ଭାଇରାଲ ଭିଡିଓ

ତପସ୍ଵିନୀ ଘଟଣା ରେ ନୂଆ ମୋଡ଼, ସାମ୍ନା କୁ ଆସିଲା ଭାଇରାଲ କଲ୍ ରେକର୍ଡ, ଦେଖନ୍ତୁ…

ପୁଅ ଝିଅ ପ୍ରେମ କରି ବହୁତ ଭୁଲ କରିଦିଅନ୍ତି ତେବେ । ପ୍ରେମ ପାଇଁ ବହୁତ ବଡ଼ ବଡ଼ ଘଟଣା ଦୁର୍ଘଟଣା ଘଟିଚାଲିଛି । ବହୁତ ସମୟରେ ପରିବାର ଲୋକ ଏହି ପ୍ରେମ କୁ ସ୍ୱୀକୃତି ଦେଇ ନଥାନ୍ତି ତେଣୁ ମଧ୍ୟ ବହୁତ ଅସୁବିଧା ହୋଇଥାଏ । ଆପଣ ମାନେ ବ୍ରହ୍ମପୁର ର ତପସ୍ୱିନୀ ଦାସ ଏବଂ ଡାକ୍ତର ସୁମିତ କୁମାର ସାହୁ ଙ୍କ ବିଷୟରେ ତ ଜାଣିଥିବେ । ଉଭୟଙ୍କ ରେଜେଷ୍ଟ୍ରି ମ୍ୟାରେଜ ହୋଇଥିଲେ ମଧ୍ୟ ଶାଶୁ ଘର ଲୋକ ତପସ୍ୱିନୀ ଙ୍କୁ ବୋହୁ ଭାବରେ ଗ୍ରହଣ କରିବାକୁ ଇଚ୍ଛା ରଖିନାହାନ୍ତି । ତେବେ ତପସ୍ୱିନୀ ମଧ୍ୟ ତାଙ୍କର ଓ ତାଙ୍କ ସ୍ୱାମୀ ଙ୍କ ସହ ଭଲ ସମ୍ପର୍କ ଥିଲେ ମଧ୍ୟ ସୁମିତ ଙ୍କ ପରିବାର ତାଙ୍କୁ ଅଲଗା କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ।

ଏବଂ ସୁମିତ ଜଣେ ଡାକ୍ତର ହୋଇ କେତେ ଜୀବନ ରକ୍ଷା କରିଥିଲାବେଳେ ନିଜ ସ୍ତ୍ରୀ ଙ୍କ ଜୀବନ କୁ କେମିତି ହତାଦର କରୁଛନ୍ତି ତାହା ପଚାରୁଛନ୍ତି । ଏବଂ ସୁମିତ ନିଜ ପରିବାର ଲୋକ ଙ୍କୁ ଲୁଚି ବାଥରୁମ ରେ ଫୋନ ରେ ତାଙ୍କ ସହ କଥା ହୁଅନ୍ତି ବୋଲି ତପସ୍ୱିନୀ ମତ ଦେଇଥିଲେ । ତେବେ ଚାରିଦିନ ଧରି ଦିନ ରାତି ତପସ୍ୱିନୀ ସୁମିତ ଙ୍କ ଘର ଆଗରେ ବସି ରହିଛନ୍ତି ।ହେଲେ ଶଶୁର ଘର ଲୋକ ତାଙ୍କ କଥା ଶୁଣୁନାହାନ୍ତି ।

ଏବଂ ସବୁ କିଛି କୋର୍ଟ ରେ ହିଁ ସମାଧାନ ହେବ ବୋଲି କହି ଚାଲିଯାଉଛନ୍ତି । ତେବେ ଏହି ସବୁ ମଧ୍ୟରେ ବିଭିନ୍ନ ତଥ୍ୟ ସାମ୍ନା କୁ ଆସୁଛି । ସୁମିତ ଓ ତାଙ୍କ ବାପା କଥା ହେବାର ଅଡିଓ ବି ଏବେ ଶୁଣିବାକୁ ମିଳୁଛି ଏବଂ

ଏହି ଅଡିଓ ରେ ସୁମିତ ଙ୍କ ବାପା ତପସ୍ୱିନୀ ଙ୍କ ସହ କଥା ନ ହେବାକୁ ସୁମିତ କୁ ତାଗିଦ କରୁଛନ୍ତି । ଏବଂ ତପସ୍ୱିନୀ ଚିରାଚରିତ ଭାବରେ ମିଛ ଉପରେ ମିଛ କହୁଥିବା କଥା ସେ କହୁଛନ୍ତି । ତେବେ ସୁମିତ ଙ୍କ ଉପରେ ତପସ୍ୱିନୀ ଓ ତାଙ୍କ ପରିବାର କିଛି ଭୌତିକ ସକ୍ତି ତଥା ଗୁଣି କରିଥିବା କଥା ମଧ୍ୟ ସୁମିତ ଙ୍କ ବାପା କହୁଛନ୍ତି । ଏବଂ ସୁମିତ ଙ୍କୁ ହନୁମାନ ଚାଲିଶା ପାଠ କରି ଭଗବାନ ଙ୍କୁ ଡାକିବାକୁ କହିବା ସହ ନିଜ ଭବିଷ୍ୟତ ପାଇଁ ଚିନ୍ତା କରି ଠିକ ନିଷ୍ପତି ନେବାକୁ ସୁମିତ ଙ୍କୁ କହିଛନ୍ତି । ତେବେ ସୁମିତ ଯେଉଁ ଭୁଲ କରିଛନ୍ତି ଏବଂ ପରିବାର ରେ ବାପା ମା ଙ୍କୁ କିଛି ନ କହି ନିଜେ ସବୁ ଡିସିସନ ନେଇଥିବା କାରଣ ରୁ ସୁମିତ ଙ୍କ ବାପା ମଧ୍ୟ ରାଗୁଛନ୍ତି

ତେବେ ସୁମିତ ଓ ତପସ୍ୱିନୀ ପରସ୍ପର କୁ ପ୍ରେମ କରି ବିବାହ କରିଥିଲେ ଏବେ ଏକାଠି ମଧ୍ୟ ରହୁଥିଲେ । ହେଲେ ଏବେ ସୁମିତ ମଧ୍ୟ ତପସ୍ୱିନୀ ଙ୍କ ଠାରୁ ବିଛେଦ ହେବାର ଇଚ୍ଛା ରଖୁଛନ୍ତି । ଆଗକୁ ଏହି ଦୁହିଁଙ୍କ ତେବେ କେଉଁ ମୋଡ ନେବ ଏବଂ ଦୁଇ ଜଣ କଣ ନିଷ୍ପତି ନେବେ କେହି ଜାଣିନାହାନ୍ତି ….

Leave a Reply

Your email address will not be published. Required fields are marked *