ରାଜ୍ୟ ଖବର

ଚୋର ଖାଇଗଲା ଚବନପ୍ରାସ : ମରିଯାଇଥିବା ନର୍ସିଂ ଛାତ୍ରୀ ଙ୍କ ଘରୁ ହେଲା ଚୋରି..

ଚୋରି କଥା ଶୁଣିଲେ ସମସ୍ତେ ଭୟ କରିଥାନ୍ତି । ବହୁତ କଷ୍ଟରେ ସମସ୍ତେ ପରିଶ୍ରମ କରି ଟଙ୍କା ରୋଜଗାର କରିଥାନ୍ତି । ସବୁ ଖର୍ଚ୍ଚ ପରେ କିଛି ଟଙ୍କା ସଞ୍ଚୟ କରିଥାନ୍ତି ଓ କିଛି ସୁନା ଗହଣା ମଧ୍ୟ ଘରେ ରହି ଥାଏ । ହେଲେ ଯେତେବେଳେ ଘରୁ କଳାକନା ବୁଲି ଯାଏ ସେତେବେଳେ ସମସ୍ତେ ବହୁତ ଦୁଃଖ ପାଇଥାନ୍ତି । ସେମିତି ଘଟଣା ସମ୍ପର୍କରେ ଆସନ୍ତୁ ଜାଣିବା ।

 

ଝିଅ ମରିବାର ଦୁଃଖ ଯାଇନି ପୁଣି ଚୋରି ର କଷ୍ଟ ଆସି ପହଁଚିଲା ପରିବାର ଉପରେ । କିଛି ଦିନ ତଳେ ହୋଇଥିବା ଭିମଭୋଇ ମେଡିକାଲ କଲେଜ ର ମେଧାବୀ ଛାତ୍ରୀ ଙ୍କ ହଷ୍ଟେଲ ରେ ଆତ୍ମହତ୍ୟା ର ଘଟଣା ତ ଆପଣ ମାନେ ଜାଣିଥିବେ । ସେହି ମେଡିକାଲ ଛାତ୍ରୀ ହେଉଛନ୍ତି ନିରୁପମା ନନ୍ଦ । କିଛି ଦିନ ତଳେ ହଷ୍ଟେଲ ରେ ସେ ଝରକା ରେ ଆତ୍ମହତ୍ୟା କରିଥିବା କଥା ଚାରିଆଡେ଼ ଚର୍ଚ୍ଚା ହୋଇଥିଲା ।

 

ତେବେ ଝିଅ ର ମୁର୍ତ୍ୟୁ ପରେ ପୁରା ପରିବାର ଝିଅ ର କ୍ରିୟା କର୍ମ କରିବା ପାଇଁ ଲୁକାପଡା ଗ୍ରାମ କୁ ଯାଇଥିଲେ । ହେଲେ ଘରକୁ ଫେରି ଦେଖିଲେ ଘର ର ସବୁ କବାଟ ଖୋଲା ପଡିଛି । ଘର ଭିତରକୁ ଯାଇ ଘର ର ଅଵସ୍ଥା ଦେଖି ପୂରା ପରିବାର ର ବୁଦ୍ଧି ଶୁନ୍ୟ ହେଇଗଲା । ପୁରା ଘର ର ଜିନିଷ ଖେଳେଇ ହେଇ ପଡିଥିଲା । ଘରୁ ୧ ଲକ୍ଷ ୫୦ ହଜାର ଟଙ୍କା ଓ ୫ ଭାରି ସୁନା ଚୋରି କରିନେଇଯାଇଥିଲେ ଦୁର୍ବୁତ୍ତ ।

ତେବେ ଏହି ଚୋରି ର ଅଭିଯୋଗ ବଲାଙ୍ଗୀର ଟାଉନ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି ପରିବାର । ତେବେ ଚୋର ରୋଷେଇ ଘର ଭିତରେ ପଶି ମିଠା ଓ ଅନ୍ୟ କିଛି ଖାଦ୍ୟ ଖାଇଥିବା ମଧ୍ୟ ପରିବାର ଲୋକ କହିଛନ୍ତି। ତେବେ ପୂରା ପରିବାର ପାଇଁ ବହୁତ ଚିନ୍ତା ର ସମୟ । ପୋଲିସ କଣ ପଦକ୍ଷେପ ନେବ ଓ ଚୋର ଧରା ପଡ଼ିବ କି ନାହିଁ କାହାକୁ ଜଣା ନାହିଁ ।

Leave a Reply

Your email address will not be published. Required fields are marked *