ପ୍ରେମିକାର ବିବାହରେ ଶାଢ଼ୀ ପିନ୍ଧି ପହଞ୍ଚିଗଲା ପ୍ରେମିକ, ଭିଡିଓରେ ଦେଖନ୍ତୁ ତା’ପରେ କ’ଣ ହେଲା

ପ୍ରେମରେ କିଛି ଲୋକ ସବୁ ସୀମା ପାର କରିଦିଅନ୍ତି, ଯଦି ସେମାନଙ୍କ ମଧ୍ୟରୁ କାହାର ବିବାହ ହୁଏ, ତେବେ ସେ ବିବାହକୁ ଅଟକାଇବା ପାଇଁ ମଧ୍ୟ ପହଞ୍ଚି ଯାନ୍ତି | ଏପରି ଏକ ମାମଲା ଉତ୍ତରପ୍ରଦେଶର ଭାଡୋହୀ ଜିଲ୍ଲାରୁ ସାମ୍ନାକୁ ଆସିଛି |ଯେଉଁଠାରେ ଜଣେ ପ୍ରେମିକ ନିଜ ପ୍ରେମିକାର ବିବାହରେ ଶାଢ଼ୀ ପିନ୍ଧି ପହଞ୍ଚିଗଲା | ଯାହାଦ୍ୱାରା ସେ ନିଜ ପ୍ରେମିକା ସହିତ ଦେଖା କରିପାରିବ | ଏହି ସମୟରେ ପ୍ରେମିକ କେବଳ ମହିଳାଙ୍କ ପରି ଶାଢ଼ୀ ପିନ୍ଧି ଆସିନଥିଲେ ବରଂ ସେ ପୁରାପୁରି ସଜବାଜ ହୋଇ ବିବାହରେ ପହଞ୍ଚିଗଲା | କିନ୍ତୁ ସେ ଅଧିକ ସମୟ ପର୍ଯ୍ୟନ୍ତ ନିଜକୁ ଲୁଚାଇ ରଖିପାରିଲା ନାହିଁ ଏବଂ ବିବାହରେ ଥିବା ଅତିଥିମାନେ ଜାଣିଦେଲେ ଯେ ସେ ମହିଳା ନୁହେଁ ବରଂ କୌଣସି ପୁରୁଷ ଅଟନ୍ତି | ତାପରେ ଖୁବ ହଙ୍ଗାମା ମଧ୍ୟ ହେଲା |

ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଦ୍ରୁତ ଗତିରେ ଭାଇରଲ ହେଉଛି | କୁହାଯାଉଛି ଯେ ନିଜ ପ୍ରେମିକାର ଘରେ ପହଞ୍ଚିବା ପାଇଁ ପ୍ରେମିକ ନିଜ ମୁଣ୍ଡରେ ମହିଳାଙ୍କ ଭଳି ନକଲି ଚୁଟି ଲଗାଇଥିଲେ, ଶାଢ଼ୀ ପିନ୍ଧିଥିଲେ ଏବଂ ମହିଳାଙ୍କ ପରି ମେକଅପ ନେଇ ଆସିଥିଲେ |ଏହାପରେ ମହିଳାଙ୍କ ଭଳି ସଜବାଜ ହୋଇ ପ୍ରେମିକ ନିଜ ପ୍ରେମିକାର ଘରେ ପହଞ୍ଚିଲା, ଯେଉଁଠାରେ ପ୍ରେମିକାର ବିବାହ ହେଉଥିଲା | ସେଠାରେ ସେ ଲୋକମାନଙ୍କୁ କନ୍ୟାକୁ ଦେଖା କରିବାପାଇଁ ଅନୁରୋଧ କଲା, କିନ୍ତୁ ଅତିଥିମାନଙ୍କୁ ତାର ହାବଭାବ ଠିକ ଲାଗିଲାନାହିଁ ଏବଂ ତାପରେ ତାକୁ ସମସ୍ତେ ପଚରାଉଚରା କରିବା ଆରମ୍ଭ କରିଦେଲେ |

ଯାହାପରେ ତାର ପୋଲ ଖୋଲିଗଲା | ଅତିଥିମାନେ ଖୁବଶୀଘ୍ର ଜାଣିପାରିଲେ ଯେ ଶାଢୀରେ କୌଣସି ମହିଳା ନାହିଁ ବରଂ ଜଣେ ପୁରୁଷ ଅଟନ୍ତି | ଭିଡିଓରେ ଦେଖାଯାଇପାରେ ଯେ ଶାଢ଼ୀ ପିନ୍ଧି ଜଣେ ବ୍ୟକ୍ତି ଅତିଥିମାନଙ୍କ ଦ୍ୱାରା ଘେରି ହୋଇ ରହିଛନ୍ତି | ଧରାପଡିଯିବା ଭୟରେ ପ୍ରେମିକ ନିଜର ମୁହଁ ଲୁଚାଉଛନ୍ତି | ଜି ନ୍ୟୁଜର ଡିଏନଏ ପ୍ରୋଗ୍ରାମର ଏକ ରିପୋର୍ଟ ଅନୁଯାୟୀ, ଧରାପଡିଯିବା ପରେ ବ୍ୟକ୍ତି ନିଜର ଦୁଇଜଣ ସାଙ୍ଗ ସହିତ ଘଟଣାସ୍ଥଳରୁ ଫେରାର ହୋଇଗଲା, ଯେଉଁମାନେ କି କନ୍ୟାର ଘର ବାହାରେ ଅପେକ୍ଷା କରି ରହିଥିଲେ |

କୁହାଯାଉଛି ଯେ ପ୍ରେମିକାର ଘରେ ମହିଳା ହୋଇ ପହଞ୍ଚିଥିବା ପ୍ରେମିକର ପ୍ରକୃତରେ ଉଦ୍ଦେଶ୍ୟ କଣ ଥିଲା, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ | ରିପୋର୍ଟରେ କୁହାଯାଇଛି ଯେ ପ୍ରେମିକ ବିରୋଧରେ ଆନୁଷ୍ଠାନିକ ଅଭିଯୋଗ ପଞ୍ଜିକରଣ କରାଯାଇନାହିଁ |

Leave a Comment

Your email address will not be published. Required fields are marked *

Scroll to Top