ରାଜ୍ୟ ଖବର

Sumit ଙ୍କ ବାରଣ୍ଡା ରେ Tapaswini , ପୁଣି ସେଇ ଅବସ୍ଥା, ଏବେ କୋର୍ଟ ର ନିଷ୍ପତି କୁ ଅପେକ୍ଷା…

ସୁମିତ ଓ ତପସ୍ୱିନୀ ମାମଲା ସମାଧାନ ହେବା ବଦଳରେ ଆହୁରି ଜଟିଳ ହେବାରେ ଲାଗିଛି।ବିବାଦ ଏଯାଏଁ ବି ତୁଟି ନାହିଁ।ବ୍ରହ୍ମପୁରରେ ପୁଣି ତପଶ୍ଵନି ଶାଶୁଘର ସାମ୍ନାରେ ଧାରଣ ରେ ବସିଛନ୍ତି।ନ୍ୟାୟ ନ ମିଳିଲା ଯାଏଁ ଧାରଣ ଜାରି ରହିବ ବୋଲି ତପଶ୍ୱନି କହିଛନ୍ତି।

ଗତ ମାସରେ ଶାଶୁଘର ଆଗରେ ଧାରଣାରେ ତପଶ୍ୱନି ବସିଥିଲେ। ଓ କହିଥିଲେ ସ୍ବାମୀଙ୍କର ଦେହ ଖରାପ୍ ଅଛି।ସ୍କୁଟିରେ ସାଙ୍ଗ ସହିତ ବୁଲୁଛନ୍ତି।ପୂର୍ବରୁ କହିଥିଲେ ସୁମିତ ତାଙ୍କୁ କୋର୍ଟରେ ବିବାହ କରିଥିଲେ।ଏପରିକି ସେ ଶାଶୁଘରେ ୬ ମାସ ପର୍ଯ୍ୟନ୍ତ ରହିଥିଲେ।ପରେ ବୈଦିକ ରୀତିରେ ବିବାହ କରିବାକୁ କହି ଶାଶୁଘର ଲୋକ ତାଙ୍କ ବାପ ଘରକୁ ପଠେଇଦେଇଥିଲେ।

୧୧ ଦିନ ଧାରଣ ରେ ବସିବା ପରେ ବ୍ରହ୍ମପୁର ସୁମିତ ଓ ତପଶ୍ୱନି ଙ୍କୁ ୭ ଦିନ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।ତାପରେ ୧୦ ତାରିଖ ରୁ ସୁମିତ କୁଆଡେ ପଲେଇଯାଇଥିଲେ।ସୁମିତ ଅଡିଓ ଜାରି କରିଥିଲେ।ସୁମିତ୍ ଙ୍କ ଘରେ ସମସ୍ତେ ଥାଇ ମଧ୍ୟ ତପଶ୍ୱନି ଗତ ରାତିରେ ଧାରଣାରେ ବସିଛନ୍ତି।

ନ୍ୟାୟ ମିଳିବା ପର୍ଯ୍ୟନ୍ତ ସେଠୁ ସେ ଉଠିବେ ନାହିଁ।କହିଛନ୍ତି ଯେ ସେ ତାଙ୍କ ଶାଶୂଘର ଯିବାକୁ ଅନୁମତି ଦେବେ।ଯଦି ଅନୁମତି ନ ଦିଆଯାଏ, ଧାରଣ ଜାରି କରିବେ ବୋଲି କହିଛନ୍ତି। ତପଶ୍ୱନି ଓ ସୁମିତ ରହିବେ କି ନାହିଁ ଆବେଦନ କରାଯାଇଛି।

Leave a Reply

Your email address will not be published. Required fields are marked *