ରାଜ୍ୟ ଖବରଜ୍ୟୋତିଷ ଶାସ୍ତ୍ର

କାହାଣୀ ଏପରି ଜଣେ ବ୍ରିଟିଶ କର୍ଣ୍ଣଲଙ୍କର, ଯାହାଙ୍କର ଭଗବାନ ଶିବ ହିଁ ଯୁ-ଦ୍ଧ-ରେ ବଞ୍ଚାଇଲେ ଜୀବନ, ଜାଣନ୍ତୁ ଏହାର ସତ୍ୟତା

କୁହାଯାଏ ଈଶ୍ୱର ସତ୍ୟ ଅଟନ୍ତି, ସତ୍ୟ ହିଁ ଶିବ ଅଟନ୍ତି ଏବଂ ଶିବ ହିଁ ସୁନ୍ଦର ଅଟନ୍ତି | ଏଥିପାଇଁ ଭଗବାନ ଶିବଙ୍କର ଏକ ରୂପ ସତ୍ୟ, ଶିବ, ସୁନ୍ଦର ଅଟେ | ଶିବଙ୍କ ବିନା ପ୍ରକୃତିର କଳ୍ପନା ଆଧାରହିନ ଏବଂ ପ୍ରକୃତି ବିନା ମଣିଷର ଜୀବନର କୌଣସି ଆଧାର ନାହିଁ | ତେବେ ଆସନ୍ତୁ ଜାଣିବା ଶିବଙ୍କ ସହିତ ଜଡିତ ଏକ ଏପରି କାହାଣୀ, ଯାହା ଅନୁଯାୟୀ ଜଣେ ଇଂରେଜ ଥିଲେ ଯିଏକି ଭଗବାନ ଶିବଙ୍କ ପ୍ରତି ସତ୍ୟ ଶ୍ରଦ୍ଧା ରଖୁଥିଲା | ସେ ଦାବି କରିଥିଲେ ଯେ ଥରେ ନିଜେ ଭଗବାନ ଶିବ ତାଙ୍କର ଜୀବନ ବଞ୍ଚାଇବା ପାଇଁ ଆଫଗାନିସ୍ତାନ ଚାଲି ଯାଇଥିଲେ | ଏହି ଇଂରେଜଙ୍କ କାହାଣୀ ବହୁତ ଆଶ୍ଚର୍ଯ୍ୟଜନକ ଅଟେ |

ଆପଣଙ୍କୁ କହିରଖୁଛୁ ଯେ ଏହି କାହାଣୀ ୧୮୭୯ ମସିହାର ଅଟେ | ଜଣେ ଇଂରାଜୀ ଅଫିସର ଲେଫ୍ଟନାଣ୍ଟ କର୍ଣ୍ଣଲ ସି ମାର୍ଟିନ ସେହି ସମୟର ମଧ୍ୟ ଭାରତର ଅଗର-ମାଲୱା (ଯାହା ଆଜିର ସମୟରେ ମଧ୍ୟପ୍ରଦେଶର ଏକ ଜିଲ୍ଲା ଅଟେ) ଅଞ୍ଚଳରେ ନିୟୋଜିତ ଥିଲେ | ସେତେବେଳେ ବ୍ରିଟିଶ ଏବଂ ଆଫଗାନିସ୍ତାନ ମଧ୍ୟରେ ଯୁ-ଦ୍ଧ ଚାଲିଥିଲା | ୧୮୭୯ ମସିହାରେ ଲେଫ୍ଟନାଣ୍ଟ କର୍ଣ୍ଣେଲ ମାର୍ଟିନଙ୍କୁ ସେନାବାହିନୀର ନେତୃତ୍ୱ ନେବାକୁ ଆଫଗାନିସ୍ତାନ ପଠାଯାଇଥିଲା | ଯେହେତୁ ସେହି ସମୟରେ ଚିଠି ବ୍ୟତୀତ ବାର୍ତ୍ତା ପଠାଇବାର ଅନ୍ୟ କୌଣସି ମାଧ୍ୟମ ନଥିଲା, କର୍ଣ୍ଣଲ ମାର୍ଟିନ ମଧ୍ୟ ମାଲୱାରେ ଉପସ୍ଥିତ ଥିବା ତାଙ୍କ ସ୍ତ୍ରୀଙ୍କୁ ନିୟମିତ ଭାବରେ ଚିଠି ଲେଖୁଥିଲେ ଏବଂ କହୁଥିଲେ ଯେ ସେ ଭଲ ଅଛନ୍ତି |

ଅନେକ ମାସ ପର୍ଯ୍ୟନ୍ତ ତ ସବୁକିଛି ଠିକ ଥିଲା | କିନ୍ତୁ ଏହାପରେ କର୍ଣ୍ଣଲ ମାର୍ଟିନଙ୍କ ଚିଠି ଆସିବା ବନ୍ଦ ହୋଇଗଲା, ଯାହା ପରେ ତାଙ୍କ ସ୍ତ୍ରୀ ମଧ୍ୟ ଚିନ୍ତିତ ହୋଇଗଲେ | କର୍ଣ୍ଣେଲ ମାର୍ଟିନଙ୍କର କୌଣସି ଖବର ମିଳୁନଥିଲା ଯେ ପ୍ରକୃତରେ ସେ ନିରାପଦରେ ଅଛନ୍ତି କି ଯୁ-ଦ୍ଧ-ରେ ମ-ରି-ଯା-ଇ-ଛନ୍ତି | ଦିନେ ତାଙ୍କ ସ୍ତ୍ରୀ ଚିନ୍ତିତ ହୋଇ କୁଆଡେ ଯାଉଥିଲେ, ଠିକ ରାସ୍ତାରେ ତାଙ୍କୁ ଭଗବାନ ଶିବଙ୍କର ଗୋଟିଏ ମନ୍ଦିର ଦେଖିବାକୁ ମିଳିଲା | ଜଣାନାହିଁ ତାଙ୍କ ମନରେ କଣ ଆସିଲା, ସେ ମନ୍ଦିର ଭିତରକୁ ଗଲେ | ସେହି ସମୟରେ ମନ୍ଦିରରେ ଭଗବାନ ଶିବଙ୍କ ଆରତୀ ଚାଲିଥିଲା | ଏହି ସମୟରେ ପଚାରିବାରୁ ମନ୍ଦିରର ପୁରୋହିତ କହିଥିଲେ ଯେ ଇଏ ହେଉଛନ୍ତି ଭଗବାନ ଶିବ ଏବଂ ତାଙ୍କ ପାଇଁ କିଛି ବି ଅସମ୍ଭବ ନୁହେଁ, ସେ ଯାହା ଚାହିଁବେ ତାହା କରିପାରିବେ |

ସେହିପରି ଶିବଙ୍କ ମହିମା ଜାଣିବାପରେ କର୍ଣ୍ଣଲ ମାର୍ଟିନଙ୍କ ସ୍ତ୍ରୀ ଭୋଲେନାଥଙ୍କୁ ତାଙ୍କ ସ୍ୱାମୀଙ୍କ ସୁରକ୍ଷା ପାଇଁ ପ୍ରାର୍ଥନା କରିଥିଲେ ଏବଂ ୧୧ ଦିନିଆ ଏକ ରୀତିନୀତି ମଧ୍ୟ କରିଥିଲେ | ଠିକ ୧୧ ତମ ଦିନରେ ଏକ ଚମତ୍କାର ଘଟଣା ଘଟିଥିଲା ​​ଏବଂ ତାଙ୍କ ସ୍ୱାମୀ ଅର୍ଥାତ କର୍ଣ୍ଣଲ ମାର୍ଟିନଙ୍କଠାରୁ ଏକ ଚିଠି ଆସିଥିଲା, ଯେଉଁଥିରେ ସେ ଏକ ଅଦ୍ଭୁତ ଏବଂ ଚମତ୍କାର ଘଟଣା ବିଷୟରେ କହିଥିଲେ | କର୍ଣ୍ଣେଲ ମାର୍ଟିନ ଚିଠି ମାଧ୍ୟମରେ କହିଥିଲେ ଯେ ଆମର ସୈନ୍ୟମାନଙ୍କୁ ଆଫଗାନିସ୍ତାନ ଦ୍ୱାରା ଘେରି ଦିଆଯାଇଥିଲା, ଅନେକ ସୈନିକ ସହିଦ ହୋଇଥିଲେ ଏବଂ ବଞ୍ଚିବାର କୌଣସି ସୁଯୋଗ ଦେଖାଯାଉନଥିଲା |

ତେଣୁ ମୁଁ ଆଖି ବନ୍ଦ କରି ଭଗବାନଙ୍କୁ ସ୍ମରଣ କଲି | ଠିକ ସେତିକିବେଳେ ଯୁଦ୍ଧଭୂମିରେ ଜଣାନାହିଁ କେଉଁଠାରୁ ଜଣେ ବ୍ୟକ୍ତି ଆସିଲେ | କୌଣସି ଯୋଗୀ ପରି ତାଙ୍କର ଲମ୍ବା ଲମ୍ବା ବାଳ ଥିଲା, ସେ ତାଙ୍କ ହାତରେ ଗୋଟିଏ ତ୍ରିଶୂଳ ଧରିଥିଲେ | ତାଙ୍କୁ ଦେଖି ଆଫଗାନି ସୈନିକମାନେ ସେଠାରୁ ଦୁରେଇ ଯାଇ ଠିଆ ହୋଇଗଲେ | ଏହିପରି କର୍ଣ୍ଣଲ ମାର୍ଟିନଙ୍କ ଜୀବନ ବଂଚିଗଲା ଏବଂ ତାପରେ ସେ ନିଜ ଘର ନିଜ ସ୍ତ୍ରୀ ପାଖକୁ ଫେରି ଆସିଥିଲେ |

Leave a Reply

Your email address will not be published. Required fields are marked *