ପିଏମ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ ଲାଭ ଉଠାଉଥିବା ଲାଭାର୍ଥିମାନଙ୍କ ପାଇଁ ଭଲ ଖବର ରହିଛି | ଏହି ଯୋଜନା ଅଧୀନରେ, ସରକାର କୃଷକଙ୍କୁ ପ୍ରତି ବର୍ଷ ୬୦୦୦ ଟଙ୍କା ଦେଇଥାନ୍ତି | କିନ୍ତୁ ମିଡ଼ିଆ ରିପୋର୍ଟସ ଅନୁଯାୟୀ କହିବାକୁ ଗଲେ, ମୋଦି ସରକାର କୃଷକଙ୍କୁ ମିଳୁଥିବା ଏହି ସୁବିଧାକୁ ଡବଲ କରିବାପାଇଁ ବିଚାର କରୁଛନ୍ତି | ତେବେ ଯଦି ଏପରି ହୁଏ, ତେବେ କୃଷକଙ୍କୁ ପ୍ରତିବର୍ଷ ୬୦୦୦ ଟଙ୍କା ବଦଳରେ ୧୨୦୦୦ ଟଙ୍କା ମିଳିପାରିବ , ତେବେ
ଏହିପରି ଉଠାନ୍ତୁ ଏହାର ଲାଭ :-
ଯଦି ଆପଣ ମଧ୍ୟ ପିଏମ କିସାନ ଯୋଜନାର ଲାଭ ଉଠାଇବାକୁ ଚାହୁଁଛନ୍ତି, ତେବେ ଶୀଘ୍ର ଏଥିପାଇଁ ରେଜିଷ୍ଟ୍ରେସନ କରିବାକୁ ପଡିବ | ନଚେତ ଏହି ସୁଯୋଗ ଆପଣଙ୍କ ହାତରୁ ଚାଲିଯିବ | ଏହି ସ୍କିମରେ ରେଜିଷ୍ଟ୍ରେସନ କରାଇବା ବହୁତ ସହଜ ଅଟେ | ଆପଣ ଅନଲାଇନରେ ଘରେ ବସି ଏହି ପ୍ରୋସେସକୁ ପୁରା କରିପାରିବେ | ଏହାବ୍ୟତୀତ ଆପଣ ପଂଚାୟତ ସଚିବ କିମ୍ବା ସ୍ଥାନୀୟ କମନ ସର୍ଭିସ ସେଣ୍ଟର ମାଧ୍ୟମରେ ଏହି ଯୋଜନା ପାଇଁ ନିବେଦନ କରିପାରିବେ | ଏହାବ୍ୟତୀତ ଆପଣ ନିଜେ ମଧ୍ୟ ଏହି ଯୋଜନା ପାଇଁ ରେଜିଷ୍ଟ୍ରେସନ କରିପାରିବେ |
ଏହିପରି କରିପାରିବେ ରେଜିଷ୍ଟ୍ରେସନ :-
– ଆପଣଙ୍କୁ ପ୍ରଥମେ PM Kisan ର ଅଫିସିଆଲ ୱେବସାଇଟକୁ ଯିବାକୁ ପଡିବ |
– ବର୍ତ୍ତମାନ Farmers Corner କୁ ଯାଆନ୍ତୁ |
– ଏଠାରେ ଆପଣଙ୍କୁ ‘New Farmer Registration ‘ର ବିକଳ୍ପ ଉପରେ କ୍ଲିକ କରିବାକୁ ପଡିବ |
– ଏହାପରେ ଆଧାର ନମ୍ବର ଦେବାକୁ ପଡିବ |
– ଏହାସହିତ କ୍ୟାପଚା କୋଡ଼ ଦେଇ ରାଜ୍ୟକୁ ବାଛିବାକୁ ପଡିବ ଏବଂ ତାପରେ ପ୍ରୋସେସକୁ ଆଗକୁ ବଢାଇବାକୁ ପଡିବ |
– ଏହି ଫର୍ମରେ ଆପଣଙ୍କୁ ନିଜର ସମ୍ପୂର୍ଣ୍ଣ ବ୍ୟକ୍ତିଗତ ସୂଚନା ଦେବାକୁ ପଡିବ |
-ଏହାସହିତ ବ୍ୟାଙ୍କ ଆକାଉଣ୍ଟର ବିବରଣୀ ଏବଂ ଚାଷଜମି ସହିତ ଜଡିତ ସୂଚନା ଦେବାକୁ ପଡିବ |
– ଏହାପରେ ଆପଣ ଫର୍ମ ସବମିଟ କରିପାରିବେ |