ତାମିଲ କରିବେ ଶାସନ ଓଡ଼ିଆ ଯିବେ ଦାଦନ।ତୁମେ ସବୁ ବସିକି ଅନେଇ ଥିବ,ସବୁ ସେ ଖାଇଯିବ!!

 

ନମସ୍କାର ପାଠକ ବନ୍ଧୁ । ବନ୍ଧୁଗଣ ଆପଣମାନେ ସମସ୍ତେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଦେଖିଥିବେ । ଏବେ ଏହି ଭିଡିଓ ମାଧ୍ୟମରେ ଆପଣମାନେ ଜାଣିପାରିବେ କି ଜଣେ ଯୁବକ ଯିଏ କି ଜଣେ ଯୁବ ନେତା ଅଟନ୍ତି ସେ ଅନେକ କିଛି କହିଛନ୍ତି ।

ଏହି ଯୁବ ନେତା ଜଣକ ହେଉଛନ୍ତି ପ୍ରିୟବ୍ରତ ନାଏକ । ତାଙ୍କର ଘର ହେଉଛି ପାରାଦ୍ଵୀପ । ତାଙ୍କୁ ରିପୋର୍ଟର ଭାଇ ତାଙ୍କ ଅଞ୍ଚଳର କିଛି ସମସ୍ୟା ବିଷୟରେ ପଚାରିଛନ୍ତି ଆଉ ଏହି ବିଷୟରେ ସେ କହିଛନ୍ତି ।

ମିଡ଼ିଆ ତାଙ୍କୁ ପ୍ରଶ୍ନ ପଚାରିଥିଲେ କି ଏହି ଯୁବ ନେତା ଜଣକ ଢ଼ିଙ୍କିଆକୁ ନେଇ ପ୍ରସଙ୍ଗ କରିଥିଲେ ଆଉ ଏହାକୁ ନେଇ ଏବେ ସେ ଉତ୍ତର ଦେଇ କହିଛନ୍ତି ତାଙ୍କ ଅଞ୍ଚଳରେ କଳକାରଖାନା ଅଛି ଆଉ ଏହା ଉପରେ ଆହୁରି ଅନେକ କଳକାରଖାନା ହେଲାଣି । ଚାଷ ଜମି ସବୁ ଏହି କାରଣରୁ ନଷ୍ଟ ହେଉଛି ।

ଆଉ ସେହି ଅଞ୍ଚଳରେ ଚାଷ ହୋଇଥାଏ କିନ୍ତୁ ଏହି କଳକାରଖାନା ହେବା ଦ୍ବାରା ସେଠାରେ ଆଉ ଚାଷ କାର୍ଯ୍ୟ ହେଉ ନାହିଁ । କମ୍ପାନୀ ଥାଇ ମଧ୍ୟ ସେଠାରେ ଲୋକାଲ ଲୋକ ଚାକିରୀ କରୁ ନାହାନ୍ତି । ସେଠାରେ ଯେଉଁ କମ୍ପାନୀ ସବୁ ଅଛି ସେମାନେ ଲୋକାଲ ଲୋକଙ୍କୁ ରଖିବାକୁ ମନା କରୁଛନ୍ତି ।

ଆଉ ସେମାନେ ବାହାରୁ ଲୋକ ଆଣି ସେଠାରେ କାମ କରାଉଛନ୍ତି । ଏହି ଯୁବକ ଜଣକ ହେଉଛନ୍ତି ଜଣେ ଉଦ୍ୟୋଗପତି । ଆଉ ତାଙ୍କର ବି କମ୍ପାନୀ ଅଛି ଆଉ ତାଙ୍କର କମ୍ପାନୀ ବାହାରେ ଅଛି । ସେଠାରେ ଓଡ଼ିଆ ମଧ୍ୟ ଚାକିରୀ କରୁଛନ୍ତି ।

ଆଉ ଏବେ ପାରାଦ୍ବୀପରେ ହେଇଥିବା କମ୍ପାନୀ ଓଡ଼ିଆ ଲୋକମାନଙ୍କୁ କାମରେ ରଖୁ ନାହିଁ । ଚାଷ ଜମି ନଷ୍ଟ ହୋଇଗଲାଣି । ଚାଷ କରି ହେଉ ନାହିଁ । ଧାନ ଚାଷ ଏବଂ ପାନ ଚାଷ ପାଇଁ ସେମାନେ କଣ ଆଉ କୌଣସି ସ୍ଥାନକୁ ଯିବେ ବୋଲି ପ୍ରଶ୍ନ କରିଛନ୍ତି ଯୁବନେତା ।

ଏହାସହ ଯୁବ ନେତା କହିଛନ୍ତି ତାଙ୍କର ଜମି ନେଇ କମ୍ପାନୀ ତିଆରି ହେଉଛି କିନ୍ତୁ ଚାକିରୀ ଦେଲା ବେଳକୁ ଓଡ଼ିଶା ବା ସେହି ଲୋକାଲ ଲୋକଙ୍କୁ ଚାକିରୀ ମିଳୁ ନାହିଁ । ଏହା କଣ ଠିକ୍ ।

https://youtu.be/chcbAo1f__8?si=f2eX6SLEYPlaOnBr

ଯେଉଁ ଓଡ଼ିଆମାନେ ସେଠାରେ କାମ କରୁଛନ୍ତି ସେମାନେ କଣ୍ଟ୍ରାକ୍ଟର ଅଣ୍ଡରରେ କାମ କରୁଛନ୍ତି । ଆଉ ଦେଖିବାକୁ ଗଲେ ପାରାଦ୍ବୀପରେ ଥିବା କମ୍ପାନୀ ଗୁଡିକରେ ଓଡ଼ିଆ ଲୋକ ୧ ପ୍ରତିଶତ ମଧ୍ୟ କାମ କରୁ ନାହାନ୍ତି । ଏହାସହ ଏହି ଯୁବନେତା ପ୍ରିୟବ୍ରତ ଅନେକ କଥା କହିଛନ୍ତି । ଏହିସବୁ କଥା ଆପଣମାନେ ଭିଡିଓ ଦେଖିଲେ ଜାଣିପାରିବେ ।

Leave a Comment