ରାଜ୍ୟ ଖବରSpecial Report

ଜେଲ ଭିତରୁ କିଙ୍ଗ ଖାନଙ୍କ ସହ କଥା ହେଲେ ଆର୍ଯ୍ୟନ ଖାନ, ବାପା ପୁଅକୁ କହିଲେ ଏମିତି କିଛି ଯେ …..

ଭାଗ୍ୟ ଓ ସମୟ କେତେବେଳେ କାହା ସହ କଣ ପରିବର୍ତ୍ତନ କରିବ ତାହା କିଏ ଜାଣିପାରନ୍ତି ନାହିଁ । ସମୟ ହାତରେ ସମସ୍ତେ ବନ୍ଧା । କର୍ମ ଅନୁଯାୟୀ ଫଳ ମିଳିବା କଥା ଆପଣ ମାନେ ଜାଣନ୍ତି । ଯେମିତି ଭଲ କାମ କଲେ ଭଲ ଫଳ ମିଳିଥାଏ । ସେମିତି କିଛି ଖରାପ କିମ୍ବା ଭୁଲ କାମ କଲେ ଖରାପ ଫଳ ଭୋଗିବାକୁ ପଡେ । ଜେଲ ରୁ ଆର୍ଯ୍ୟନ ଖାନ ଭିଡ଼ିଓ କଲ ରେ କାହିଁକି କଥା ହେଲେ ଆସନ୍ତୁ ଜାଣିବା ସେହି ଖବର ।

ଆର୍ଯ୍ୟନ ଖାନ ଭୋଗ ବିଳାସ ରେ ଦିନ କାଟୁଥିଲେ । ବାପା ଶାହରୁଖ ଙ୍କ ଅଚଳାଚଳ ସମ୍ପତ୍ତି ରେ ଭରପୂର ମଜା କରୁଥିଲେ । ହେଲେ ସମୟ ସବୁବେଳେ ସମାନ ନଥାଏ । ଡ୍ରଗ୍ସ ପାର୍ଟି ରେ ଧରା ପଡିବା ପରେ ତାଙ୍କ ଜୀବନ ର ମୋଡ ବଦଳି ଯାଇଛି । ଆପଣ ମାନେ ତ ଜାଣିଥିବେ ସତ ଚେଷ୍ଟା ପରେ ବି ଆର୍ଯ୍ୟନ ଙ୍କୁ ବେଲ ମିଳିପାରିନାହିଁ ଓ ସେ ଏବେ ଜେଲ ରେ ଅଛନ୍ତି ।

ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ଆର୍ଯ୍ୟନ । ଏବେ ମାସକୁ ମାତ୍ର ସାଢେ ୪ ହଜାର ଟଙ୍କା ରେ ଚଳିବାକୁ ପଡିବ । ଜେଲ ର ନିୟମ ଅନୁଯାୟୀ କ୍ୟାଣ୍ଟିନ ର ଖର୍ଚ୍ଚ ପାଇଁ ମାସକୁ ମାତ୍ର ଏତିକି ଟଙ୍କା ହିଁ ପରିବାର ଲୋକ ମନୀ ଅଡ଼ର କରିପାରିବେ । ତେବେ ଆର୍ଯ୍ୟନ ଙ୍କ ପାଇଁ ମଧ୍ୟ ତାଙ୍କ ପରିବାର ଏତିକି ଟଙ୍କା ପଠେଇଛନ୍ତି ।

ତେବେ ଆର୍ଯ୍ୟନ ଖାନ ପରିବାର ଲୋକ ଙ୍କ ସହ ଭିଡ଼ିଓ କଲ ରେ କଥା ହେଇଛନ୍ତି । ଏହି ମହାମାରୀ ଅଵସ୍ଥା ପାଇଁ ଏହି ଭିଡ଼ିଓ କଲ ର ବ୍ୟବସ୍ଥା କରା ଯାଇଛି । କୈଦୀ ମାନେ ତାଙ୍କ ପରିବାର ସହ ସପ୍ତାହକୁ ୨ ଥର ଭିଡ଼ିଓ କଲ ରେ କଥା ହୋଇପାରିବେ । ତେଣୁ ଆର୍ଯ୍ୟନ ତାଙ୍କ ପରିବାର ସହ କଥା ହେଇଛନ୍ତି । ଆର୍ଯ୍ୟନ ଖାନ ଙ୍କ ବାପା ମା ବହୁତ ଚିନ୍ତା ରେ ରହିବା ସହ ନବରାତ୍ରୀ ରେ ଆର୍ଯ୍ୟନ ଙ୍କ ମା ଚିନି ଓ ମିଠା ନ ଖାଇବାର ଶପଥ ନେଇଛନ୍ତି । ତେବେ ଆଗକୁ ଆର୍ଯ୍ୟନ ଖାନ ଙ୍କ ଜୀବନ ପୁଣି କେଉଁ ମୋଡ ନେବ ଆଗକୁ ଜଣାଯିବ ।

Leave a Reply

Your email address will not be published. Required fields are marked *