ଯେତେବେଳେ Shiba linga ଙ୍କୁ ବଞ୍ଚେଇବା ପାଇଁ ଆସିଲେ ସ୍ୱୟଂ ଶେଷ ନାଗ ସେତେବେଳେ ଘଟିଲା ଏମିତି ଆଶ୍ଚର୍ଯ୍ୟକର ଘଟଣା – ଓଁ ନମଃ ଶିବାୟ

ବେଙ୍ଗଲ ରେ ଛୋଟ ଗାଁରେ ରହୁଥିବା ମୋହନ ଦାସ୍ ନାମକ ଜଣେ ବ୍ୟକ୍ତି ଭଗବାନ ଶିବଙ୍କ ଚମତ୍କାରିତା ବିଷୟରେ କହିଛନ୍ତି ଯାହା ଶୁଣିଲେ ଆଶ୍ଚଜ୍ୟ ହୋଇଯିବେ।

୧୦ ବର୍ଷ ପୂର୍ବର ଘଟଣା।ତାଙ୍କ ଗାଁରେ ଜଣେ ବୃଦ୍ଧ ବ୍ୟକ୍ତି ଥିଲେ ତାଙ୍କ ନାମ ହୀରା ଲାଲ୍ ଶର୍ମା।ହୀରା ଲାଲ୍ ସବୁଦିନ ରାତିରେ ଗୋଟିଏ ସ୍ବପ୍ନ ବାରମ୍ବାର ଦେଖୁଥିଲେ ।

ସେହି ଗାଁରେ ଗୋଟେ ନଦୀ ଅଛି ,ସେହି ନଦୀ ଭିତରେ ଏକ ଶିବଲିଙ୍ଗ ଅଛି।ତାପରେ ହିରାଲାଲ୍ ଗାଁରେ ଏହି ବିଷୟରେ ବୈଠକ ବସେଇଲେ।

ଏଵଂ ସ୍ୱପ୍ନରେ ଯାହା ଦେଖନ୍ତି କହିଥିଲେ।ଲୋକମାନେ କହିଲେ ଯଦି ଏଇଟା ସତ ତାହେଲେ ଆମେ ଭଗବାନ ଶିବଙ୍କ କଥା ମାନିବା ଉଚିତ୍ ।ତାପରେ ସେହି ସ୍ଥାନକୁ ଯାଇ ଖୋଳା ଖୋଳି ଆରମ୍ଭ କରିଥିଲେ।

ଏଵଂ ଲୋକମାନେ ମାଟି ତଳୁ ଖୋଳୁ ଖୋଳୁ ଶିବ ଲିଙ୍ଗ ପାଇଥିଲେ। ବହୁତ ପୁରୁଣା ଶିବ ଲିଙ୍ଗ ଥିଲା।ସମସ୍ତେ ଜାଣିପାରିଲେ କି ବହୁତ୍ ଚମତ୍କାର ଶିବ ଲିଙ୍ଗ ଅଟେ । ଶିବ ଲିଙ୍ଗ ସେହି ସ୍ଥାନରୁ କେହି ଉଠେଇପରିଲେନି।

ବୃଦ୍ଧ ଲୋକଟି କହିଥିଲେ ସେହି ସ୍ଥାନରେ ଶିବ ଲିଙ୍ଗ ପ୍ରତିଷ୍ଠା କରନ୍ତୁ। ଦିନେ ବାତ୍ୟା ବହୁତ୍ ଜୋରେ ହେଇଥିଲା ଓ ବର୍ଷା ମଧ୍ୟ ବହୁତ୍ ଜୋରେ ହେଉଥିଲା।ତାପରେ ନଦୀ ପାଖରେ ଶିବ ଲିଙ୍ଗ ଦେଖା ଯାଇନଥିଲା।

ସେ ଯେତେବେଳେ ଶିବ ଲିଙ୍ଗ ଥିବା ସ୍ଥାନକୁ ଦେଖିଲେ ଚମକି ପଡ଼ିଲେ।ସେଥି ଦେଖିଲେ ସ୍ଵୟଂ ଶେଷ ନାଗ ଶିବ ଲିଙ୍ଗ କୁ ରକ୍ଷା କରୁଥିଲେ।ଏହା ଦେଖି ସେ ଚାଲିଆସିଥିଲେ ।୩-୪ଘଣ୍ଟା ପରେ ବାତ୍ୟା କମିଗଲା।ତାପରଦିନ ଲୋକମାନଙ୍କୁ ଯେତେବେଳେ ଏହି ବିଷୟରେ କହିଲେ ସମସ୍ତେ ପାଗଳ କହିଲେ।

କିନ୍ତୁ କିଛି ଲୋକ ବିଶ୍ୱାସ କରୁଥିଲେ।ଜାଣିବ ପାଇଁ ଚାହିଁଲେ ମୋହନ ଯାହା କହୁଛି ସତ କହୁଛି କି ମିଛ ,ସମସ୍ତେ ନଦୀ ପାଖକୁ ଗଲେ।ଯେତେବେଳ ସମସ୍ତେ ଦେଖିଲେ ସେଠି କିଛି ନଥିଲା କିନ୍ତୁ ଶିବ ଲିଙ୍ଗ ପଛ ପଟେ ଏକ ବଡ଼ ପଥର ଥିଲା।

ଲୋକମାନେ କହିଲେ ତୁମକୁ ଭ୍ରମ ହୋଇଥିବ।ଶେଷ ନାଗ ନୁହେଁ, ଏକ ବଡ଼ ପଥର ଅଛି।ତାପରେ ସେଇଠି ଶିବ ଲିଙ୍ଗ କୁ ପ୍ରତିଷ୍ଠା କରିଥିଲେ।କିନ୍ତୁ ମୋହନ ଏ ଯାଏଁ ଜାଣିପାରିଲେନାହିଁ ତାଙ୍କ ସହିତ କଣ ହୋଇଥିଲା।

Leave a Comment