ରାଜ୍ୟ ଖବରଭାଇରାଲ ଭିଡିଓ

ଦୁନିଆଁର ସବୁଠାରୁ ମହଙ୍ଗା ପାଣି ବୋତଲ, ଗୋଟିଏ ପାଣି ବୋତଲର ଦାମ ଶୁଣିଲେ ଆପଣଙ୍କ ମୁଣ୍ଡ ବୁଲେଇ ଦେବ

ଜଳ ବିନା ଜୀବନ ଅସମ୍ଭବ । ଜଳ କୁ ଜୀବନ ସହ ତୁଳନା କରାଯାଏ ବୋଲି ଆପଣ ମାନେ ସମସ୍ତେ ଶୁଣିଥିବେ । ସତରେ ମଣିଷ ପାଣି ବିନା ବଞ୍ଚି ପାରିବ ନାହିଁ । ଜଳ ବହୁତ ଗୁରୁତ୍ୱ ପୂର୍ଣ୍ଣ ଅଟେ । ଜଳ କିଛି ସ୍ଥାନ ରେ ଅଭାବ ଦେଖାଯାଏ । ସେଥିପାଇଁ ପାଣି ପାଇଁ ଲୋକ ମାନେ ବହୁତ କଷ୍ଟରେ ପାଣି ସଞ୍ଚୟ କରିଥାନ୍ତି । ତେବେ ଆପଣ କେବେ ଲକ୍ଷ ଲକ୍ଷ ଟଙ୍କା ର ପାଣି ବୋତଲ କିଣି ପିଛନ୍ତି କି ? ଆସନ୍ତୁ ଜାଣିବା ଏହି ବୋତଲ ସମ୍ପର୍କରେ ସମ୍ପୂର୍ଣ୍ଣ ଖବର ।

ଆପଣ ମାନେ ବାହାର ଜାଗାକୁ ଗଲେ ପାଣି ବୋତଲ ନେଇକି ଯାଉଥିବେ । ଏମିତି କି ବାହାରେ ଦୋକାନ ରୁ ପାଣି ବୋତଲ ବି କିଣିକି ପିଉଥିବେ । ପାଣି ବହୁତ ଶସ୍ତା ଭାବରେ ବୋତଲ ରେ ବିକ୍ରି ହେଉଥାଏ । ଯିଏ କିଏ ବି ହେଉ ନା କାହିଁକି ବହୁତ ଶସ୍ତାରେ ପାଣି ବୋତଲ ଟି କିଣିକି ପିଇ ପାରିଥାନ୍ତି।

କୁହାଯାଏ ପାଣି ର ,ରଙ୍ଗ,ବର୍ଣ୍ଣ କିଛି ନଥାଏ । ତେବେ ଆପଣ କେବେ ଲକ୍ଷେ ଲକ୍ଷେ ଟଙ୍କା ଦେଇ ପାଣି ବୋତଲ କିଣି ପିଛନ୍ତି କି ? ଆଜ୍ଞା ହଁ ପାଣି ବୋତଲ ସେ ପୁଣି ଗୋଟେ କୁ ୪୫ ଲକ୍ଷ ଟଙ୍କା । ତେବେ ଏହି ବୋତଲ ରେ ୧ ଲିଟର ପାଣି ଠୁ ବି କମ ପାଣି ରହି ଥାଏ । ତେବେ ଏହି ପାଣି ବୋତଲ ଟି ବହୁତ ଭଲ ସୁନାରେ ତିଆରି କରା ଯାଇଛି । ଏହି ବୋତଲ ରେ ଥିବା ପାଣି ର ସ୍ୱାଦ ବି କିଛି ଅଲଗା । ତେବେ ଏହି ବୋତଲ ଟି ପୁରା ସୁନା ରେ ତିଆରି ହୋଇଥିବାରୁ ଏହାର ଏତେ ମୂଲ୍ୟ ରହିଛି । ସମସ୍ତେ ପାଣି ପିଇବାକୁ ଭଲ ପାଆନ୍ତି । ହେଲେ ଏତେ ମହଙ୍ଗା ପାଣି ବୋତଲ ପିଇବା ସମସ୍ତଙ୍କ ପାଖେ ସମ୍ଭବ ନୁହେଁ ।

ଆକ୍ୱଡ଼ି କ୍ରିଷ୍ଟାଲୋ ଟ୍ରିବୁଟୋ ଏ ମୋଡିକଲାନି ହେଉଛି ସବୁଠାରୁ ମହଙ୍ଗା ପାଣି ଵୋତଲ ।
ଏହି ବୋତଲ ରେ ଥିବା ପାଣି ଅନ୍ୟ ସାଧାରଣ ପାଣି ଠାରୁ ଅଧିକ ଶକ୍ତି ଯୁକ୍ତ ବୋଲି ଜଣା ଯାଏ । ତେବେ ସତରେ ଏମିତି ଏତେ ମୂଲ୍ୟ ର ପାଣି ବୋତଲ ଦେଖିଲେ ଆଶ୍ଚର୍ଯ୍ୟ ଲାଗିବ ନିଶ୍ଚୟ ।

Leave a Reply

Your email address will not be published. Required fields are marked *