ଟାଟା ପାୱାର ରେ ଚାକିରି କରିଦେବ କହି ୮୦ ହଜାର ନେଉଥିଲା ବେଳେ ଭିଜିଲାନ୍ସ ହାତରେ ଧରି ପଡ଼ିଲେ ସହକାରୀ ଯନ୍ତ୍ରୀ

ଲୋଭ ମଣିଷ ର ପରମ ଶତ୍ରୁ ସେ କଥା ଆପଣ ମାନେ ସମସ୍ତେ ଜାଣିଥିବେ । ତେବେ ଏମିତି ବହୁତ ଜଣ ଚାକିରିଆ ଲୋକ ଅଛନ୍ତି ,ଯିଏ ଚାକିରି କରେଇଦେବେ କହି ଲାଞ୍ଚ ମାଗି ନେଇଥାନ୍ତି । ଲାଞ୍ଚ ନେଉଥିବା ଲୋକ ସମାଜ ପାଇଁ ବହୁତ୍ ଖରାପ ପ୍ରଭାବ ପକେଇଥନ୍ତି । ଆସନ୍ତୁ ସେମିତି ଜଣେ ଲାଞ୍ଚ ନେଇ ଚାକିରି କରିଦେବେ କହି ଭିଜିଲାନ୍ସ ହାତରେ ଧାରା ପଡ଼ିଥିବା ବ୍ୟକ୍ତି ଙ୍କ କାରନାମା ସମ୍ପର୍କିତ ଖବର ଜାଣିବା ।

ଲ୍ୟାଡ୍ରର ମ୍ୟାନ ଚାକିରି କାରେଇଦେବେ କହି ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧାରା ପଡିଛନ୍ତି ଟାଟା ପାୱାର ସାଉଥର୍ଣ୍ଣ ଓଡିଶା ଡିଷ୍ଟ୍ରୀବ୍ୟୁସନ ଲିମିଟେଡ , ଏସଡିଓ କାଯ୍ୟାଳୟ ର ସହକାରୀ ଯନ୍ତ୍ରୀ କେ ଶ୍ରୀନିବାସ ପାତ୍ର ।

 

ସୂଚନା ଅନୁଯାୟୀ ଟିପିଏସ୍ଓଡି ଏଲ୍ ରେ ଆଉଟସୋ ସିଂ ରେ ସିକୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତି ଙ୍କୁ ଚାକିରି କରାଇ ଦେବେ କହିଥିଲେ ଓ ଏହି ଚାକିରି ପାଇଁ ଲାଞ୍ଚ ୨୦ ହଜାର ଟଙ୍କା ମାଗିଥିଲେ ।

ବ୍ୟକ୍ତି ଜଣଙ୍କ ଭିଜିଲାନ୍ସ ଙ୍କୁ ଏହି କଥା ଜଣାଇଥିଲେ । ଯୋଜନା ମୁତାବକ ବ୍ୟକ୍ତି ଜଣଙ୍କ ଟଙ୍କା ଦେଇଥିଲେ ଓ ଟଙ୍କା ନେବା ସମୟ ରେ ଗିରଫ କରିଛି କୋରାପୁଟ ଭିଜିଲାନ୍ସ । ଶ୍ରୀନିବାସ ଙ୍କ ଆଲମୀରା ରୁ ୮୬ ହଜାର ୫୧୦ ଟଙ୍କା ଓ ତାଙ୍କ ଭଡା ଘରୁ ୪ ହଜାର ୮୦୦ ଟଙ୍କା ମିଳିଛି । ଶ୍ରୀନିବାସ ଙ୍କୁ ଜେରା କରି,ସବୁ ତଦନ୍ତ କରା ଯିବା ଏବଂ କୋର୍ଟ ଚାଲାଣ କରାଯିବ । ଏମିତି ଲାଞ୍ଚ ନେଉଥିବା ବ୍ୟକ୍ତି ପାଇଁ କଠୋର ଦଣ୍ଡ ନିହାତି ଦରକାର।

Leave a Comment