ରାଜ୍ୟ ଖବର

୫ ମାସ ଏ ଗର୍ଭବତୀ ସ୍ତ୍ରୀ ପେଟକୁ ଗୋଇଠା ମାରି ମାରିଦେଲା ରାକ୍ଷସ ସ୍ବାମୀ, କାରଣ ଜାଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ

ଆଜିକାଲି ର ସମୟ ରେ ଲୋକ ପଇସା ପାଇଁଁ କିଛି ବି କରିବାକୁ ପଛାଉ ନାହାନ୍ତି, କେଉଁଠି ବାପା ପୁଅ କୁ ମାରୁଚି କେଉଁଠି ସ୍ବାମୀ ସ୍ତ୍ରୀ କୁ, ଠିକ୍ ଏମିତି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ବଳଙ୍ଗିବନ୍ଧ୍ ଗାଆଁ ରେ, ବଲାଙ୍ଗିବନ୍ଧ ଗାଁର ପ୍ରଫୁଲ୍ଲ କୁମାର ନାୟକଙ୍କ ଝିଅ ଶ୍ରଦ୍ଧାଞ୍ଜଳି ମାଛିପଡ଼ା ଗାଁର ସୁର ସୁବୁଦ୍ଧିଙ୍କ ପୁଅ ବବୁଲୁ ସୁବୁଦ୍ଧିଙ୍କୁ ଭଲ ପାଇ ମନ୍ଦିରରେ ବିବାହ କରିଥିଲେ….

ଦୁହେଁ ଦୁହିଁଙ୍କୁ ଭଲ ପାଇ ପ୍ରେମ ବିବାହ କରିଥିଲେ ଆଉ ସ୍ତ୍ରୀ କୁ ଧରି ପ୍ରେମିକ ବବୁଲୁ ଖଣ୍ଡଗିରି ରେ ଆସି ରହିଥିଲା, ବିବାହ ର ୬ ମାସ ପୂରିବା ଭିତରେ ସ୍ବାମୀ ବବୁଲୁ ଅତ୍ୟାଚାର ଆରମ୍ଭ କରିଦେଇଥିଲା , ସେ ବିବାହ ବେଳେ କୌଣସି ଯୌତୁକ ନେଇ ନଥିଲା ସେଥିପାଇଁ ସେ ସ୍ତ୍ରୀ ଶ୍ରଦ୍ଧାଞ୍ଜଳି କୁ ବାଧ୍ୟ କରି ଘରୁ ୨ ଲକ୍ଷ ଟଙ୍କା ଆଣିବାକୁ ବାଧ୍ୟ କରୁଥିଲା

ହେଲେ ବାପ ଘର ଲୋକ ମନା କରିଦେଲା ପରେ ପ୍ରତିଶୋଧ ପରାୟଣ ହୋଇ ସେ ସ୍ତ୍ରୀ କୁ ମାରଧର କରୁଥିଲା, ଏହା ଭିତରେ ସ୍ତ୍ରୀ ପେଟ ରେ ଛୁଆ ବି ଥିଲା, ଗୋଟେ ରାତି ମଦ ପିଇ ଆସି ସ୍ତ୍ରୀ କୁ ପେଟ ରେ ଗୋଟେ ଗୋଇଠା ଦେବା ପରେ ସ୍ତ୍ରୀ ବେହୋସ୍ ହୋଇ ଯାଇଥିଲେ

ତାପରେ ସେ ସ୍ତ୍ରୀ କୁ ଛାଡ଼ି ପଲେଇଥିଲା ଆଉ ସକାଳୁ ସ୍ତ୍ରୀ ର ମୃତ ଦେହ ପଡୋଶୀ ଦେଖିଥିଲେ, ସ୍ତ୍ରୀ ପେଟ ରେ ଥିବା ପିଲା ର ବି ମୃତ୍ୟୁ ହେଇଗଲା, ଏହା ପରେ ପୋଲିସ ଘଟଣା ସ୍ଥଳ ରେ ପହଞ୍ଚି ତଦନ୍ତ ଜାରି ରଖିଛି, ସ୍ବାମୀ ଏବେ ବି ଫେରାର ଅଛି

Leave a Reply

Your email address will not be published. Required fields are marked *