ପୋଲିସ DIG ବନ୍ଦ ଲଫାପା ଭିତରେ ପଠାଇଲେ ଗୃହମନ୍ତ୍ରୀ ଦିବ୍ୟଶଙ୍କର ଙ୍କ ବିରୁଦ୍ଧ ରେ ପ୍ରମାଣ, ସବୁ ଜାଣିଛନ୍ତି ମୁଖ୍ୟମନ୍ତ୍ରୀ ହେଲେ ଚୁପ୍ କାହିଁକି ବୋଲି ତେଜୁଛି ଜନ ଆନ୍ଦୋଳନ..

ମାମଲା କୁ ରଫା ଦଫା କରିବାକୁ ମମିତା ଆଉ ଅପରାଧୀ ଗୋବିନ୍ଦ କୁ ରାୟପୁର ଡ଼କାଇଥିଲେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର୍ ଆଉ ସେଇଠାରେ ହିଁ ଗୃହ ରାଷ୍ଟ୍ର ମନ୍ତ୍ରୀ ଦୁଇ ଜଣଙ୍କୁ ବୁଝାଇଥିଲେ,

କେମିତି ଆଉ କେଉଁ ପରିସ୍ଥିତି ରେ ମମିତା ଏସବୁ ଜାଣିଲେ ଆଉ ମମିତା ଙ୍କୁ ଏମିତି ନ କରିବାକୁ ବୁଝାଇଥିଲେ ମନ୍ତ୍ରୀ ଦିବ୍ୟାଶଙ୍କର, ଯାହାର ପ୍ରମାଣ ଏବେ ପୋଲିସ ପାଖରେ, ଖୋଦ୍ ନିଜେ DIG ଏକ ବନ୍ଦ ଲଫାପା ରେ ମୁଖ୍ୟମନ୍ତ୍ରୀ ଙ୍କ ଅଫିସ କୁ ପଠାଇଛନ୍ତି

ଏଇ ମାମଲା ରେ ଏବେ ମନ୍ତ୍ରୀ ଦିବ୍ୟ ଙ୍କ ହାତ ରହିଛି ବୋଲି କିଛି ଠୋସ ପ୍ରମାଣ ମିଳିଛି ଆଉ ଦିବ୍ୟ ଙ୍କୁ ତଦନ୍ତ ପରିସର କୁ ଆଣିବାକୁ ହେବ ବୋଲି ପୋଲିସ ମୁଖ୍ୟମନ୍ତ୍ରୀ ଙ୍କୁ କହିଛନ୍ତି ଆଉ ଉଦ୍ଧିଷ୍ଟ ପ୍ରମାଣ ମଧ୍ୟ ଦେଇଛନ୍ତି, ଆଉ ଏସବୁ ନେଇ ମୁଖ୍ୟମନ୍ତ୍ରୀ ସବୁ ଜାଣି ସାରିଛନ୍ତି

ଘଟଣା ପ୍ରଘଟ ହେଲେ ନବୀନ ସରକାର୍ ଉଲଟାପାଲଟା ହେଇଯିବ ଆଉ ସେଥି ପାଇଁ ଘଟଣା କୁ ଚପାଯାଉଚି  ବୋଲି ବୟାନ ଦେଇଛନ୍ତି କଂଗ୍ରେସ ନେତା ନରସିଂହ ମିଶ୍ର,

ଅନ୍ୟ ରାଷ୍ଟ ଠୁ ଏଇ କେସ ବିଲକୁଲ ଭିନ୍ନ ଆଉ ସବୁ ଆଡ଼େ ବିରୋଧ ର ନିଆଁ  ଜଳିସାରିଲାନି, ଏପରିକି ମାଓବାଦୀ ମାନେ ମଧ୍ୟ ମମିତା ସପକ୍ଷ ରେ ବାହାରିଛନ୍ତି ହେଲେ ସରକାର କିଭଳି ଭାବେ ଚୁପ୍ ବସିଛନ୍ତି ତାହା ଅତ୍ୟନ୍ତ ନିନ୍ଦନୀୟ

ଗୃହ ମନ୍ତ୍ରୀ ଙ୍କ ସିଧା ସଂପୃକ୍ତି ରହିଛି ଆଉ କେବଳ ଗୋବିନ୍ଦ କୁ ବଳି ର ଛେଳି ଭଳି କଟା ଯାଇଚି, ଆଉ ସତ ଜଣା ପଡ଼ିଲେ ହୁଏତ ସରକାର ଓଲଟି ପଡ଼ିବ ସେଥିପାଇଁ ନବୀନ ଏହା ଜାଣିଶୁଣି ଲୁଚାଉଛନ୍ତି ବୋଲି ନରସିଂହ ଅଭିଯୋଗ କରିଛନ୍ତି,

ମାଓବାଦୀ , ବିରୋଧୀ, ଏହା ସହ ବିଭିନ୍ନ ମିଡ଼ିଆ, ଓଡ଼ିଶା ର ସାଢେ଼ ଚାରିକୋଟି ଲୋକ ମମିତା ଙ୍କ ପରିବାର ସହ ଠିଆ ହେଲେ ବିଜେଡି ର କୌଣସି ନେତା ,ମନ୍ତ୍ରୀ ଟିକେ ବି ଦେଖ କରିବାକୁ ଆସିଲେନି ମମିତା ଙ୍କୁ, ଆଉ ଆପଣ ମାନେ ଖୁସି ତ ନାରା ଦେଉଥିବା ମୁଖ୍ୟମନ୍ତ୍ରୀ ବି ନୀରବଦ୍ରଷ୍ଟା , ଏଇ ସମୟ ରେ କୁଆଡେ ଗଲେ 5T ସରକାର୍, ସତରେ ଓଡ଼ିଶା ବାସୀ ସବୁ ଜାଣିଛନ୍ତି ସବୁ ବୁଝୁଛନ୍ତି ଦେଖା ଯାଉ ଆଗକୁ କଣ ହେଉଛି

Leave a Comment