Tapswini sumit ମାମଲାରେ ନୂଆ ମୋଡ ସୁମିତ କହିଲେ ସବୁ ସତ ଆଉ ଏକାଠି ରହିବା ସମ୍ଭବ ନୁହେଁ

ସୁମିତ ତପସ୍ୱିନୀ ମାମଲାରେ ଏବେ ଦେଖା ଦେଇଛି ନୂଆ ମୋଡ଼ । ତପସ୍ଵିନୀ ସୁମିତ ମାମଲାରେ ବର୍ତ୍ତମାନ୍ ପ୍ରତିକ୍ରିୟା ରଖିଛନ୍ତି ସୁମିତ । ତପସ୍ଵିନୀ ଙ୍କୁ ଆଉ ସେ ସ୍ବୀକାର କରିବା ପାଇଁ ଚାହୁଁ ନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି ।

ଶଶୁର ପ୍ରମୋଦ ସାହୁ ଏବଂ ସ୍ଵାମୀ ସୁମିତ ସାହୁ ଦୁହେଁ ନିଖୋଜ ଥିବା ବେଳେ ହାଇ କୋର୍ଟ ରେ ନିଜର ଅଭିଯୋଗ ଦାଖଲ କରିବା ପାଇଁ ଆସିଥିଲେ । ତପସ୍ଵିନୀ ବର୍ତ୍ତମାନ୍ ଶଶୁର ପ୍ରମୋଦ ସାହୁ ଙ୍କ ଘରେ ରହିଥିବା ବେଳେ ଘର ହୋଇଯାଇଛି ପୁରୁଷ ଶୂନ୍ୟ ।

ତପସ୍ଵିନୀ ଏବଂ ସୁମିତ ଏକାଠି ହେବା ପାଇଁ ବର୍ତ୍ତମାନ୍ ସାରା ଓଡ଼ିଶା ଚାହୁଁ ଥିବା ବେଳେ ତପସ୍ୱିନୀ ସୁମିତ ଙ୍କ ର ଭିନ୍ନ ମତ । ତପସ୍ଵିନୀ ଙ୍କ ହଁ ହେଲେ ସୁମିତ ଙ୍କ ନାହିଁ । କିନ୍ତୁ ଥରେ ମିଡିଆରେ ସୁମିତ ମଧ୍ୟ ସ୍ବୀକାର କରିଥିଲେ ସେ ତପସ୍ୱିନୀ ଙ୍କୁ ଭଲ ପାଆନ୍ତି ।

କିନ୍ତୁ ଏତେସବୁ ହେଲା ପରେ ସେ ତାଙ୍କ ସହ ରହିବା ପାଇଁ ଚାହୁଁ ନାହାନ୍ତି । ତପସ୍ଵିନୀ ସୁମିତ ଙ୍କୁ ଚାଲେଞ୍ଜ କରି ହାଇ କୋର୍ଟ ଯାଇଥିବା ବେଳେ ବର୍ତମାନ ଆଗାମୀ ତାରିଖ କୁ ଅପେକ୍ଷା କରାଯାଇଛି । ଏହି ଘଟଣା କେବେ ସମାଧାନ ହେବ ବିଶେଷ ସୂତ୍ର ରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

 

Leave a Comment