ରାଜ୍ୟ ଖବରଭାଇରାଲ ଭିଡିଓ

ନଦୀରେ କୋବ୍ରାକୁ ଧରିବାପାଇଁ ଚେଷ୍ଟା କରୁଥିଲେ ଯୁବକ, ଠିକ ସେତିକିବେଳେ ସାପ କଲା ଆ-କ୍ର-ମ-ଣ ଏବଂ ତା’ପରେ

ସାପର ନା ଶୁଣିବାମାତ୍ରେ ହିଁ କିଛି ଲୋକଙ୍କର ଲୋମ ଟାଙ୍କୁରି ଉଠେ ଏବଂ ଯଦି ସେମାନଙ୍କ ସାମ୍ନାକୁ ଭୁଲରେ ବି କୌଣସି ସାପ ଆସିଯାଏ, ସେତେବେଳେ ସେମାନଙ୍କ ଅବସ୍ଥା ଖରାପ ହୋଇଯାଏ | କିନ୍ତୁ କିଛି ଲୋକ ବହୁତ ସାହସୀ ହୋଇଥାନ୍ତି ଏବଂ ସେମାନେ ସାପକୁ କୌଣସି ଏକ ଖେଳନା ପରି ଧରିନିଅନ୍ତି | କିନ୍ତୁ ଅନେକଥର ଏହି ସାହସ ହିଁ ସେମାନଙ୍କ ପାଇଁ ବିପଦ ପାଲଟି ଯାଏ | ଯେପରିକି ସୋସିଆଲ ମିଡିଆରେ ଭାଇରଲ ହେଉଥିବା ଏକ ଭିଡିଓରେ ଜଣେ ବନ ଅଧିକାରୀଙ୍କ ସହିତ ହେଲା |

ବାସ୍ତବରେ, କର୍ଣ୍ଣାଟକର ଶିବମୋଗା ଅଂଚଳର ଏକ ନଦୀରେ ଗୋଟିଏ ଗଛ ପଡି ଯାଇଥିଲା | ଏହି ଗଛରେ ଗୋଟିଏ କୋବ୍ରା ସାପ ଫସି ଯାଇଥିଲା | ସେ ବାହାରି ପାରୁନଥିଲା | ତାପରେ ଏହି ସାପକୁ ବାହାର କରିବାପାଇଁ ଦୁଇଜଣ ସରୀସୃପ ବିଶେଷଜ୍ଞ ପହଞ୍ଚିଲେ | ଯେତେବେଳେ ସେମାନେ ସାପକୁ ବାହାର କରିବାପାଇଁ ଚେଷ୍ଟା କରୁଥିଲେ, ସେତେବେଳେ ସାପ ସେମାନଙ୍କ ଉପରେ ଆ-କ୍ର-ମ-ଣ କରିଦେଲା | ଏହି ଭିଡିଓକୁ ନ୍ୟୁଜ ଏଜେନ୍ସି ଏଏନଆଇ ନିଜ ଟ୍ୱିଟର ହ୍ୟାଣ୍ଡେଲରୁ ସେୟାର କରିଛି |

ଏହି ଭିଡିଓକୁ ଭାରତୀୟ ବନସେବାର ଅଧିକାରୀ ପ୍ରବୀଣ କାସବାନ ରିଟ୍ୱିଟ କରି ଲେଖିଛନ୍ତି, ଏହା ଗୋଟିଏ କିଙ୍ଗ କୋବ୍ରା ଅଟେ, ଭଲ ଦିନ | ଭିଡିଓରେ ଦେଖାଯାଇପାରେ ଯେ ଜଣେ ବ୍ୟକ୍ତି କୋବ୍ରାର ଲାଞ୍ଜ ଧରି ତାକୁ ଟାଣିବାକୁ ଚେଷ୍ଟା କରେ | କୋବ୍ରା ବାହାରକୁ ଆସିବାମାତ୍ରେ ସେ ନିଜ ଫଣା ଦ୍ୱାରା ଜଣେ ବ୍ୟକ୍ତିଙ୍କ ଉପରକୁ ଆକ୍ରମଣ କରିଦେଲା, କିନ୍ତୁ ଏହି ବ୍ୟକ୍ତି ଏକ୍ସପର୍ଟ ଥିଲେ, ତେଣୁ ସେ ନ ଡରି ନିଜ ହାତରେ ଫଣାକୁ ଦୂର କରିଦେଲେ ଏବଂ ସେ ନିଜେ ଗଛରେ ପଡିଗଲେ |

ଏହାପରେ ସେ ନିଜକୁ ତୁରନ୍ତ ସମ୍ଭାଳିନେଲେ ଏବଂ କୋବ୍ରାର ବେକକୁ ଧରିନେଲେ | ଏହି ଭିଡିଓକୁ କିଛି ଘଣ୍ଟା ପୂର୍ବରୁ ସେୟାର କରାଯାଇଥିଲା | ଯାହା ବର୍ତ୍ତମାନ ବହୁତ ଭାଇରଲ ହେଉଛି | ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୯୫ହଜାର ୬୦୦ରୁ ଅଧିକଥର ଦେଖାଗଲାଣି | ସେହିପରି ଏହି ଭିଡିଓକୁ ୧୪୦୦ରୁ ଅଧିକ ୟୁଜର ଲାଇକ କରିଛନ୍ତି | ଏହାସହିତ ଏହି ଭିଡିଓକୁ ୧୦୮ ଥର ରିଟ୍ୱିଟ ମଧ୍ୟ କରାଯାଇଛି | ଅନେକ ୟୁଜର୍ସ ଏହି ଭିଡିଓ ଉପରେ ନିଜର ପ୍ରତିକ୍ରିୟା ପ୍ରକାଶ କରି କମେଣ୍ଟ କରୁଛନ୍ତି |

Leave a Reply

Your email address will not be published. Required fields are marked *