ରାଜ୍ୟ ଖବର

ମଥୁରାରେ ଏସଏସପି ଅଫିସ ସାମ୍ନାରେ ଯୁବକ, ଯୁବତୀ କରିଲେ ହଙ୍ଗାମା

ମଥୁରା:-ମଥୁରାରେ ଏସଏସପି ଅଫିସ ସାମ୍ନାରେ ହେଲା ଏକ ହାଇଭୋଲଟେଜ ଡ୍ରାମା। ଏକ କାର କଳୁଅଛି। କାର ନିକଟରେ ଜଣେ ପୁରୁଷ ବନ୍ଧୁକ ଧରି ଛିଡା ହୋଇଛନ୍ତି। ଓ ତଳେ ଜଣେ ମହିଳା ବନ୍ଧୁକ ଧରି ବସିଛନ୍ତି। ନିକଟରେ କିଛି ତିନିଜଣ ଛୋଟ ପିଲା ମଧ୍ୟ ଅଛନ୍ତି। ଏହା ଦେଖି ସେଠାରେ ଅନେକ ଲୋକ ମଧ୍ୟ ଜମା ହୋଇଛନ୍ତି।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ତାଙ୍କୁ କାରଣ ପଚାରିବାକୁ ଚେଷ୍ଟା କରେ, କିନ୍ତୁ ସେ ପୋଲିସକୁ ବନ୍ଧୁକ ସାହାଯ୍ୟରେ ଡରାଏ।

ମଥୁରା ଏସଏସପି ସଲଭ ମାଥୁର କହିଲେକି, ସେହି ବ୍ୟକ୍ତିଙ୍କର ନାମ ଶିବମ ଚୌଧୁରୀ ବୋଲି ଜଣାପଡିଛି। ଓ ମହିଳା ଜଣକ ତାଙ୍କର ବିଜନେସ ପାର୍ଟନର ଅଟନ୍ତି। ସୂଚନା ଅନୁସାରେ, ସେହି ବ୍ୟକ୍ତିଙ୍କର ବାହାଘର ଭାଙ୍ଗିଯାଇଥିଲା ଓ ସେ ଆକ୍ରୋଶ ହୋଇ ଏହିପରି କାଣ୍ଡ ଘଟାଇଛନ୍ତି।

Leave a Reply

Your email address will not be published. Required fields are marked *