ମନୋରଞ୍ଜନ

ମୃତ ଦୁଇଟି ପରିବାର କୁ ୫୦-୫୦ ଲକ୍ଷ ର ସହାୟତା କରିବାକୁ ସରକାର୍ ଙ୍କୁ ନିବେଦନ କଲେ ସୁର ରାଉତରାୟ

ଗତ ଶୁକ୍ରବାର ରେ ଅରବିନ୍ଦ ଦାସ ଙ୍କ ମୃତ୍ୟୁ ଓ ପରେ ଓଡ୍ରାଫ୍ ଯବାନ ସୀତାରାମ ମୁର୍ମୁ ଙ୍କ ମୃତ୍ୟୁ ଖବର ଚାରିଆଡେ ଶୋକ ର ଛାୟା ଖେଲେଇଦେଇଛି । ୨ ଟି ପରିବାର ପାଇଁ ବହୁତ୍ ବଡ଼ ଅପୂରଣୀୟ କ୍ଷତି ହୋଇଛି । ସେହି ଦୁର୍ଘଟଣା କୁ କେହି ବି ଭୁଲି ପାରିବେ ନାହିଁ ।

ବିଭିନ୍ନ ରାଜ୍ୟ ,ଦେଶ ପାଇଁ ବହୁତ ଜଣ ପରିଶ୍ରମ କରିଥାନ୍ତି । ଅନ୍ୟ ଲୋକ ର ଜୀବନ ବଞ୍ଚେଇବା ପାଇଁ ନିଜ ଜୀବନ ମଧ୍ୟ ଦେଇଛନ୍ତି । ତେବେ ସୀତାରାମ ମଧ୍ୟ ସେହି ଭଳି ଜଣେ ପରୋପକାରୀ ମଣିଷ ଥିଲେ । ତାଙ୍କ ଜୀବନ ରେ ସେ ବହୁତ୍ ଲୋକ ଙ୍କ ଜୀବନ ରକ୍ଷା କରିଛନ୍ତି । ଓ ଶେଷରେ ନିଜ କାର୍ଯ୍ୟ କରିବା ସମୟ ରେ ହିଁ ଦୁର୍ଘଟଣା ରେ ତାଙ୍କର ଅକାଳ ବିୟୋଗ ହୋଇଛି ।

ତେବେ ବିଭିନ୍ନ ସଂଘ ତରଫରୁ ବହୁତ୍ ଶୋକ ସଭା , କ୍ୟାଣ୍ଡେଲ୍ ରାଲି ଆଦି କରା ଯାଇଛି। ତେବେ ଜଟଣୀ ବିଧାୟକ ସୁର ରାଉତରାୟ ୨ ପରିବାର କୁ ୫୦ ଲକ୍ଷ ଟଙ୍କା ସାହାଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରିଛନ୍ତି ।

ତେବେସେମିତି ସାହାଯ୍ୟ କଲେ ବହୁତ୍ ଜଣ ସଂସ୍ଥା ସାହାଯ୍ୟ କରିବାକୁ ଉତ୍ସାହିତ ହେବେ ବୋଲି ବିଧାୟକ କହିଛନ୍ତି ।ତେବେ ସବୁ ପରେ ବି ୨ ଟି ଜୀବନ ଚାଲିଯିବା ର ଦୁଃଖ କେବେ ବି ତାଙ୍କ ପରିବାର ଭୁଲି ପାରିବେ ନାହିଁ । ଦୁହିଁଙ୍କ ଆତ୍ମା ର ସଦଗତି ହେଉ ଏହା ହିଁ ଭାଗବାନ ଙ୍କ ନିକଟରେ ପ୍ରଥନା ।

Leave a Reply

Your email address will not be published. Required fields are marked *