ରାଜ୍ୟ ଖବରଭାଇରାଲ ଭିଡିଓ

ଫୋଟୋଗ୍ରାଫର ଉଠାଇଲା କନ୍ୟାର ଫଟୋ, ପଛରୁ ବର କଲା ଏମିତି କାମ, କନ୍ୟା ଷ୍ଟେଜ ଉପରେ ହିଁ ହସି ହସି ଗଡ଼ିଗଲା

ସୋସିଆଲ ମିଡିଆରେ ଆଜିକାଲି ବିବାହର ଅନେକ ଫନି ଭିଡିଓ ଭାଇରଲ ହେବାରେ ଲାଗିଥାଏ | ଏହି ମାସରେ ମଧ୍ୟ ବିବାହ ଯୁଗ ଆରମ୍ଭ ହେବାକୁ ଯାଉଛି | ବିବାହ ସହିତ ଜଡିତ ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରଲ ହେବାରେ ଲାଗିଛି, ଯାହାକୁ ଦେଖି ଯେ କେହି ହସି ହସି ଗଡ଼ିଯିବେ | ଏହି ଭିଡିଓ ବରଣମାଳା ସମୟର ଅଟେ | ଯେଉଁଠାରେ ବର ଫୋଟୋଗ୍ରାଫରଙ୍କ ସହିତ ଏମିତି କିଛି କରି ପକାଇଲେ, ତାକୁ ଦେଖି କନ୍ୟା ହସି ହସି ଷ୍ଟେଜ ଉପରେ ହିଁ ଗଡ଼ିଲା |

ଫଟୋଗ୍ରାଫର ଉଠାଇଲା କନ୍ୟାର ଫଟୋ :-

ଭାଇରଲ ହେଉଥିବା ଏହି ଭିଡିଓ ବରଣମାଳା ସମୟର ଅଟେ | ବର ଏବଂ କନ୍ୟା ଷ୍ଟେଜ ଉପରେ ଠିଆ ହୋଇଥିଲେ ଏବଂ ଏହା ମଧ୍ୟରେ ଫଟୋଗ୍ରାଫର ଆସେ ଏବଂ ସେ ବରକୁ ସାଇଡ କରି କନ୍ୟାର ଫଟୋ କ୍ଲିକ କରିବାକୁ ଲାଗେ, ତେଣୁ ବର ରାଗିଯାଏ ଏବଂ ସେ ଫଟୋଗ୍ରାଫରକୁ ପଛରୁ ପିଟିଚାଲେ | ତାପରେ ଆଉ କଣ ହେବ ଏହି ଦୃଶ୍ୟ ଦେଖି କନ୍ୟା ହସି ହସି ଷ୍ଟେଜ ଉପରେ ହିଁ ଗଡିଯାଏ |

ଚାପୁଡ଼ା ଖାଇ ହସିଲା ଫଟୋଗ୍ରାଫର :-

ଏକୁଟିଆ କନ୍ୟାର ଫଟୋ କ୍ଲିକ କରିବାରୁ କ୍ରୋଧିତ ବର ଫଟୋଗ୍ରାଫରକୁ ଷ୍ଟେଜ ଉପରେ ହିଁ ପିଟିବାକୁ ଲାଗିଲା | କିନ୍ତୁ ମାଡ଼ ଖାଇବାପରେ ମଧ୍ୟ ଫଟୋଗ୍ରାଫର ହସି ହସି ମାଡ଼ ଖାଇଚାଲିଲା | ସେହିପରି କନ୍ୟା ଏହି ଦୃଶ୍ୟକୁ ଦେଖି ହସି ହସି ଷ୍ଟେଜରେ ହିଁ ଗଡିବାକୁ ଲାଗିଲା | ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରଲ ହେଉଛି | ଏହି ଭିଡିଓକୁ ରେଣୁକା ମୋହନ ନାମକ ଟ୍ୱିଟର ୟୁଜର ସେୟାର କରିଛନ୍ତି |

ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୫ ଲକ୍ଷରୁ ଅଧିକ ଲୋକ ଦେଖିଲେଣି | ରେଣୁକା ନାମକ ଟ୍ୱିଟର ୟୁଜର ଏହି ଭିଡିଓକୁ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ ଯେତେବେଳେ ମୁଁ ପ୍ରଥମଥର ଏହି ଭିଡିଓକୁ ଦେଖିଲି, ସେତେବେଳେ ମୁଁ ବହୁତ ଜୋରରେ ହସିଲି ଏବଂ ଏବେ ବି ହସୁଛି | ମୁଁ କେବେ ବି ଏହି ସଟ ପଛରେ କୌଣସି ତର୍କ ଖୋଜିବା ବିଷୟରେ ଭାବିନଥିଲି ଏବଂ ବାସ୍ତବରେ କେବେ ବି ଧ୍ୟାନ ଦେଇନାହିଁ ଯେ ଏହା ଏକ ମଜାକ ଥିଲା ନା ପ୍ରକୃତରେ ଏମିତି ଘଟିଥିଲା |’

Leave a Reply

Your email address will not be published. Required fields are marked *