Special Report

କାଉର ଏହି ଚାରୋଟି କଥା ମନେ ରଖନ୍ତୁ । ବରଂ ଭୋକରେ ମରିଯିବେ କିନ୍ତୁ ଏହି ଚାରି ପ୍ରକାରର ଲୋକଙ୍କୁ କେବେ ମାଗନ୍ତୁ ନାହିଁ ସାହାଯ୍ୟ ।

ଆଜିକାର ଲେଖାରେ ଆମେ ଆପଣଙ୍କୁ ଏକ କାହାଣୀ ମାଧ୍ୟମରେ ଏହା କହିବୁ ଯେ କେଉଁ ଲୋକଙ୍କୁ କେବେବି ସାହାଯ୍ୟ ମାଗିବା ଉଚିତ ନୁହେଁ । କାରଣ ଦୁନିଆରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ସାହାଯ୍ୟ କରିବାତ ଦୂରର କଥା ଅଧିକ ସମସ୍ୟା ସୃଷ୍ଟି କରିଥାନ୍ତି ।

Portrait of Jungle crow, Tennōji Park, Osaka.

କାହାଣୀ ଅନୁଯାୟୀ ଏକ ଜଙ୍ଗଲରେ ଏକ ଯୋଡ଼ା କାଉ ରହୁଥିଲେ । କିନ୍ତୁ ଜଙ୍ଗଲ ନଷ୍ଟ ହୋଇଯିବାରୁ ସେଠାକାର ସବୁ ଜୀବଜନ୍ତୁ ନିପାତ ହୋଇ ଯାଇଥିଲେ। ଯେଉଁ କାରଣରୁ କାଉ ଏବଂ ତାର ସ୍ତ୍ରୀକୁ ଅଧିକାଂଶ ସମୟରେ ଭୋକରେ ରହିବାକୁ ପଡୁଥିଲା । ଏମିତି ଦୁହେଁ ଏକ ଶୁଖିଲା ଗଛ ଉପରେ ବସିଥିବା ସମୟରେ ଏକ ଶିକାରୀ କୁକୁର ମୁହଁରେ ମାଂସ ଖଣ୍ଡ ଧରି ସେହି ଗଛ ତଳକୁ ଆସି ବସିଲା ।

କାଉ ଦୁଇଟି ନେହୁରା ହୋଇ କୁକୁରଟିକୁ ଖାଇବାକୁ ମାଗିଲେ ଏବଂ ଶିକାରୀ କୁକୁରଟି ଅନେକ ସମୟ ଭାବିବା ପରେ ଖୁବ ଭଲରେ କଥା ହୋଇଥିଲା । ଯେମିତି କଥାରେ ଅଛି ତଳକୁ ମୁହଁ କରି ମିଠା ବାଣୀ କହୁଥିବା ବ୍ୟକ୍ତି ବେଇମାନ ହୋଇଥାଏ ।

Indian jungle crow perched in tree, Mudumalai, TN, India

ସେହିପରି କୁକୁରର କଥା ଶୁଣି କାଉର ସ୍ତ୍ରୀ ତଳକୁ ଆସିବା ସମୟରେ କାଉ ଅଟକାଇ ଦେଲା ଏବଂ କହିଲା ଯେ କୁକୁର ଶିକାରୀ ଏବଂ ସେ କେବେବି ଭୋଜନ ସାହାଯ୍ୟ କରିବ ନାହିଁ ଏବଂ ଆମକୁ ମଧ୍ୟ ଭୋଜନ ବନାଇବ । ତେଣୁ ଏହା କହି କାଉ ଏକ କାହାଣୀ ଶୁଣିବାକୁ ଲାଗେ ଯେ କେଉଁ ଚାରି ପ୍ରକାରର ଲୋକଙ୍କ ଉପରେ ଭରସା କରିବା ଉଚିତ ନୁହେଁ । ଗୋଟିଏ ଜଙ୍ଗଲରେ ଦୁଇଟି ମଇନା ବେଶ ଖୁସିରେ ରହୁଥିଲେ । ମାତ୍ର ସେମାନେ ଯେଉଁ ଗଛରେ ବସା ବାନ୍ଧିଥିଲେ ସେହି ଗଛ ତଳେ ଏକ କଳା ନାଗ ରହୁଥିଲା ।

ମଇନା ଯେତେବେଳେ ଅଣ୍ଡା ଦିଏ ସେତେବେଳେ ସାପ ତାହା ଖାଇ ଦେଉଥିଲା । ଯେଉଁ କାରଣରୁ ମଇନାର ବଂଶ ବୃଦ୍ଧି ହେଉ ନଥିଲା । ଥରେ ମଇନା ଗଛରେ ବସି କାନ୍ଦୁଥିଲା ଏବଂ ଏହି ସମୟରେ ଏକ ଶୁଆ ଆସି ମଇନାକୁ କାନ୍ଦୁଥିବାର କାରଣ ପଚାରେ ।

ଶୁଆ କହେ ଯଦି ଏହି ସମୟରେ ସାପର ବିର୍ତ୍ତାପକୁ ମୁକାବିଲା ନକରାଯାଏ ତେବେ ଆଗାମୀ ସମୟରେ ସେ ଆହୁରି ଜୀବଜନ୍ତୁଙ୍କୁ ମାରି ଖାଇବ । ଶୁଆ ଏକ ଉପାୟ ପାଞ୍ଚିଲା ଏବଂ ମଇନା ସହିତ ଯାଇ ସାପକୁ ମାରିବା ପାଇଁ କିଛି ମାଛ ଆଣିଲା । ଦୁହେଁ ଏକାଧିକ ବନ୍ଦୋବସ୍ତ ମାଛ ଆଣି ସାପର ଗାତ ସାମ୍ନାରେ ଥିବା ଏକ ନେଉଳର ଗାତ ପାଖରେ ଗୋଟିଏ ମାଛ ରଖିଦେଲା ଏବଂ ଆଉ କିଛି ଦୂରରେ ଆଉ ଏକ ମାଛ ଏମିତି ସାପର ଗାତ ପର୍ଯ୍ୟନ୍ତ ମାଛ ରଖିଦେଲେ । କାରଣ ସେମାନେ ଜାଣିଥିଲେ ଯେ ଏକ ସାପ ଉପରେ କେବଳ ନେଉଳ ହିଁ ଭାରି ପଡ଼ିଥାଏ ।

 

ନେଉଳ ଯେତେବେଳେ ଗାତରୁ ବାହାରି ମାଛ ଦେଖିଲା ସେତେବେଳେ ସେ ତାହାକୁ ଖାଇ ଦେଲା । ଏମିତି ଭାବି ସାପ ଗାତ ଭିତରେ କିଛି ଖାଦ୍ୟ ଥିବା ଅନୁମାନ କରି ନେଉଳ ଗାତ ଭିତରେ ପଶିଗଲା । ସାପକୁ ଦେଖି ନେଉଳ ଏବଂ ସାପ ମଧ୍ୟରେ ଲଢେ଼ଇ ଆରମ୍ଭ ହୋଇଗଲା ।

ନେଉଳ ସାପକୁ ଆକ୍ରମଣ କରି ତାକୁ ମାରିଦେଲା । ନେଉଳ ଗାତରୁ ବାହାରି ଆସିବା ପରେ ମଇନା ଏବଂ ଶୁଆ ତାକୁ ଧନ୍ୟବାଦ ଦେଲେ । ଯାହାର କାରଣ ନେଉଳ ପଚାରିବାରୁ ଦୁହେଁ ପୁରା ଘଟଣା କହିଲେ । ଏହି ଗପ କହି କାଉ କହେ ଯେ ଯିଏ ଦୁଷ୍ଟ ତା ସହିତ ଦୁଷ୍ଟତା ହିଁ କରିବା ଶ୍ରେୟସ୍କର ଅଟେ । ଏହିଭଳି ଚାରି ପ୍ରକାରର ଲୋକ ଅଛନ୍ତି ଯାହାଙ୍କ ଠାରୁ ସାହାଯ୍ୟ ମାଗିବା ଉଚିତ ନୁହେଁ ।

 

ପ୍ରଥମ ହେଉଛି ଶତ୍ରୁ । କାରଣ ଶତ୍ରୁକୁ ସାହାଯ୍ୟ ମାଗିଲେ ସେ ସାହାଯ୍ୟ କରିବା ବଦଳରେ କ୍ଷତି କରିବାକୁ ହିଁ ଚିନ୍ତା କରିବ । ଦ୍ଵିତୀୟ ଯେଉଁ ବ୍ୟକ୍ତି ନିଜ ପାଇଁ ଅନ୍ୟକୁ ସାହାଯ୍ୟ ମାଗୁଛି ତାହାକୁ କେବେ ସାହାଯ୍ୟ ମାଗିବା ଉଚିତ ନୁହେଁ । ତୃତୀୟରେ ଅନ୍ଧକାରରେ ଘେରି ରହିଥିବା ବ୍ୟକ୍ତିକୁ ସାହାଯ୍ୟ ମାଗିବା ଉଚିତ ନୁହେଁ । ଯେଉଁ ବ୍ୟକ୍ତି ନିଶାରେ ବୁଡ଼ି ରହିଥିବ ସେହି ବ୍ୟକ୍ତିକୁ ମଧ୍ୟ କେବେ ସାହାଯ୍ୟ ମାଗିବା ଉଚିତ ନୁହେଁ ।

Leave a Reply

Your email address will not be published. Required fields are marked *