Special Report

ଶିକ୍ଷୟତ୍ରୀ ନାମରେ କଳଙ୍କ: ଦଶମ ଶ୍ରେଣୀ ଛାତ୍ର ଓ ଶିକ୍ଷୟତ୍ରୀଙ୍କ ମଧ୍ୟରେ ହୋଇଗଲା ପ୍ରେମ, ତାପରେ ଉଭୟ ମିଶି ଘଟାଇଲେ ଏମିତି କାଣ୍ଡ

ଦଶମ ଶ୍ରେଣୀର ଛାତ୍ରକୁ ନିଜ ଶିକ୍ଷୟତ୍ରୀଙ୍କୁ ଭଲ ପାଇଁ ବସିଲେ | ଟିଚର ବି ତାଙ୍କୁ ଭଲ ପାଇବାକୁ ଲାଗିଲେ | କିନ୍ତୁ ଏହା ଭିତରେ ଦୁଇଜଣ ଘରୁ ଫେରାର ହୋଇଗଲେ | ଏହି କାହାଣୀ କୌଣସି ଏକ ଫିଲ୍ମ ନୁହଁ ସମ୍ପୂର୍ଣ୍ଣ ସତ ଅଟେ | ସେମାନେ ଘରୁ ଫେରାର ହେବ ପରେ ଶିକ୍ଷୟତ୍ରୀଙ୍କ ପରିଜନ ଲୋକେ ଶିକ୍ଷୟତ୍ରୀ ନିଖୋଜ ହୋଇଛନ୍ତି ବୋଲି ଥାନାରେ ଅଭିଯୋଗ ପଞ୍ଜିକରଣ କଲେ | ଅଭିଯୋଗ ପରେ ପୋଲିସ ସେହି ଶିକ୍ଷୟତ୍ରୀ ଓ ଛାତ୍ରଙ୍କୁ ଖୋଜିବା ଆରମ୍ଭ କରିଦେଲେ |

ସୂଚନା ଅନୁଯାୟୀ ଶିରସା ନିବାସୀ ୨୩ ବର୍ଷୀୟ ଏକ ମହିଳା ଟିଚର ନିଜ ସ୍କୁଲ ରେ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କୁ ପଟ ପଢ଼ନ୍ତି | ସନ୍ଧ୍ୟାରେ ମଧ୍ୟ ନିଜ ଘରେ ନିଜ ଛାତ୍ର ଛାତ୍ରୀ ମାନଙ୍କୁ ଟିଉସନ କରନ୍ତି | ସେହି ମହିଳା ଶିକ୍ଷୟତ୍ରୀଙ୍କ ପାଖକୁ ଦଶମ ଶ୍ରେଣୀର ସେହି ଛାତ୍ର ମଧ୍ୟ ଟିଉସନ ହେବାକୁ ଆସନ୍ତି | କୁହାଯାଉଛି ଯେ ସେହି ଟିଚରଙ୍କ ଉପରେ ସେହି ପିଲା ଫିଦା ହୋଇଗଲା ଓ ଧୀରେ ଧୀରେ ଟିଚର ମଧ୍ୟ ତାଙ୍କୁ ଭଲ ପାଇଁ ବସିଲେ |

ଏହାପରେ ଦୁଇ ଜଣଙ୍କ ପ୍ରେମ କାହାଣୀ ଆରମ୍ଭ ହୋଇଗଲା | ୨୦ ଏପ୍ରିଲରେ ଶିକ୍ଷୟତ୍ରୀ ସ୍କୁଲ ଗଲେ କିନ୍ତୁ ସନ୍ଧ୍ୟାରେ ଆଉ ନିଜ ଘରକୁ ଫେରିଲେ ନାହିଁ | ଶିକ୍ଷୟତ୍ରୀଙ୍କ ପରିବାର ଲୋକ ସେହି ସହରରେ ବହୁତ ଖୋଜିଲେ କିନ୍ତୁ କୌଣସି ପତା ମିଳିଲା ନାହିଁ | ଏହାସହ ଦଶମ ଶ୍ରେଣୀର ଛାତ୍ର ବି ଘର ଛାଡି ପଳାଇ ଥିଲା |

ଏହି ଛୋଟ ପ୍ରେମ କାହାଣୀ ସହରରେ ନିଆଁ ପରି ଖେଳିଗଲା ଓ ସବୁଠି ସେହି ବିଷୟରେ ଚର୍ଚ୍ଚା ହେବାକୁ ଲାଗିଲା | ଯାଞ୍ଚ ଅଧିକାରୀ ସୁନୀଲ କୁମାର କହିଛନ୍ତି ଯେ ପରିଜନ ଲୋକଙ୍କ ଅଭିଯୋଗ ପରେ ନିଖୋଜ ଥିବା ସେହି ବଳକା ଓ ଶିକ୍ଷୟତ୍ରୀଙ୍କୁ ଖୋଜିବା ଆରମ୍ଭ କରିଦେଇଥିଲେ | ଦୁଇ ଜଣଙ୍କ ମୋବାଇଲ ଫୋନର ଲୋକେସନ ଟ୍ରେସ କରାଯାଉଛି ଓ ଶୀଘ୍ର ସେ ଧାରା ପଡିଯିବେ |

Leave a Reply

Your email address will not be published. Required fields are marked *