେ କରାଯିବ ।

ପୂର୍ବରୁ ଅନୁଭବ ଙ୍କ ଓକିଲ ଅଶ୍ଵିନୀ କୁମାର ଦୁବେ ଓ ବର୍ଷା ପ୍ରୟଦର୍ଶିନୀ ଙ୍କ ଓକିଲ ଙ୍କ ସହିତ ଆଲୋଚନା କରି ନଭେମ୍ବର ୧୫ ତାରିଖରେ ମଧ୍ୟସ୍ଥତା କରିବାକୁ ଠିକ କରିଥିଲେ।କିନ୍ତୁ ପରବର୍ତ୍ତୀ ସମୟରେ ଏହାକୁ ୧୮ ତାରିଖ କୁ ଘୁଞ୍ଚାଇ ଦିଆ ଯାଇଛି।

Leave a Comment

Your email address will not be published. Required fields are marked *

Scroll to Top