ବହୁ ବାଦବିବାଦ ପରେ ତପଶ୍ଵନି ଙ୍କୁ ମିଳିଲା ନ୍ୟାୟ।ସେ ତାଙ୍କ ଶାଶୁଘରେ ଏବେ ରହିବେ।କିନ୍ତୁ ତପସ୍ୱିନୀ ଙ୍କ ସ୍ବାମୀ ଡାକ୍ତର ସୁମିତ ଏବେ ଘରେ ନାହାନ୍ତି।ସୁମିତ ଙ୍କ ବାପା ପ୍ରମୋଦ ସାହୁ ମଧ୍ୟ ଘରେ ନାହାନ୍ତି। ତପସ୍ୱିନୀ ଙ୍କ ପାଇଁ ଏହା ଏକ ବହୁତ ବଡ଼ ପରୀକ୍ଷା।
ଏଥିରେ ତପଶ୍ଵନି ହାରିଯିବେ କି?କାରଣ ଏତେ ସବୁ ହୋଇସାରିବା ପରେ ତପଶ୍ଵନି ଓ ସୁମିତ ଙ୍କ ମନ ମିଳୁନାହିଁ। ତପଶ୍ୱନି ଚାହୁଁଛନ୍ତି ଯେ ଡାକ୍ତର ସୁମିତ ତାଙ୍କ ପାଖରେ ରୁହନ୍ତୁ।ମନରେ ଏକାଗ୍ରତା,ଦୃଢ଼ ବିଶ୍ବାସ ରଖି ସୁମିତ କେବେ ଆସିବେ ଚାହିଁ ବସିଛନ୍ତି ତପଶ୍ୱନି।
ସେ କହିଛନ୍ତି ସାତ ଜନ୍ମ କଣ ସତୁରୀ ଜନ୍ମ ଯାଏଁ ଅପେକ୍ଷା କରିବେ।ସୁମିତ ଓ ଶଶୁରଙ୍କ ରାଗ ତପସ୍ୱିନୀ ଙ୍କ ପ୍ରତି ଥମ୍ବୁ ନାହିଁ।ଘରେ ରହିବା ପାଇଁ ଅଧିକାର ମିଳିଲେ ବି ସୁମିତ ଓ ଶଶୁରଙ୍କ ଜିଦ୍ ଭାଙ୍ଗୁ ନାହିଁ।ଏହି ଘଟଣାଟି ପୁଣି ନୂଆ ମୋଡ଼ ନେଇପାରେ।ସେ କହିଛନ୍ତି ଏବେ ବି ଘର ଫେରି ପାଇନାହାନ୍ତି।
https://youtu.be/q-srnSYz6S4
ଘର ମିଳିଲା କିନ୍ତୁ ସୁମିତ ମିଳିଲେ ନାହିଁ।ସେ ସୁମିତ ଙ୍କୁ ଓ ଶଶୁରଙ୍କୁ ସମ୍ମାନ କରନ୍ତି ଓ ସେ କିଛି ଭୁଲ୍ କରିଛନ୍ତି ଯଦି କ୍ଷମା ମାଗିଛନ୍ତି। କିଛି ପରିସ୍ଥିତିରେ କ୍ଷମା ବଦଳରେ ଦଣ୍ଡ ମଧ୍ୟ ଦିଆ ଯାଇଥାଏ। ବିନା କାରଣରେ ୩୯ ଦିନ ହୋଇଗଲାଣି ତପସ୍ୱିନୀ ଦଣ୍ଡ ପାଉଛନ୍ତି।