ଭାଇରାଲ ଭିଡିଓ

୧୪ ବର୍ଷ ତଳେ ବଞ୍ଚାଇଥିବା ଗରିଲା ଶେଷରେ ଆଖିବୁଝିଲା ମାଲିକ ହାତରେ…

ମଣିଷ ପଛେ ସ୍ୱାର୍ଥପର ହେଇଯାଏ ।ହେଲେ ଗୋଟେ ପଶୁ ଯଦି ପ୍ରେମ ଓ ସ୍ନେହ ପାଇଥାଏ ସେ କେବେ ଭୁଲି ନଥାଏ । ଆପଣ ମାନେ ଦେଖିଥିବେ କୁକୁର ଟି ତା ମାଲିକ ଙ୍କୁ କେତେ ଭଲ ପାଇଥାଏ । କେବେଳ କୁକୁର କାହିଁକି ଅନ୍ୟ କିଛି ପଶୁ ମଧ୍ୟ ଯଦି କାହାଠୁ ଭଲ ପାଇବା ପାଇଥାନ୍ତି ସେ ବି ନିଜର ନିସ୍ୱାର୍ଥପର ଭଲ ପାଇବା

ଓଜାଡି ଦେଇଥାଏ । ପଶୁ ମାନେ ସିନା ମଣିଷ ଭଳି କଥା କହି ପାରନ୍ତି ନାହିଁ ହେଲେ ତାଙ୍କ ବ୍ୟବହାର ରେ ସେ ନିଜର ସ୍ନେହ ଓ ନିଜର ଭାବନା ତାର ପ୍ରିୟ ମାଲିକ କିମ୍ବା ତାର ଯତ୍ନ ନେଉଥିବା ବ୍ୟକ୍ତି ଙ୍କ ପ୍ରତି ଦେଖେଇଥାନ୍ତି ।

 

ସିମ୍ପାଜି ଓ ଗରିଲା ଙ୍କୁ ମଣିଷ ଙ୍କ ପୂର୍ବଜ ବୋଲି କୁହାଯାଏ । ତେବେ ସେମାନେ ମଣିଷ ଭଳି ଖାଇବା ,ବସିବା କରିଥାନ୍ତି । କିଛି ଦିନ ତଳେ ତ ଗୋଟେ ସିମ୍ପାଜି ମଣିଷ ଭଳି ଲୁଗା ସଫା କରୁଥିବାର ଦେଖିବାକୁ ମିଳିଥିଲା ।

ହେଲେତାଙ୍କ ଭିତରେ କଣ ସ୍ନେହ ,ପ୍ରେମ ରହିଛି ? ସେ କଣ ମଣିଷ ମାନଙ୍କ ପ୍ରତି ଭଲ ପାଇବା ଦେଖେଇପାରିବେ ? ଆଜ୍ଞା ହଁ ଏମିତି କିଛି ବି ସେମାନେ କରି ପାରିବେ । ଯାହା ଜଣେ ଗରିଲା ତାର ମାଲିକ ଙ୍କ ସହ ଭଲ ପାଇବା ଖେଳିବା ର ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ।

 

୧୪ ବର୍ଷ ତଳେ ଗୋଟେ ପାହାଡ଼ି ଗରିଲା ଟି ତା ମା କୁ ହରେଇ ଉପାୟଶୂନ୍ୟ ହୋଇ ଜଙ୍ଗଲ ରେ ବସି ରହିଥିଲା । ଥଣ୍ଡା ରେ ଥରୁଥିଲା ବେଳେ ଜଣେ ବ୍ୟକ୍ତି ତାକୁ ଉଦ୍ଧାର କରିଥିଲେ ଥଣ୍ଡା ନ ହେବା ପାଇଁ ତାକୁ ଜାବୁଡି ଧରିଥିଲେ । ଓ ସେହି ଦିନ ରୁ ଏହି ବାନଵୋଜ୍ ତାଙ୍କ ପାଇଁ ଗୋଟେ ସାଥି ପାଲଟି ଗଲା ।

ଏହିଘଟଣା ଟି ହେଉଛି କଙ୍ଗୋ ଦେଶର । ଛୋଟ ବେଳୁ ବହୁତ ଭଲ ରେ ପାଳିଥିଲେ ସେହି ବ୍ୟକ୍ତି । ଭିଡ଼ିଓ ରେ ଏହି ଗରିଲା ଟି ବହୁତ ସୁନ୍ଦର ଭାବରେ ତାର କେୟାର ଟେକର ଙ୍କ ସହ ଖେଳୁଥିବାର ,କୋଳରେ ସୋଇପଡୁଥିବାର ଆପଣ ଦେଖିବେ।

ହେଲେ ଏବେ ସେ ଆଉ ନାହିଁ । ସବୁଦିନ ପାଇଁ ଏହି ଦୁନିଆ ଛାଡି ଚାଲିଯାଇଛି । ସେ ପୁଣି ତାର ଅତି ପ୍ରିୟ ସେହି ବ୍ୟକ୍ତି ଙ୍କ କୋଳରେ ମୁଣ୍ଡ ରଖି ତାର ଜୀବନ ଛାଡି ଯାଇଛି । ସତରେ ଏହି ଫୋଟ ଦେଖିଲେ ମନରେ କୋହ ରଖିହେବ ନାହିଁ । ପଶୁ ହେଲେ କଣ ହେଲା ନିଜର ପ୍ରେମ ,ସ୍ନେହ ସବୁଠି ରେ ସେ ଆଗରେ । ସତରେ ଏହି ଘଟଣା ଟି ବହୁତ ହୁର୍ଦୟବିଦାରକ ଅଟେ ।

Leave a Reply

Your email address will not be published. Required fields are marked *