ଦେଶ ଦୁନିଆ

ଝିଅ ଙ୍କ ସହ ଛେଡଖାନି ପଡ଼ିଗଲା ମହଙ୍ଗା, ଲଫଙ୍ଗା କୁ ରାସ୍ତା ଉପରେ ଗୋଡେଇ ପିଟିଲେ ଲୋକେ

ସମସ୍ତେ ଆଧୁନିକ ସମାଜ ରେ ରହିବାକୁ ଚାହୁଁଛନ୍ତି । ସମସ୍ତେ ଶିକ୍ଷିତ ହେଉଛନ୍ତି ମଧ୍ୟ । ହେଲେ ସବୁ ପରେ ବି କଣ ହୀନ ମାନସିକତା ବଦଳି ପାରିଛି କି ? ସବୁଠି ପୁଅ ଓ ଝିଅ ଙ୍କୁ ସମାନ ବୋଲି କୁହାଯାଉଛି । ହେଲେ ସବୁ ପରେ ବି ଝିଅ ମାନେ ସୁରକ୍ଷିତ ରହିପାରୁନାହାନ୍ତି । ସେମିତି କିଛି ଘଟଣା ସମ୍ପର୍କରେ ଆସନ୍ତୁ ନଜର ଦେବା ।

 

ଆପଣ ମାନେ ଦେଖିଥିବେ ବହୁତ ସମୟ ରେ ବିଭିନ୍ନ କାମ ପାଇଁ ବାହାର ଜାଗା ର ଶ୍ରମିକ ମାନେ ଆସିଥାନ୍ତି । ରାଜ୍ୟ ବାହାରୁ ମଧ୍ୟ ବହୁତ ଜଣ ଆସି କାମ କରିଥାନ୍ତି । ଆଜି କା ସମୟରେ ଯୁଗ ପରିବର୍ତ୍ତନ ହେଲେ ମଧ୍ୟ ,ସମସ୍ତେ ଏତେ ସ୍ମାର୍ଟ ହେଲେ ମଧ୍ୟ ଝିଅ ମାନେ ବହୁତ ସମୟ ରେ ଅସଦାଚରଣ ର ଶିକାର ହେଉଛନ୍ତି ।

 

ନୀଳଗିରି ରେ ମେଗା ଜଳପ୍ରକଳ୍ପ ରେ କାମ ଚାଲିଥିଲା । ଏହି ଶ୍ରମିକ ମାନଙ୍କ ମଧ୍ୟରେ କିଛି ଜଣ ରାଜସ୍ଥାନ ଅଞ୍ଚଳ ର ମଧ୍ୟ ଥିଲେ । ଏହି ଶ୍ରମିକ ମଧ୍ୟ ରୁ କିଛି ଜଣ ଗାଁ ର ଦୁଇ ନାବାଳିକା ଙ୍କୁ ଅସଦାଚରଣ କରିଥିଲେ । ନାବାଳିକା ମାନେ ଗାଁ ରେ ଜଣେଇବାରୁ ଗାଁ ଲୋକ ଏକାଠି ହେଇଥିଲେ ଓ ଶ୍ରମିକ ମାନେ ରହୁଥିବା ସ୍ଥାନ କୁ ଯାଇ ଜଣେ ଶ୍ରମିକ ଙ୍କୁ ଉଠେଇଆଣି ବାନ୍ଧି ଦେଇଥିଲେ ଓ ମାଡ଼ ମାରିଥିଲେ । ସେହି ଶ୍ରମିକ ଙ୍କୁ ୨୫ ହଜାର ଆର୍ଥିକ ଜରିମାନା ସହ ସେହି ଜାଗା ଛାଡି ଚାଲିଯିବାକୁ ମଧ୍ୟ କୁହାଯାଇଥିଲା ।

ଏମିତି ବହୁତ କିଛି ଘଟଣା ଘଟୁଛି ଯାହା ଜଣାପଡୁ ନାହିଁ । ପ୍ରତି କ୍ଷେତ୍ର ରେ ମହିଳା ମାନଙ୍କ ପ୍ରତି ଖରାପ ଵ୍ୟଵହାର ହେଉଥିବାର ଦେଖିବାକୁ ମିଳୁଛି । ସବୁଦିନ ଏମିତି ଘଟଣା ଶୁଣିବାକୁ ମିଳୁଛି । ତେବେ କିଛି ଜଣ ନିଜର ହୀନ ମାନସିକତା କୁ ଯଦି ଦୁରେଇପାରନ୍ତେ ଓ ଏହି ଭଳି କିଛି ଖରାପ କାମ କରିବାରୁ ନିଜକୁ ଦୂରେଇ ପାରନ୍ତେ ତେବେ ଝିଅ ମାନେ ମଧ୍ୟ ସୁରକ୍ଷିତ ଭାବରେ ରହି ପାରିବେ ।

Leave a Reply

Your email address will not be published. Required fields are marked *