Priceless love storyଏମିତି ପ୍ରେମ କାହାଣୀ ଆଗରୁ କେବେ ଦେଖି ନଥିିବେ ଦୀର୍ଘ ୩୫ ବର୍ଷର ଅପେକ୍ଷା ପରେ ସଫଳତା

ଆଜି ମତେ ମିଳିଗଲା ମୋ ମନ ମୟୁରୀ”।ଏହି ପ୍ରେମ କାହାଣୀ ପାଇଁ ଏହି ଗୀତଟି ପ୍ରଯୁଜ୍ୟ।ଦୀର୍ଘ ବର୍ଷର ଅପେକ୍ଷା କରି ପୁଣି ଥରେ ଯୋଡ଼ି ହୋଇଛି ଭଙ୍ଗା ହୃଦୟ।

ହାତ ଗଣ୍ଠି ବି ପଡ଼ିଛି,ସହନାଇ ବି ବାଜିଛି।୩୫ ବର୍ଷ ପରେ ଏକ ହୋଇଯାଇଛନ୍ତି ପ୍ରେମୀ ଯୁଗଳ।ପ୍ରେମ ଆଗରେ ବାଧକ୍ ସାଜି ପାରି ନାହିଁ ବୟସ।ସଫଳ ହୋଇଛି ଅଧୁରା ପ୍ରେମ।

କର୍ଣାଟକ ର ହାସନ୍ ଜିଲ୍ଲାରେ ଏପରି ଏକ ଦମ୍ପତ୍ତି ବିବାହ କରିଛନ୍ତି।ପାରିବାରିକ ବିରୋଧ ଯୋଗୁ ୩୫ ବର୍ଷ ପୂର୍ବେ ହୋଇନଥିଲା ବାହାଘର।କିନ୍ତୁ ଏବେ ହୋଇଛି। ଚିକନା ନାମକ ଜଣେ ବ୍ୟକ୍ତି ଓ ଜୟ ମା କୁ ବିବାହ କରିଛନ୍ତି।

୩୫ ବର୍ଷ ପୂର୍ବେ ପରସ୍ପରକୁ ଭଲ ପାଉଥିଲେ।କେତେ ସ୍ବପ୍ନ ମଧ୍ୟ ଦେଖିଥିଲେ।କିନ୍ତୁ ସମାଜ ର ପିଢ଼ି ସାମ୍ନାରେ ଉଭୟେ ହାର ମାନିଯାଇଥିଲେ।ଶ୍ରମିକ କାମ କରିଥିଲେ ବୋଲି ଝିଅ ଘର ରାଜି ହୋଇନଥିଲେ।ବାପା ମା ଙ୍କ ଖୁସି ପାଇଁ ଜୟ ମା ଆଉ ଜଣଙ୍କୁ ବିବାହ କରିଥିଲେ ।

ଆଉ ଜଣଙ୍କୁ ବାହା ହେବା କଥା ଶୁଣି ଚିକନା ସହି ନ ପାରି ଗାଆଁ ଛାଡ଼ି ଚାଲିଯାଇଥିଲେ।ଜୟ ମା ଙ୍କ ପୁଅଟେ ମଧ୍ୟ ହୋଇଥିଲା। ଚିକନା ପରିଚିତ ଲୋକମାନଙ୍କ ଠୁ ଜୟ ମା ବିଷୟରେ ଜାଣିପାରୁ ଥିଲେ।

କିଛି ବର୍ଷ ପରେ ଜୟ ମା ଙ୍କ ସ୍ବାମୀ ତାଙ୍କୁ ଘରୁ ବାହାର କରିଦେଲେ।ଚିକନା ଏ ବିଷୟରେ ଜାଣି ଜୟ ମା ସହିତ ଯୋଗାଯୋଗ କରିବାକୁ ସ୍ଥିର କରିଲେ।ଏବଂ ୩୫ ବର୍ଷ ହେଉ ପଛେ ନିଜ ପ୍ରେମକୁ ସାକାର କରିବା ପାଇଁ ଶପଥ ନେଲେ। ଏବେ ଦୁହେଁ ବହୁତ ଖୁସି ଅଛନ୍ତି।

Leave a Comment

Your email address will not be published. Required fields are marked *

Scroll to Top