ରାଜ୍ୟ ଖବରଭାଇରାଲ ଭିଡିଓ

୫ବର୍ଷ ପୂର୍ବେ ମହାନଦୀରୁ ଉଦ୍ଧାର ହୋଇଥିବା ଝିଅର ବଡ ଧୁମଧାମରେ ହେଲା ବାହାଘର

ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଅନେକ ଖବର ଶୁଣିବାକୁ ମିଳିଥାଏ। ଯାହାକୁ ଶୁଣିଲେ ବହୁତ ଆଶ୍ଚର୍ଯ୍ୟ ଲାଗେ। ସେହିପରି ଏକ ମାମଲା ବର୍ତ୍ତମାନ ଝାରସୁଗୁଡାରୁ ଦେଖିବାକୁ ମିଳୁଛି। ଗତ ୫ବର୍ଷ ତଳେ ଏକ ବନ୍ୟାରେ ଦ୍ରୌପତି ଯାଦବ ନାମକ ଜଣେ ଝିଅ ମହାନଦୀରେ ଭାସି ଆସିଥିଲେ। ଛତିଶଗଡରେ ବନ୍ୟା ଆସିଥିଲା ଓ ସେ ସେହି ବନ୍ୟା ଜଳରେ ଭାସି ଆସିଥିଲେ। ତାଙ୍କୁ ଓଡିଶାର ଝାରସୁଗୁଡାର ଜଣେ ଦମ୍ପତି ଉଦ୍ଧାର କରି ତାଙ୍କର ଲାଳନପାଳନ କରିଥିଲେ।

ସେହି ଦମ୍ପତିଙ୍କର କୌଣସି ଝିଅ ନଥିବାରୁ ସେମାନେ ମନସ୍ଥ କରିଲେକି, ସେମାନେ ସେହି ଝିଅଟିକୁ ନିଜ ଝିଅ ଭାବରେ ପାଳନ କରିବେ। ସେହି ଦମ୍ପତିଙ୍କର ନାମ ହେଉଛି ଅହଲ୍ୟା କାଲୋ, ସନ୍ୟାସୀ କାଲୋ। ଏହି ସୋନି ଠିକ ୫ବର୍ଷ ପରେ ଅର୍ଥାତ ଏହି ବର୍ଷ ବିବାହ ବନ୍ଧନରେ ବାନ୍ଧି ହୋଇ ପୁଣିଥରେ ନିଜ ରାଜ୍ୟକୁ ଫେରିଯିବେ। ସୋନିଙ୍କର ବର୍ତ୍ତମାନ ବୟସ ୨୧ ବର୍ଷ। ସେ ଛତିଶଗଡର ଧରମଗଡର ପୁରୁଷୋତ୍ତମ ଯାଦବଙ୍କ ସହିତ ତାଙ୍କର ବିବାହ ସ୍ଥିର ହୋଇଛି। ସୋନି ଓଡିଆ ମାଧ୍ୟମ ସ୍କୁଲରେ ପାଠ ପଢିଛନ୍ତି। ଓ ସେ ସିଲେଇ ମଧ୍ୟ ଶିଖିଛନ୍ତି। ସୋନି କହିଲେକି, ସେ ଏଥିରେ ଖୁସି ଅଛନ୍ତି। ଓ ଗାଁ ଲୋକମାନେ ମଧ୍ୟ ଏଥିରେ ବହୁତ ଖୁସି ଅଛନ୍ତି।

ଗତ ୫ବର୍ଷ ତଳେ ସେପ୍ଟେମ୍ବର ୧୪ ତାରିଖରେ ଘଟିଥିଲା ଏହି ଘଟଣା। ମହାନଦୀରେ ବନ୍ୟା ଆସିଥିଲା। ସେହି ସମୟରେ ସନ୍ୟାସୀ ମହାନଦୀର ଶାଖା ନଦୀ କେନର ସଙ୍ଗମ ସ୍ଥଳକୁ ସାଥୀ ମତ୍ସ୍ୟଜୀବିଙ୍କ ସହ ଯାଇଥିଲେ। ସେହି ସମୟରେ ସେ ଏକ କନ୍ୟାଙ୍କୁ ଦେଖିଥିଲେ। ଯିଏ ବନ୍ୟା ଜଳରେ ଭାସିଆସିଥିଲେ। ସେ ତାଙ୍କୁ ଉଦ୍ଦାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସୋନିଙ୍କୁ ଚେତା ଫେରିବା ପରେ ୧୬ ବର୍ଷୀୟ ସୋନି ଯାଦବ ଛତିଶଗଡର ସାରଙ୍ଗଗଡ ଥାନା ଜେବରାରେ ଘର।

ସେ ପିଲା ବେଳୁ ତାଙ୍କର ମାଙ୍କୁ ହରାଇଥିଲେ ଓ ବାପାଙ୍କର ମାନସିକ ଭାରସ୍ଯାମ ଯୋଗୁଁ ସେ କୁଆଡେ ପଳାଇଯାଇଛନ୍ତି। ନିଜର ଅଜା ଓ ମାଉସୀ ଘରେ ବଢିଛି। ସାରଙ୍ଗଗଡ କମଳାନଗରରେ ଜଣଙ୍କ ଘରେ କାମ କରନ୍ତି। କାମରୁ ଛୁଟି ନେଇ ଚନ୍ଦ୍ରହାସିନୀକୁ ବୁଲିବାକୁ ଆସିଥିଲି। ସେଠାରେ ମହାନଦୀରେ ଗୋଡ ଖସିଯିବାରୁ ସେ ଭାସି ଆସି ଓଡିଶା ପହଞ୍ଚିଥିଲେ। କନ୍ୟାର ଏହି କଥା ଶୁଣି ସନ୍ୟାସୀଙ୍କ ହୃଦୟ ତରଳି ଯାଇଥିଲା। ସୋନି ତାପରେ ସେମାନଙ୍କ ସହିତ ରହିବେ ବୋଲି କହିଥିଲେ। ବର୍ତ୍ତମାନ ତାଙ୍କର ବିବାହକୁ ନେଇ ସାରା ଗାଁ ଲୋକ ଉତ୍ସାହିତ ଅଛନ୍ତି। ଓ ସେ ଯେଉଁ ସ୍ଥାନରୁ ଉଦ୍ଧାର ହୋଇଥିଲେ, ସେଠାରେ ଗାଁ ଲୋକମାନେ ଏକ ମନ୍ଦିର ମଧ୍ୟ ସ୍ଥାପନ କରିଛନ୍ତି।

Leave a Reply

Your email address will not be published. Required fields are marked *