ରାଜ୍ୟ ଖବର

ଫୁସଫୁସ ପ୍ରତ୍ୟାରୋପଣ ପରେ ଜୀବନ ସହ ସଙ୍ଘର୍ଷ କରୁଛନ୍ତି ଅମ୍ରିତ, ଜଗି ରହିଛନ୍ତି ଡାକ୍ତର

ଭଗବାନ ଙ୍କ ପରେ ଲୋକ ମାନେ ଡାକ୍ତର ଙ୍କୁ ୨ୟ ଭଗବାନ ବୋଲି ମାନନ୍ତି । କାରଣ ରୋଗୀ ର ଜୀବନ ରକ୍ଷା କରିବାରେ ଡାକ୍ତର ଙ୍କ ହାତ ରହିଥାଏ । ଆପଣ ମାନେ ଶୁଣିଥିବେ ବହୁତ କିଛି ବିରଳ ଅସ୍ତ୍ରୋପଚାର ମଧ୍ୟ କରା ଯାଇଥାଏ । ସତରେ ଶୁଣିବାକୁ ବହୁତ ଅସମ୍ଭବ ଭଳି ଲାଗୁଥିଲେ ମଧ୍ୟ ଡାକ୍ତର ମାନେ ସବୁ ବିରଳ ଅସ୍ତ୍ରୋପଚାର କୁ ମଧ୍ୟ ସଫଳତାର ସହ କରିଥାନ୍ତି ।

ବିଶ୍ୱ ରେ ଏହି କୋରନା ମହାମାରୀ ସମୟରେ ଆମ ଦେଶ ରେ ବହୁତ ଲୋକ ଆକ୍ରାନ୍ତ ହେଇଛନ୍ତି । ବହୁତ ଜଣ ସୁସ୍ଥ ହେଇଯାଇଥିଲେ ମଧ୍ୟ କିଛି ବି ମୁର୍ତ୍ୟୁ ବରଣ କରିଛନ୍ତି । ହେଲେ ଡାକ୍ତର ମାନେ ବହୁତ ଉଦ୍ୟମ କରି ସମସ୍ତଙ୍କ ଜୀବନ ରକ୍ଷା କରିବା ପାଇଁ ଲାଗିପଡିଛନ୍ତି । ସବୁ କିଛି ଭୁଲି ରୋଗୀ ଙ୍କ ସେବାରେ ଲାଗିପଡିଛନ୍ତି । କିଛି ଜଣ ଇକମୋ ଚିକିତ୍ସା ପାଇଁ ବାହାରକୁ ମଧ୍ୟ ଯାଇଥିଲେ ।

 

ତେବେ ଆପଣ ମାନେ ଜାଣିଥିବେ ଇକମୋ ଚିକିତ୍ସା ପାଇଁ ଓଡିଶା ରୁ ଚେନ୍ନାଇ ଯାଇଥିଲେ ଅମ୍ରିତ ପ୍ରଧାନ । ସେ ପ୍ରଥମେ ଭୁବନେଶ୍ୱର ରେ ଚିକିତ୍ସିତ ହେଉଥିଲେ । ବ୍ରହ୍ମପୁର ର ଏହି ଯୁବକ ଅମ୍ରିତ ଯିଏ କି ପ୍ରଥମ କରି ଇକମୋ ଚିକିତ୍ସା ପାଇଁ ଓଡିଶା ରୁ ଚେନ୍ନାଇ ର ଏକ ଘରୋଇ ମେଡିକାଲ କୁ ଯାଇଥିଲେ ।

ତେବେ ତାଙ୍କର ସେଠି ଚିକିତ୍ସା କରାଯାଉଥିଲା । ତେବେ ବହୁତ ଦିନ ର ଚିକିତ୍ସା ପରେ ମଧ୍ୟ ତାଙ୍କ ଶରୀର ସୁସ୍ଥ ନ ହେବାରୁ ତାଙ୍କ ର ଫୁସଫୁସ ର ପ୍ରତ୍ୟାରୋପଣ ର ଆବଶ୍ୟକତା ଥିଲା । ଯାହାକି ୨୦ ଘଣ୍ଟା ଯାଏ ଏହି ଅପରେସନ କରାଯାଇଛି । ତାଙ୍କର ଫୁସଫୁସ ପ୍ରତ୍ୟାରୋପଣ ବି ସରିଛି । ହେଲେ ଅମ୍ରିତ ଙ୍କ ଉପରେ ଡାକ୍ତର ଙ୍କ କଡା ନଜର ରହିଛି । କାରଣ ଅପେରେଶନ ର ୭୨ ଘଣ୍ଟା ତାଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । ତେବେ ତାଙ୍କର ଦେହ ସମ୍ପୂର୍ଣ୍ଣ ସୁସ୍ଥ ହେଇଯାଉ ଏହା ହିଁ ସମସ୍ତ ଙ୍କ ଆଶା ।

Leave a Reply

Your email address will not be published. Required fields are marked *