ମନୋରଞ୍ଜନ

ଜିଅନ୍ତା କୁମ୍ଭୀରକୁ ଗିଳିଦେଲା ଅଜଗର, ଦେଖନ୍ତୁ ହୃଦୟ ଥରେଇଲା ଭଳି ଫଟୋ

ଆପଣମାନେ ଅଜଗର ବିଷୟରେ ତ ନିଶ୍ଚୟ ଶୁଣିଥିବେ ଯେ ସେ ବଡ଼ ବଡ଼ ପଶୁମାନଙ୍କୁ ଗୋଟିଏ ମୁହୂର୍ତ୍ତରେ ଗିଳିଦିଏ | ଏପରି କିଛି ଫଟୋ କିଛି ମାସ ପୂର୍ବରୁ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା | ଏହି ଫଟୋରେ ଆପଣ ଗୋଟିଏ ଅଜଗରକୁ କୁମ୍ଭୀର ଶିକାର କରୁଥିବାର ଦେଖିପାରିବେ | ଏହି ଫଟୋରେ ଦେଖାଯାଇପାରେ ଯେ ଅଜଗର ଗୋଟିଏ କୁମ୍ଭୀରକୁ ନିଜ କବଳରେ ଫସାଇ ଦେଇଛି | କିନ୍ତୁ କୁମ୍ଭୀର ଅଜଗର କବଳରୁ ବାହାରି ପାରୁନାହିଁ ଏବଂ ଅଜଗର ତାକୁ ଜିଅନ୍ତା ଗିଳି ପକାଉଛି | ଏହି ଫଟୋକୁ ପ୍ରାୟ ୯ମାସ ପୂର୍ବରୁ ଫେସବୁକ ପେଜ ଜିଜି ବାଇଲଡ ଲାଇଫ ରେସକ୍ୟୁରେ ସେୟାର କରାଯାଇଥିଲା |

ଏହି ଫଟୋରେ ଆପଣ ଦେଖିପାରିବେ ଯେ ଅଜଗର ଅଷ୍ଟ୍ରେଲିୟାନ ଫ୍ରେଶୱାଟର କୁମ୍ଭୀରକୁ ପୁରା ଗିଳିଦେଇଛି | ଏହି ଫଟୋକୁ କୁଇସଲ୍ୟାଣ୍ଡର ମାଉଣ୍ଟ ଇସାରେ ଜଣେ ବ୍ୟକ୍ତି ନିଜ କ୍ୟାମେରାରେ କଏଦ କରିଥିଲେ | ଫଟୋ ସେୟାର କରି ଜିଜି ବାଇଲଡ ଲାଇଫ ରେସକ୍ୟୁ ଲେଖିଛି, ” ଅଷ୍ଟ୍ରେଲିଆର ଅନ୍ୟ ଏକ ସବୁଠାରୁ ଲମ୍ବା ସାପ ଏବଂ ଅଷ୍ଟ୍ରେଲିୟାନ ଫ୍ରେଶୱାଟର କୁମ୍ଭୀରର ଚମତ୍କାର ଫଟୋ କ୍ଲିକ କରାଯାଇଛି | ଏହି ଫଟୋକୁ ମାର୍ଟିନ ମୁଲର କ୍ଲିକ କରିଥିଲେ | କୁହାଯାଉଛି ଯେ ଏହି ଫଟୋକୁ ବର୍ତ୍ତମାନ ସୁଦ୍ଧା ୨୪ ହଜାର ଲାଇକ ଏବଂ ୫୦ ହଜାରରୁ ଅଧିକଥର ସେୟାର କରାଯାଇଛି |

ଏହାସହିତ ଏହି ଫଟୋରେ ୨୩ ହଜାରରୁ ଅଧିକ ରିଆକ୍ସନ ଦିଆଯାଇଛି | ବୈଜ୍ଞାନିକମାନଙ୍କ ଅନୁଯାୟୀ, ତଳ ପାଟି କାରଣରୁ ଅଜଗର ନିଜ ପାଟିକୁ ବହୁତ ଟାଣିପାରେ, ଯେଉଁ କାରଣରୁ ସେ ହରିଣ,କୁମ୍ଭୀର ଏବଂ ଘୋଡ଼ାକୁ ମଧ୍ୟ ସହଜରେ ଗିଳିପାରେ | ଏପରିକି ସେ ମଣିଷକୁ ମଧ୍ୟ ସହଜରେ ଗିଳିପାରେ |

Leave a Reply

Your email address will not be published. Required fields are marked *