ଦେଶ ଦୁନିଆ

ଓଡ଼ିଶୀ ନୃତ୍ୟ ଗୁରୁ ଶାଶ୍ଵତ ଯୋଶୀ ଙ୍କ ସହ କିଛି ପ୍ରଶ୍ନ ଉତ୍ତର ଯାହା ଆପଣ କେବେ ଜାଣିନଥିବେ, ନିଶ୍ଚୟ ଆଖିରୁ ଲୁହ ଆସିଯିବ..

ଓଡ଼ିଶୀ ନୃତ୍ୟ ଗୁରୁ ଶାଶ୍ଵତ ଯୋଶୀ ଙ୍କୁ କିଏ ବା ନ ଜାଣେ, ଶାଶ୍ଵତ ଙ୍କ ଓଡ଼ିଶୀ ନୃତ୍ୟ ପାଇଁ ସେ ରାଜ୍ୟ ତଥା ଦେଶ ବାହାରେ ମଧ୍ୟ ଭଲ ଭାବେ ସୁପରିଚିତ, ତେବେ ଆମେ ଆଜି ଆପଣ ଙ୍କୁ ଶାଶ୍ଵତ ଙ୍କ କିଛି କଥା କହିବାକୁ ଯାଉଛୁ ଯାହା ସେ ନିଜେ ଗୋଟେ ମିଡ଼ିଆ ଇଣ୍ଟରଭିଉ ରେ କହିଥିଲେ, କିଛି ପ୍ରଶ୍ନ ସହ ତାଙ୍କ ଉତ୍ତର ମଧ୍ୟ ଆମେ ଉପସ୍ଥାପନ କରୁଚୁ

ପ୍ରଶ୍ନ ୧ – ଆପଣ ନିଜ ଗୁରୁ ଙ୍କ ଠାରୁ ବହୁତ୍ କିଛି ଶିଖୁଛନ୍ତି ଯାହା ଆପଣ ଙ୍କୁ ଆଜି ଏଇ ସଫଳତା ଦେଇଛି, ତେବେ ଆପଣ କେତେ ସଫଳ ଗୁରୁ?

ଉତ୍ତର – ଦେଖନ୍ତୁ ଗୁରୁ ର ସ୍ଥାନ ସବୁବେଳେ ଅଲଗା, ଆଉ ମୁଁ ନିଜକୁ କେବେ ଗୁରୁ ବୋଲି ଭାବିନି କି କେବେ ବି କହିନି, ତେଣୁ ଏହା ଭୁଲ ପ୍ରଶ୍ନ

ପ୍ରଶ୍ନ ୨ – ଆପଣ ଙ୍କ ନାଁ ରେ ଅଭିଯୋଗ ହେଉଥିଲା ଯେ ଆପଣ ନିଜ ଶିଷ୍ୟ ମାନଙ୍କୁ ଖରାପ୍ ଭାଷା ରେ ଗାଳି ଦିଅନ୍ତି, ଆଉ ସେମାନଙ୍କୁ କାମ କରେଇ ପଇସା ଦିଅନ୍ତନି ଆଉ ଏହା ଛଡା ସେମାନଙ୍କୁ ଦୁର୍ବ୍ୟବହାର କରନ୍ତି, ଏହା କେତେ ଦୂର ଠିକ୍ ଆଉ ଆପଣ ସେ ସମୟ ରେ ଚୁପ୍ ରହିଲେ କଣ ପାଇଁ ?

ଉତ୍ତର – ଯଦି ମୁଁ କାହା ପ୍ରତି ଖରାପ୍ ଭାଷା ବ୍ୟବହାର କରିଛ କିମ୍ବା ତାଙ୍କ ସହ କିଛି ଦୁର୍ବ୍ୟବହାର କରିଛ ସେମାନେ ମିଡ଼ିଆ ଆଗରେ ଆସି କହିବା କଣ ଦରକାର୍? ସେଥିପାଇଁ ତ ନ୍ୟାୟ ବ୍ୟବସ୍ଥା ଅଛି, ପୋଲିସ ଅଛନ୍ତି , ମିଡ଼ିଆ ଆଗରେ ଆସି ଯାହାକୁ ନାଇ ତାହାକୁ ବଦନାମ କରିବାର ମାନେ କଣ? ଆଉ କଥା ରହିଲା ମୁଁ ଚୁପ୍ ରହିଲି କଣ ପାଇଁ, ଦେଖନ୍ତୁ ମୁ ଚୁପ୍ ରହିଲି ନାହିଁ, ମୁ ସେ ଅଭିଯୋଗ କରିଥିବା ଲୋକ ଙ୍କ ଉପରେ ମାନହାନି କେସ କଲି ଆଉ ସେମାନଙ୍କ ଅବସ୍ଥା ଏବେ ଯାହା ସେସବୁ ମିଡ଼ିଆ ଦେଖାଉନି କାହିଁକି,  ଆଉ ମୁଁ ମୋ ସହ କର୍ମୀ ଙ୍କୁ କାମ କରେଇ ପଇସା ଦିଏନି ଅଭିଯୋଗ ଯୋଉ କଲେ ଦେଖନ୍ତୁ ଜଣେ ଯଦି ପଇସା ପାଉନି ତାହାଲେ ସେ କେମିତି ଏବେ ଯାଏ ମୋ ସହ କାମ କରୁଛନ୍ତି? ଯଦି ମୁଁ ପଇସା ଦିଏନି ତ ପ୍ରଥମ ଥର ରୁ ହିଁ ସେମାନେ ଚାଲିଯିବା କଥା ନା, ବିନା ପଇସା ରେ ୫ ଥର ମୋ ସହ ବିଦେଶ ଯାଉଛନ୍ତି କେମିତି??

ପ୍ରଶ୍ନ ୩ – ସୋସିଆଲ ମିଡ଼ିଆ ରେ ଆପଣ ଙ୍କ ଚରିତ୍ର କୁ ନେଇ ବହୁତ୍ ପ୍ରକାର ପ୍ରଶ୍ନ ଉଠିଛି ଆଉ ବହୁତ୍ ପ୍ରକାର ପୋଷ୍ଟ ହେଉଛି, ଏଇ ବିଷୟ ରେ ଆପଣ କଣ କହିବେ

ଉତ୍ତର – ଦେଖନ୍ତୁ,  କେବଳ ମତେ ନୁହେଁ ଏହା ଓଡ଼ିଶା ର ପ୍ରତେକ୍ ଓଡ଼ିଶୀ ନାଚୁଥିବା ପୁରୁଷ ଉପରେ ଏହି ଦାଗ ଲାଗୁଛି, ସେମାନେ ଭାବୁଛନ୍ତି କି ମୁ କିନ୍ନର କିମ୍ବା ଅଲଗା କିଛି ହେଲେ ମୁ କହିରଖୁଛ ମୁଁ ବିବାହିତ ଆଉ ମୋର୍ ଗୋଟେ ଝିଅ ବି ରହିଛି,

ମୁଏଇ ପୋଷ୍ଟ ବହୁ ଆଗରୁ ଦେଖିଛି ହେଲେ ଉତ୍ତର ରଖିନି କାରଣ ମୁ ଏହା ଉପରେ କୌଣସି ଉତ୍ତର ରଖିବା ଜରୁରୀ ଭାବେନି, ମୁ କଣ ସବୁ ଜାଣିଛନ୍ତି ଆଉ ମୁଁ କାହାକୁ ପ୍ରମାଣ ଦେବାକୁ ଚାହେଁନା

ପ୍ରଶ୍ନ ୪ – ଏମିତି କିଛି ଦୁଃଖ ଅଛି ଯାହା ଆପଣ କାହାକୁ କହିନାହାନ୍ତି ହେଲେ ରାତି ରେ ଆଖିରୁ ଲୁହ ଆସିଛି?

ଉତ୍ତର – ଦୁଃଖ ତ ବହୁତ୍ ହେଲେ କିଛି ଦୁଃଖ କହି ହୁଏ ଆଉ କିଛି ନୁହେଁ, ମୁ ୨୧ ବର୍ଷ ଧରି ସଂଘର୍ଷ କରୁଛି, ୨୦୦୧ ମସିହା ରୁ ମୁ ଜଟଣୀ ଚାଲି ଚାଲି ଯାଇଚି ନାଚ ଶିଖିବାକୁ, ସେତେବେଳେ ମୋ ପାଖରେ ୧୦ ଟଙ୍କା ବି ନଥିଲା, ମୁ ମଧ୍ୟବିତ୍ତ ପରିବାର ରୁ, ଘରେ ମୋ ସ୍ଵପ୍ନ ପାଇଁ ମୁ କେବେ ପଇସା ମାଗିନି, ନିଜ ସ୍ବପ୍ନ କୁ ପୁରା କରିବାକୁ ମୁ ହୋଟେଲ ରେ ଖାଇବା ଦେଇଛି, ମାଡ଼ ଖାଇଛି, ଆଉ ବିଶ୍ୱାସ କରିବେନି ମୁଁ ୪ ବର୍ଷ ଯାଏଁ ଛତୁଆ ଖାଇ ଜୀବନ କାଟି ଥିଲି , ତେବେ ଆଜି ଯାହା ଆପଣ ଦେଖୁଛନ୍ତି ଏହା ଗୋଟେ ରାତି ରେ ନୁହେଁ ୨୧ ବର୍ଷ ର ସଂଘର୍ଷ ର ପରିଣାମ ।

ତେବେ ଏହି କିଛି ପ୍ରଶ୍ନ ସହ ଶାଶ୍ଵତ ଙ୍କ ଠାରୁ ବିଦାୟ ନେଇଥିଲେ ନିଉଜ ଆଙ୍କର, ହେଲେ ଓଡ଼ିଶା ପାଇଁ ଶାଶ୍ଵତ ଯାହା ବି କରିଛନ୍ତି ଆଉ କରୁଛନ୍ତି ତାହା ସତରେ ସ୍ବାଗତ ଯୋଗ୍ୟ, ଶାଶ୍ଵତ ଙ୍କ ପରି ଓଡ଼ିଶୀ କଳାକାର ଖାସ କରି ପୁରୁଷ ଓଡ଼ିଶୀ କଳାକାର ଓଡ଼ିଶାରେ ବହୁତ୍ କମ୍, ତେଣୁ ଓଡ଼ିଶା ବାସୀ ଜଣକ ଗୋଡ଼ ଟାଣିବା ଆଗରୁ ଟିକେ ଦେଖନ୍ତୁ ସେ ଲୋକ ଟି କେତେ କଷ୍ଟ କରି ସେ ସ୍ଥାନ ରେ ପହଞ୍ଚିଛି, ତେବେ ଶାଶ୍ଵତ ଆପଣ ଏମିତି ଆହୁରି ଆଗକୁ ଯାଆନ୍ତୁ ପ୍ରଭୁ ଜଗନ୍ନାଥ ଙ୍କ ନିକଟ ରେ ଆମେ ଏତିକି ଗୁହାରି କରୁଛ

Leave a Reply

Your email address will not be published. Required fields are marked *