ରାଜ୍ୟ ଖବରଭାଇରାଲ ଭିଡିଓ

ହରିଣଙ୍କୁ ଶି-କା-ର କରି ଗଛ ଉପରକୁ ଟାଣି ନେଇଗଲା ଚିତାବାଘ, ଭିଡିଓରେ ଦେଖନ୍ତୁ କିପରି ବିଲୁଆମାନେ ଚିତାବାଘ ପାଟିରୁ ଛଡାଇ ନେଲେ ଶି-କା-ର

ଜଙ୍ଗଲୀ ଜୀବଜନ୍ତୁ ମଧ୍ୟ ମଣିଷମାନଙ୍କ ଭଳି ପରସ୍ପର ସହିତ ଲଢେଇ କରିଥାନ୍ତି | କେବଳ ଏତିକି ନୁହେଁ ସେମାନେ ଅନ୍ୟ ଠାରୁ ଶି-କା-ର ଛଡ଼ାଇବା ପାଇଁ ମଧ୍ୟ ସେମାନଙ୍କ ଉପରେ ଆ-କ୍ର-ମ-ଣ କରିଦିଅନ୍ତି | ଏମାନଙ୍କର ନିୟମ ମଣିଷମାନଙ୍କ ଭଳି ହୋଇନଥାଏ ବରଂ ଜଙ୍ଗଲର ନିୟମ ସମ୍ପୂର୍ଣ୍ଣ ଭାବେ ପ୍ରକୃତି ଉପରେ ନିର୍ଭର କରିଥାଏ | ଯେଉଁଠାରେ କି ଶକ୍ତି ଏବଂ ସାହସ ବିନା ବଞ୍ଚି ରହିବା ବହୁତ କଷ୍ଟକର | କାରଣ ଶି-କା-ରୀ ପଶୁମାନେ ପ୍ରତ୍ୟେକ ପାଦରେ ଅନ୍ୟ ପଶୁମାନଙ୍କ ପାଇଁ ମୃ-ତ୍ୟୁ ହୋଇ ଠିଆ ହୋଇଥାନ୍ତି ତ ଆଉ ଅନେକଥର ଏକ ଶି-କା-ରୀ ପଶୁ ଅନ୍ୟ ଶି-କା-ରୀ ପଶୁ ଉପରକୁ ମଧ୍ୟ ଆ-କ୍ର-ମ-ଣ କରି ଦେଇଥାଏ |

ତାପରେ ତାକୁ ନିଜର ଶି-କା-ର କରିନିଏ କିମ୍ବା ତା ଶି-କା-ର-କୁ ଛଡାଇ ଖାଇଯାଏ | ଏପରି ଏକ ଭିଡିଓ ଆମକୁ ସୋସିଆଲ ମିଡ଼ିଆ ସାଇଟ ଟ୍ୱିଟରରେ ମିଳିଲା | ଯେଉଁଥିରେ ଗୋଟିଏ ଚିତାବାଘ ଗୋଟିଏ ହରିଣକୁ ଶି-କାର କଲା ଏବଂ ଦୁଇଟି ବିଲୁଆ ତା ଶିକାରକୁ ଛଡ଼ାଇବା ପାଇଁ ପହଞ୍ଚିଗଲେ | ତାପରେ କଣ ହେଲା ଏହା ଆପଣ ଏହି ଭିଡିଓରେ ଦେଖିପାରିବେ | ଏହି ଭିଡିଓକୁ ବାଇଲଡ କ୍ୟାପଚର୍ଡ ନାମକ ଏକ ଟ୍ୱିଟର ଆକାଉଣ୍ଟରୁ ସେୟାର କରାଯାଇଛି | ଯାହାକୁ ବର୍ତ୍ତମାନ ସୁଦ୍ଧା ୪୧ ହଜାରରୁ ଅଧିକ ଲୋକ ଦେଖିଲେଣି | ଏହାସହିତ ଏହି ଭିଡିଓକୁ ୭୨୭ ଟି ଲାଇକ ଏବଂ ୧୬୦ ଟି ରିଟ୍ୱିଟ ମିଳିଛି |

ଏହି ଭିଡିଓରେ ଦେଖାଯାଇପାରେ ଯେ ଗୋଟିଏ ହରିଣକୁ ଶି-କା-ର କରି ଚିତାବାଘ ଗଛ ଉପରକୁ ଚଢି ଯାଇଛି | ସେ ହରିଣକୁ ଟାଣି ନେଇ ଗଛ ଉପରକୁ ନେଇଯାଏ, ଯେପରିକି ତା ପଛରେ ପଡିଥିବା ବିଲୁଆମାନେ ତା ଶି-କା-ର-କୁ ଛଡାଇ ନେଇପାରିବେ ନାହିଁ | କିନ୍ତୁ ଚିତାବାଘ ନିଜର ଶି-କା-ର କରିଥିବା ଖାଦ୍ୟକୁ ଗଛର ଉପର ଦଳକୁ ନେଇପାରେ ନାହିଁ ଏବଂ ହରିଣର ମୃ-ତ ଶରୀର ଗଛର ଡାଳ ଦେଇ ତଳକୁ ଝୁଲୁଥାଏ | ତାପରେ ଆଉ କଣ ହେବ, ବିଲୁଆମାନେ ଡେଇଁ ଡେଇଁ ହରିଣର ଗୋଡ଼କୁ ଟାଣିବା ଆରମ୍ଭ କରିଦିଅନ୍ତି |

କିନ୍ତୁ ବିଲୁଆମାନେ ବାରମ୍ବାର ତାକୁ ଟାଣିବାରେ ବିଫଳ ହୋଇଯାନ୍ତି | ତଥାପି ସେମାନେ ହାର ମାନନ୍ତି ନାହିଁ, ଠିକ ସେତିକିବେଳେ ଅନ୍ୟ ବିଲୁଆଟି ଜୋରରେ ଡେଇଁ ହରିଣକୁ ଧରି ଟାଣିବାକୁ ଚେଷ୍ଟା କରେ | ଦୁଇଟି ଯାକ ବିଲୁଆଙ୍କ ଓଜନ ହରିଣକୁ ଟାଣିବାରେ ଲାଗିବାମାତ୍ରେ ଚିତାବାଘ ପାଟିରୁ ହରିଣର ଶରୀର ଖସିଯାଏ ଏବଂ ତଳେ ପଡ଼ିଯାଏ | ଚିତାବାଘଟି ନିଜ ଶିକାରକୁ ସେମିତି ଚାହିଁରୁହେ |

Leave a Reply

Your email address will not be published. Required fields are marked *