Special Report

ଶ୍ରୀମନ୍ଦିରକୁ ନେଇ ଉଠିଲା ବଡ କଥା,କହିଲେ ତମ ସ୍ବପ୍ନରେ କଣ ଖାଲି ପାଇଖାନା ଆସୁଛି ନା?

 

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ସୋସିଆଲ ମିଡିଆରେ ଆପଣମାନେ ଶ୍ରୀମନ୍ଦିରକୁ ନେଇ ଆସିଥିବା ଖବର ବିଷୟରେ ଆପଣମାନେ ଜାଣିପାରିବେ ।

ଆପଣମାନେ ସମସ୍ତେ ଏହି ଭିଡିଓ ମାଧ୍ୟମରେ ଅନେକ କଥା ଜାଣିବା ସହ ଅନେକ କିଛି ବିଷୟରେ ସୂଚନା ପାଇପାରିବେ । ଆପଣମାନେ ପୁରୀ ଶ୍ରୀମନ୍ଦିରରୁ ଆସିଥିବା ଅର୍ପଣ ରଥ ବିଷୟରେ ତ ଶୁଣିଥିବେ ।

ଏବେ ଯେଉଁ ଖବର ଆସିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଆପଣମାନେ ସମସ୍ତେ ତ ଅର୍ପଣ ରଥ ବିଷୟରେ ଶୁଣିବା ସହ ଏହି ଅର୍ପଣ ଗାଡ଼ିକୁ ଦେଖିଥିବେ ।

ଏହି ଗାଡ଼ି ସବୁ ସହର ଆଉ ଗାଁରେ ବୁଲୁଛି । ଲୋକମାନେ ଏହି ଅର୍ପଣ ରଥ ଦ୍ଵାରା ପ୍ରଭୁ ଜଗନ୍ନାଥଙ୍କ ପାଖକୁ ଗୁଆ ଆଉ ଅରୁଆ ଚାଉଳ ପଠାଉଛନ୍ତି । ଅର୍ପଣ ରଥ ସବୁ ଅଞ୍ଚଳକୁ ଯାଇ ଭକ୍ତଙ୍କ ଠାରୁ ଏହିସବୁ ଜିନିଷ ଆଣୁଛି । ଏବେ ଏହି ଘଟଣାକୁ ନେଇ କିଛି ଖବର ଆସୁଛି ।

ଜଣେ ବ୍ୟକ୍ତିଙ୍କୁ ମିଡ଼ିଆ ରିପୋର୍ଟର ଜଣକ ଏହି ବିଷୟରେ କିଛି କଥା ପଚାରିଛନ୍ତି ଆଉ ଏହି ବ୍ୟକ୍ତି ଜଣକ ଏହି ବିଷୟରେ କହିଛନ୍ତି । ମିଡ଼ିଆ ରିପୋର୍ଟର ଜଣକ ବ୍ୟକ୍ତି ଜଣଙ୍କୁ ପ୍ରଶ୍ନ କରିଛନ୍ତି କି ଶ୍ରୀମନ୍ଦିର ଭିତରକୁ ବାହାର ଜିନିଷ କିଛି ଯାଏ ନାହିଁ

ଆଉ ଏହି ପରିକ୍ରମା ପ୍ରକଳ୍ପ ପାଇଁ ଯେଉଁ ଅର୍ପଣ ରଥ ବୁଲୁଛି ସେଥିରେ ଲୋକମାନେ ଅରୁଆ ଚାଉଳ ଆଉ ଗୁଆ ଭଗବାନଙ୍କ ନାଁରେ ଅର୍ପଣ କରୁଛନ୍ତି ତାହା କଣ ହେବ ? ଏହି ବ୍ୟକ୍ତି ଜଣକ ଉତ୍ତର ଦେଇ କହିଛନ୍ତି ଏହି ସମ୍ପର୍କରେ ସ୍ପଷ୍ଟତାର ସହିତ ଉତ୍ତର ସେମାନେ ବି ପାଉ ନାହାଁନ୍ତି ।

ଶ୍ରୀମନ୍ଦିର ଉଦ୍ଦେଶ୍ୟରେ, ପରିକ୍ରମା ପ୍ରକଳ୍ପ, ଶୌଚାଳୟ ରାସ୍ତା ଉଦ୍ଦେଶ୍ୟରେ ଯେଉଁ ଚାଉଳ ସଂଗ୍ରହ କରାଯାଉଛି, କାହିଁକି ଚାଉଳ ସଂଗ୍ରହ କରାଯାଉଛି ଏହା କଣ ହେବ ? ଏହିସବୁ ପ୍ରଶ୍ନର ସ୍ପଷ୍ଟୀକରଣ ମିଡ଼ିଆ ଦ୍ଵାରା ସରକାର ଏହାର ଉତ୍ତର ରଖିବେ ବୋଲି ଆଶା କରାଯାଉଛି ।

ଚାରୋଟି ଶୌଚାଳୟ କରାଯାଉଛି ଏହି ସ୍ବପ୍ନ କାହାର ? ରାଜା ଇନ୍ଦ୍ରଦ୍ୟୁମ୍ନଙ୍କର, ବିଜୁ ପଟ୍ଟନାୟକଙ୍କର ନା ଗଜପତି ମହାରାଜାଙ୍କର ନା ପୁରୀ ବାସୀଙ୍କର ବୋଲି ପ୍ରଶ୍ନ କରିଛନ୍ତି ମିଡ଼ିଆ ରିପୋର୍ଟର ।

ଏହି ପ୍ରଶ୍ନ ଶୁଣି ବ୍ୟକ୍ତି ଜଣକ କହିଛନ୍ତି ସେକଥା କହି ହେବ ନାହିଁ । କିନ୍ତୁ ପରିକ୍ରମା ପ୍ରକଳ୍ପରେ ଆମର ଐତିହ୍ୟ ଏବଂ ପରମ୍ପରାକୁ ନଷ୍ଟ କରାଗଲା । ପ୍ରାଣ ପ୍ରତିଷ୍ଠା ହେଉ ନାହିଁ ଚାଉଳ ସଂଗ୍ରହ ଇତ୍ୟାଦି ହେଉଛି , ଏହିସବୁ କଥାକୁ ଓଡ଼ିଶାବାସୀ ଗୁରୁତ୍ୱପୂର୍ଣ୍ଣ ଭାବରେ ଗ୍ରହଣ କରିବା ଉଚିତ୍ ।

Leave a Reply

Your email address will not be published. Required fields are marked *