Devotional

ସାମ୍ନାକୁ ଆସିଲା ପଶୁପତିନାଥ ମନ୍ଦିରର ରହସ୍ୟ, ମନ୍ଦିର ବିଷୟରେ ଯାହା ଶୁଣିଲେ ବୈଜ୍ଞାନିକଙ୍କ ଉଡ଼ିଗଲା ହୋସ!

 

ନମସ୍କାର ପାଠକ ବନ୍ଧୁ । ବାନଧୁଗଣ ଆମ ହିନ୍ଦୁ ଧର୍ମରେ ଅନେକ ଦେବଦେବୀ ଅଛନ୍ତି । ଆଉ ଲୋକମାନେ ଅନେକ ଦେବଦେବୀଙ୍କୁ ପୂଜା ମଧ୍ୟ କରିଥାନ୍ତି । ଅନେକ ମନ୍ଦିର ମଧ୍ୟ ରହିଛି । ଆଉ ଅନେକ ମନ୍ଦିରର କିଛି ରହସ୍ୟ ମଧ୍ୟ ରହିଛି ।

ଏବେ ଏଭଳି କିଛି ଘଟଣା ସାମ୍ନାକୁ ଆସିଛି । ଦେବଙ୍କର ଦେବ ମହାଦେବ ତପସ୍ୟା ଦ୍ଵାରା ପ୍ରସନ୍ନ ହୋଇଥାନ୍ତି । ଯେଉଁମାନଙ୍କ ଉପରେ ଭଗବାନ ଶିବଙ୍କ ଆର୍ଶୀବାଦ ରହିଛି ସେମାନେ ବହୁତ ଉନ୍ନତି କରିଛନ୍ତି ।

ସେ ସମସ୍ତଙ୍କ ଉପରେ ପୂଜା ଦ୍ଵାରା ପ୍ରସନ୍ନ ହୋଇଥାନ୍ତି । ତାଙ୍କୁ ପଶୁ ମାନଙ୍କର ପତି କୁହାଯାଇଥାଏ । ତାଙ୍କୁ ପଶୁପତିନାଥ କୁହାଯାଏ । ଏଭଳି ରହସ୍ୟମୟୀ ମନ୍ଦିର ରହିଛି ଯାହାକୁ କେଦାରନାଥ ଧାମ ସହିତ ତୁଳନା କରାଯାଏ ।

ପଶୁପତିନାଥ ମନ୍ଦିରରେ ଏଭଳି କିଛି ଘଟଣା ଘଟିଛି ଯାହା ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ମନ୍ଦିରର ଅନେକ ରହସ୍ୟ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ । ନେପାଳର କାଠମାଣ୍ଡୁ ଠାରେ ଦେବପାଟନ ଗାଁରେ ବାଗମତି ନଦୀର କୂଳରେ ଏହି ପଶୁପତିନାଥ ମନ୍ଦିର ଅବସ୍ଥିତ ।

ଭଗବାନ ଶିବଙ୍କର ପଞ୍ଚମୁଖୀ ଥିବା ମୂର୍ତ୍ତି ଏଠାରେ ପୂଜା ପାଉଛନ୍ତି । ପ୍ରତ୍ୟେକ ମୁହଁରେ ଡାହାଣ ହାତରେ ରୁଦ୍ରାକ୍ଷ ମାଳା ଆଉ ବାମ ହାତରେ କମଣ୍ଡଳ ରହିଛି । ପାଞ୍ଚ ଦିଗକୁ ଭଗବାନ ଶିବଙ୍କ ମୁହଁ ହୋଇଛି ।

ମନ୍ଦିର ଭିତରକୁ ଯିବା ପାଇଁ ଚାରୋଟି ଦ୍ଵାର ରହିଛି ଯାହା ରୂପାରେ ନିର୍ମିତ । ଏହି ମନ୍ଦିରର ମହିମା ବହୁତ ଅଧିକ । ଏହି ମନ୍ଦିରରେ ଧ୍ୟାନ କରିଲେ ସମସ୍ୟାର ସମାଧାନ ହୋଇଥାଏ । ସେଠାରେ ବିରୁପାକ୍ଷଙ୍କ ମୂର୍ତ୍ତି ରହିଛି । ଏହା ମାଟି ତଳୁ ବାହାରିଛି । ଏହା କିରାତ ମାନଙ୍କର ପ୍ରସିଦ୍ଧ ଦେବତା ଅଟନ୍ତି ।

ଏହା ସବୁଠୁ ପ୍ରସିଦ୍ଧ ମନ୍ଦିର ଅଟେ । ଜୀବନର ଦେବତା ହେଉଛନ୍ତି ଏହି ପଶୁପତିନାଥ । ପାଣ୍ଡବ ମାନେ ଥିବା ସମୟରୁ ଏହି ମନ୍ଦିରର ସୃଷ୍ଟି ହୋଇଛି । ବଳଦର ମସ୍ତିସ୍କ ଏହି ନେପାଳର କାଠମାଣ୍ଡୁ ଠାରେ ପଡ଼ିଥିଲା । ଆଉ ସେଠାରେ ଏହି ପଶୁପତିନାଥ ମନ୍ଦିର ତିଆରି କରାଯାଇଛି ।

ଏହି ମନ୍ଦିର ହିନ୍ଦୁ ଏବଂ ବୁଦ୍ଧ ବାସ୍ତୁକଳାର ସୁନ୍ଦର ସମିଶ୍ରଣ ଅଟେ । ଏହି ମନ୍ଦିର ୨୬୪ କ୍ଷେତ୍ରଫଳର ଅଟେ ।ଏହାର ସରକ୍ଷଣ ନେପାଳ ପୋଲିସ କରୁଛନ୍ତି । ଏହି ମନ୍ଦିରର ଦୁଇଟି ଛାତ ତମ୍ବାରେ ତିଆରି କରାଯାଇଛି ସେଥିରେ ସୁନାର ଚାଦର ଚଢ଼ା ଯାଇଛି । ଏଭଳି ଅନେକ କଥା ଏହି ମନ୍ଦିର ବିଷୟରେ ଆପଣ ଏହି ଭିଡିଓ ମାଧ୍ୟମରେ ଜାଣିପାରିବେ ।

Leave a Reply

Your email address will not be published. Required fields are marked *