ରାଜ୍ୟ ଖବରଭାଇରାଲ ଭିଡିଓ

କୋବ୍ରାକୁ ଦେଖି ରାସ୍ତା ମଝିରେ ମାରିବାପାଇଁ ଆ-କ୍ର-ମ-ଣ କଲା ନେଉଳ, ଭିଡିଓରେ ଦେଖନ୍ତୁ କିପରି ହେଲା ଦୁହିଁଙ୍କ ମଧ୍ୟରେ ଜୀବନମରଣର ଲ-ଢେ-ଇ

ସାପ ଏବଂ ନେଉଳର ଶତ୍ରୁତା ବିଷୟରେ ତ ଆପଣ ନିଶ୍ଚୟ ଜାଣିଥିବେ | ଦୁହିଁଙ୍କ ମଧ୍ୟ ଏପରି ଶତ୍ରୁତା ରହିଛି ଯେ ସାପକୁ ଦେଖିବାମାତ୍ରେ ହିଁ ନେଉଳ ତାକୁ ଆକ୍ରମଣ କରିଦିଏ | ସେହିପରି ଯଦି ସାପକୁ ଜଣାପଡେ ଯେ ତାର ଆଖପାଖରେ କୌଣସି ନେଉଳ ଅଛି, ସେତେବେଳେ ସେ ସେଠାରୁ ପଳାଇ ଯିବାକୁ ଚେଷ୍ଟା କରେ | କିନ୍ତୁ ନେଉଳ କବଳରୁ ସାପ ଖସିଯିବାର ବହୁତ କମ ଘଟଣା ଦେଖିବାକୁ ମିଳେ | ଏହିପରି ଏକ ଭିଡିଓ ଆମକୁ ସୋସିଆଲ ମିଡିଆରେ ଦେଖିବାକୁ ମିଳିଲା | ଯେଉଁଥିରେ ଗୋଟିଏ ନେଉଳ କୋବ୍ରା ସାପ ଉପରେ ଆକ୍ରମଣ କରିଦେଲା | ତାପରେ କଣ ହେଲା ଏହା ଆପଣ ଏହି ଭିଡିଓରେ ନିଜେ ଦେଖିନିଅନ୍ତୁ |

ଏହି ଭିଡିଓକୁ ଲାଇଫ ଆଣ୍ଡ ନେଚର ନାମକ ଏକ ଟ୍ୱିଟର ଆକାଉଣ୍ଟରୁ ସେୟାର କରାଯାଇଛି | ଯାହାକୁ ବର୍ତ୍ତମାନ ସୁଦ୍ଧା ୧୭୦୦ ରୁ ଅଧିକ ଥର ଦେଖାଗଲାଣି | ଏହାସହିତ ୫୨ଟି ଲାଇକ ଏବଂ ନଅଥର ରିଟ୍ୱିଟ ମଧ୍ୟ କରାଯାଇଛି | ଏହି ଭିଡିଓରେ ଦେଖାଯାଇପାରେ ଯେ କୌଣସି ଏକ ଜଙ୍ଗଲ ମଝି ଦେଇ ଯାଇଥିବା ରାସ୍ତାରେ ଗୋଟିଏ କୋବ୍ରା ପାର ହେଉଛି | ଠିକ ସେତିକିବେଳେ ଗୋଟିଏ ନେଉଳ ସେଠାରେ ପହଞ୍ଚିଯାଏ ଏବଂ ତା ଉପରେ ଆ-କ୍ର-ମ-ଣ କରିଦିଏ | କୋବ୍ରା ଏବଂ ନେଉଳ ମଧ୍ୟରେ ଲ-ଢେ-ଇ ଆରମ୍ଭ ହୋଇଯାଏ | କୋବ୍ରା ଏବଂ ନେଉଳକୁ ରାସ୍ତା ମଝିରେ ଲ-ଢେ-ଇ କରୁଥିବାର ଦେଖି ସେଠାରେ ଯାଉଥିବା ଅନେକ ଗାଡି ଡ୍ରାଇଭର ଅଟକିଯାନ୍ତି |

କୋବ୍ରା ନିଜର ଜୀବନ ବଞ୍ଚାଇ ପଳାଇ ଯିବାପାଇଁ ଚେଷ୍ଟା କରେ, କିନ୍ତୁ ନେଉଳ ତାକୁ ଧରି ମାରିବା ଆରମ୍ଭ କରିଦିଏ | ଏହି ଭିଡିଓ ଦେଖି ବିଶ୍ୱାସ କରନ୍ତୁ ଆପଣଙ୍କ ଲୋମଟାଙ୍କୁରି ଉଠିବ, କାରଣ କୋବ୍ରା ନିଜର ଜୀବନ ବଞ୍ଚାଇବା ପାଇଁ ଫଣା ଉଠାଇ ଠିଆ ହୋଇଯାଏ | କିନ୍ତୁ ନ ଡରି ତାକୁ ଆକ୍ରମଣ କରେ | ନେଉଳ କୋବ୍ରାର ଫଣାକୁ ଧରି ତାକୁ ମାରିବାପାଇଁ ଚେଷ୍ଟା କରେ, କିନ୍ତୁ କୋବ୍ରା ଜୋରରେ ଅନ୍ୟପଟକୁ ଚାଲିଯାଏ |

ନେଉଳକୁ ଡ଼ରାଇବା ପାଇଁ କୋବ୍ରା ନିଜର ଫଣା ଉଠେ ଏବଂ ତା ଉପରେ ଆକ୍ରମଣ କରିବାପାଇଁ ଚେଷ୍ଟା କରିଥାଏ ଏବଂ ତାପରେ ଜୋରରେ ଅନ୍ୟ ପଟକୁ ଯିବାକୁ ଲାଗେ | ନେଉଳ ମଧ୍ୟ ତାକୁ ଛାଡେ ନାହିଁ ଏବଂ ସେ ତାକୁ ଲଗାତାର ମାରିବାପାଇଁ ଚେଷ୍ଟା କରେ | କୋବ୍ରା ସେଠାରୁ ପଳାଇ ଯାଇ ବୁଦା ମୂଳକୁ ଯିବାକୁ ଚେଷ୍ଟା କରିବା ମାତ୍ରେ ନେଉଳ ମଧ୍ୟ ତାକୁ ପିଛା କରେ | ଏହି ସମୟରେ ସାପ ରାସ୍ତା କଡରେ ତିଆରି ହୋଇଥିବା ନାଳ ଆଡକୁ ପଳାଇଯାଏ, କିନ୍ତୁ ନେଉଳ ତାର ଫଣାକୁ ଧରିନିଏ ଏବଂ ତାକୁ ଟାଣି ଆଣି ଅନ୍ୟ ବୁଦା ମୂଳକୁ ନେଇଯାଏ |

Leave a Reply

Your email address will not be published. Required fields are marked *