ଭାଇରାଲ ଭିଡିଓ

ଆମେରିକା ରୁ ଅଣ୍ଡର ଟେକର ଚାଲେଞ୍ଜ କରିଲେ ଅକ୍ଷୟ କୁମାର ଙ୍କୁ, କହିଲେ ମୋ ସହ ଗୋଟେ ରାଉଣ୍ଡ କୁସ୍ତି ଫାଇଟ ଖେଳିବ କି

ଡବୁଲୁଡବୁଲୁଇ ଦ ଅଣ୍ଡର ଟେକର ଜଣେ ଭଲ ରେଶଲର ଅଟନ୍ତି। ସେ ଅନେକ ଥର ଡବୁଲୁଡବୁଲୁଇର ଟାଇଟଲ ମଧ୍ୟ ଜିତିଛନ୍ତି। ସେ ଏକ ବିଶାଳ ରେକର୍ଡ ସୃଷ୍ଟି କରିଛନ୍ତି। ସେ ୨୫ ଥରରୁ ୨୩ ଥର ରସଲମାନିଆ ଟାଇଟଲ ଜିତି ନିଜର ଏକ ପରିଚୟ ସୃଷ୍ଟି କରିପାରିଛନ୍ତି। ତାଙ୍କୁ ଡବୁଲୁଡବୁଲୁଇ ଜଗତର ବିଷ୍ଟ ବୋଲି କୁହାଯାଏ। କେହ କେହି ତାଙ୍କୁ ଡ୍ୟାଡ ମ୍ୟାନ ମଧ୍ୟ କୁହନ୍ତି। ବର୍ତ୍ତମାନ ସେ ବଲିଉଡ ତାରକାଙ୍କୁ ଫାଇଟ ପାଇଁ ଚ୍ୟାଲେଞ୍ଜ ଦେଇଛନ୍ତି।

ଅଣ୍ଡରଟେକର ବଲିଉଡର ତରକା ଅକ୍ଷୟ କୁମାରଙ୍କୁ ଫାଇଟ ପାଇଁ ଚ୍ୟାଲେଞ୍ଜ କରିଛନ୍ତି। ଅକ୍ଷୟ କୁମାର ବଲିଉଡ ଜଗତରେ ଖିଲାଡ଼ି ନାମରେ ପରିଚିତ। ଗତ କିଛିଦିନ ପୂର୍ବେ ଅକ୍ଷୟ କୁମାରଙ୍କ ଚଳଚ୍ଚିତ୍ର ଖିଲାଡ଼ିଆଁ କା ଖିଲାଡ଼ିକୁ ୨୫ବର୍ଷ ପୂରଣ ହୋଇଥିଲା।

ସେ ଟୁଇଟରରେ ଏକ ପୋଷ୍ଟ କରି ଲେଖିଥିଲେକି ଏହା ଏକ ବାସ୍ତବ ଘଟଣା ଅଟେ, ଯେଉଁଥିରେ ରେଶଲର ବ୍ରାଏନ ଲି ଥିଲେ, ଯିଏକି ଅଣ୍ଡରଟେକରଙ୍କ ସ୍ଥାନ ନେଇଥିଲେ। ତାପରେ ସୋସିଆଲ ମିଡିଆରେ ଏହା ବହୁତ ଭାଇରାଲ ହୋଇଥିଲା। ଲୋକମାନେ ଅକ୍ଷୟ କୁମାରଙ୍କର ପ୍ରଶଂସା ମଧ୍ୟ କରିଥିଲେ।

ଖିଲାଡ଼ିଆଁ କା ଖିଲାଡ଼ି ଚଳଚ୍ଚିତ୍ରରେ ଅକ୍ଷୟ କୁମାର ଅଣ୍ଡରଟେକରଙ୍କ ସହ ଫାଇଟିଂ କରିଥିଲେ। ସେ ଏହି ବିଷୟରେ କହିଥିଲେକି, ବାସ୍ତବରେ ଏହା ଏକ ବାସ୍ତବ ଘଟଣା ଅଟେ, ଯେଉଁଥିରେ ରେଶଲର ବ୍ରାଏନ ଲି ଥିଲେ, ଯିଏକି ଅଣ୍ଡରଟେକରଙ୍କ ସ୍ଥାନ ନେଇଥିଲେ। ଏହି ପୋଷ୍ଟ ପରେ ଅଣ୍ଡରଟେକର ଲେଖିଛନ୍ତି, ବାସ୍ତବରେ ଫାଇଟିଂ କେବେ ହେଉଛି।

ଏହି ପ୍ରଶ୍ନର ଉତ୍ତର ଅକ୍ଷୟ କୁମାର ମଜାଳିଆ ଢଙ୍ଗରେ ଲେଖି କହିଲେକି, ମୁଁ ମୋର ଜୀବନ ବୀମା ଅଛିକି ନାହିଁ ଚେକ କରିଦିଏ, ତାପରେ ଆପଣଙ୍କୁ କହିବି।

Leave a Reply

Your email address will not be published. Required fields are marked *