ରାଜ୍ୟ ଖବରଜ୍ୟୋତିଷ ଶାସ୍ତ୍ର

ଶ୍ରାବଣ ମାସରେ କରନ୍ତୁ ଏହି ଉପାୟ, ସବୁବେଳେ ରହିବେ ଋଣମୁକ୍ତ

ଶ୍ରାବଣ ମାସ ଆରମ୍ଭ ହୋଇଯାଇଛି, ଶିବଙ୍କର ଏହି ବିଶେଷ ମାସ ଜୁଲାଇ ୨୫ତାରିଖଠାରୁ ଅଗଷ୍ଟ ମାସ ୨୨ ପର୍ଯ୍ୟନ୍ତ ରହିବ | ଶ୍ରାବଣ ମାସ ଜଳତତ୍ତ୍ୱର ମାସ ହୋଇଥାଏ , ଏପରି ପରିସ୍ଥିତିରେ ଏହି ମାସରେ ଶୁକ୍ର ଏବଂ ଚନ୍ଦ୍ର ଦୁହେଁ ମଜବୁତ ରୁହନ୍ତି | ଏହି ଉଭୟ ଗ୍ରହ ସୁଖ ଏବଂ ସମୃଦ୍ଧି ପ୍ରଦାନ କରିଥାନ୍ତି | ଯଦି ଏହି ଦୁଇ ଗ୍ରହକୁ ମଜବୁତ କରାଯାଏ, ତେବେ ଆପଣଙ୍କ ଭାଗ୍ୟ ସହଜରେ ଉଜ୍ଜ୍ୱଳ ହୋଇପାରେ | ଶ୍ରାବଣର ଏହି ବିଶେଷ ମାସରେ ଆପଣଙ୍କୁ ଭଗବାନ ଶିବଙ୍କ ଆରାଧନା ସହିତ ଧନ ଏବଂ ଐଶ୍ୱର୍ଯ୍ୟ ପାଇଁ ଶୁକ୍ର ଏବଂ ଚନ୍ଦ୍ରଙ୍କର ମଧ୍ୟ ଉପାସନା କରିବା ଉଚିତ |

ଧନପ୍ରାପ୍ତି ପାଇଁ :-

ଶ୍ରାବଣ ମାସରେ ଆପଣଙ୍କୁ ନିୟମିତ ଭାବରେ ଶିବଲିଙ୍ଗ ଉପରେ ଜଳର ଧାରା ଅର୍ପଣ କରିବା ଉଚିତ | ସକାଳ ଏବଂ ସନ୍ଧ୍ୟାରେ ଶିବଙ୍କ ଦରିଦ୍ରତାନାଶ ମନ୍ତ୍ରକୁ ଆପଣ ଜପ କରିବା ଉଚିତ | ଏହି ମନ୍ତ୍ର ହେଉଛି ” ଓଁ ଦାରିଦ୍ରୟ ଦୁଃଖ ଦହନାୟ ନମଃ ଶିବାୟ ” |

ଋଣମୁକ୍ତ ପାଇଁ :-

ଋଣରୁ ମୁକ୍ତି ପାଇବାପାଇଁ ଆପଣଙ୍କୁ ସବୁଦିନ ଶିବ ମନ୍ଦିର ଯିବା ଉଚିତ | ଆପଣଙ୍କୁ ଶିବଲିଙ୍ଗ ଉପରେ ଜଳ ଅର୍ପଣ କରିବା ଉଚିତ | ତାପରେ ଭୋଲେ ଭଣ୍ଡାରୀଙ୍କ ଏକ ବିଶେଷ ମନ୍ତ୍ର ” ଓଁ ୠଣମୁକ୍ତେଶ୍ୱରାୟ ନମଃ ଶିବାୟ” କୁ ଜପ କରି ଋଣମୁକ୍ତ ହେବାପାଇଁ ପ୍ରାର୍ଥନା କରନ୍ତୁ | ଆପଣଙ୍କୁ ଏହି ଉପାୟ ଶ୍ରାବଣ ମାସର ସବୁ ମଙ୍ଗଳବାର ଦିନ କରିବା ଉଚିତ |

ଶୀଘ୍ର ବିବାହ ପାଇଁ :-

ଯଦି ଆପଣ ବିବାହ ହେଉନଥିବାରୁ ଚିନ୍ତିତ ଅଛନ୍ତି, ତେବେ ଆପଣଙ୍କୁ ଶିବଙ୍କ ଉପରେ ଜଳ ଚଢ଼ାଇବା ବ୍ୟତୀତ ନିଜ ବୟସ ସହିତ ସମାନ ବେଲପତ୍ର ଶିବଙ୍କୁ ଚଢ଼ାଇବା ଉଚିତ | ଆପଣଙ୍କୁ ଏକ ଦୁଇ ମୁଖି କିମ୍ବା ଛଅ ମୁଖି ରୁଦ୍ରାକ୍ଷ ମଧ୍ୟ ଧାରଣ କରିବା ଉଚିତ | ଆପଣଙ୍କୁ ଏହି ଉପାୟ ଶ୍ରାବଣର ପ୍ରତ୍ୟେକ ସୋମବାର ଦିନ କରିବା ଉଚିତ |

ଭାଗ୍ୟକୁ ମଜବୁତ କରିବାପାଇଁ :-

ନିଜ ଭାଗ୍ୟକୁ ମଜବୁତ କରିବାପାଇଁ ଆପଣଙ୍କୁ ଶିବଲିଙ୍ଗ ଉପରେ ଜଳ ଚଢ଼ାଇବା ଉଚିତ | ଆପଣଙ୍କୁ ଶିବଲିଙ୍ଗ ଉପରେ ବେଲପତ୍ର ସହିତ ସୁଗନ୍ଧ ଚଢ଼ାଇବା ଉଚିତ | ଯଦି ଆପଣ ରୁଦ୍ରାକ୍ଷ ମାଳା ଧାରଣ କରିବାପାଇଁ ଚାହୁଁଛନ୍ତି, ତେବେ ପ୍ରଥମେ ଶିବଲିଙ୍ଗ ସହିତ ସ୍ପର୍ଶ କରାନ୍ତୁ, ଏହାପରେ ହିଁ ଏହାକୁ ଧାରଣ କରନ୍ତୁ |

Leave a Reply

Your email address will not be published. Required fields are marked *