କର୍ମଚାରୀ ହସ୍ପିଟାଲରେ ଛେପ ପକାଇଲେ, କଲେକ୍ଟର ସେହି କର୍ମଚାରୀଙ୍କ ହାତରେ ହିଁ ସଫା କରାଇଲେ

ମଧ୍ୟପ୍ରଦେଶର ଆଦିବାସୀ ପ୍ରାଧାନ୍ୟ ଜିଲ୍ଲା ଡିନ୍ଦୋରିରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି, ଯେତେବେଳେ ଜଣେ ବ୍ୟକ୍ତି ହସ୍ପିଟାଲ ପରିସରର ଗାଡି ପାର୍କିଂ ସ୍ଥାନରେ ଛେପ ପକାଇଲେ ଏବଂ ତାକୁ ଜିଲ୍ଲାର କଲେକ୍ଟର ରତ୍ନାକର ଝା ଦେଖିଦେଲେ | ସେତେବେଳେ ସେ ଏହା ଦେଖି ରାଗିଗଲେ ଏବଂ ଯେଉଁ ବ୍ୟକ୍ତି ଛେପ ପକାଇଥିଲେ, ତାଙ୍କ ହାତରେ ହିଁ ରାସ୍ତା ଉପରେ ପଡିଥିବା ଛେପକୁ ସଫା କରାଇଲେ | ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରଲ ମଧ୍ୟ ହେଉଛି |

ଡିନ୍ଦୋରି କଲେକ୍ଟର ପହଞ୍ଚିଥିଲେ ପର୍ଯ୍ୟବେକ୍ଷଣ କରିବାକୁ :-

କୁହାଯାଉଛି ଯେ ମଙ୍ଗଳବାର ଦିନ ଜିଲ୍ଳାଧିକାରୀ ଝା ହସ୍ପିଟାଲକୁ ପର୍ଯ୍ୟବେକ୍ଷଣ କରିବାକୁ ପହଞ୍ଚିଥିଲେ | ଏହି ସମୟରେ ସେ ଦେଖିଲେ ଯେ ଜଣେ ବ୍ୟକ୍ତି ଗୁଟଖା ଖାଉଛନ୍ତି ଏବଂ ସେ ସେହିଠାରେ ହିଁ ଛେପ ପକାଉଛନ୍ତି | ଏହା ଉପରେ ଝା ସେହି ବ୍ୟକ୍ତିଙ୍କୁ ବହୁତ ଗାଳିଗୁଲଜ କରିଥିଲେ | କେବଳ ଏତିକି ନୁହେଁ, ସେ ସମ୍ବନ୍ଧୀୟ ବ୍ୟକ୍ତିଙ୍କୁ ନିଜ ହାତରେ ଛେପକୁ ସଫା କରିବାକୁ କହିଲେ | ତାପରେ ଆଉ କଣ ହେବ, ତାକୁ ନିଜ ହାତରେ ହିଁ ସେହି ଛେପ ସଫା କରିବାକୁ ପଡିଲା | ଏହି ଘଟଣାକ୍ରମକୁ କେହି ଜଣେ ମୋବାଇଲରେ ରେକର୍ଡ କରିଦେଲା ଏବଂ ସୋସିଆଲ ମିଡିଆରେ ଭାଇରଲ କରିଦେଲା |

କର୍ମଚାରୀ ଗାଡ଼ିରେ ବସି ଛେପ ପକାଉଥିଲା :-

ଘଟଣାସ୍ଥଳରେ ଥିବା ଲୋକମାନେ କହିଛନ୍ତି ଯେ ଯେଉଁ ବ୍ୟକ୍ତି ଛେପ ପକାଇଥିଲେ, ସେ ଜନନୀ ସୁରକ୍ଷା ଏକ୍ସପ୍ରେସର କର୍ମଚାରୀ ଅଟନ୍ତି ଏବଂ ଗାଡ଼ିରେ ବସି ଛେପ ପକାଉଥିଲେ, ଯାହାକୁ କି କଲେକ୍ଟର ରତ୍ନାକର ଝା ଦେଖିଦେଲେ | ସୂଚନା ଅନୁଯାୟୀ, ଜନନୀ ସୁରକ୍ଷା ଏକ୍ସପ୍ରେସର କର୍ମଚାରୀଙ୍କୁ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ କାରଣ କହି ନୋଟିସ ମଧ୍ୟ ଜାରି କରିଛନ୍ତି |

Leave a Comment

Your email address will not be published. Required fields are marked *

Scroll to Top