ସୋସିଆଲ ମିଡିଆରେ ଆଜିକାଲି ଅନେକ ପ୍ରକାରର ଭିଡିଓ ଭାଇରଲ ହୋଇଥାଏ | ଏପରି ଏକ ଭିଡିଓ ଆଜିକାଲି ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି | ଯେଉଁଥିରେ ଗୋଟିଏ ବାଘ, ଭାଲୁକୁ ଶିକାର କରିବାପାଇଁ ତାକୁ ପିଛା କରୁଛି | ଏହି ଭିଡିଓକୁ ସୋସିଆଲ ମିଡିଆରେ ଖୁବ ପସନ୍ଦ କରାଯାଉଛି | ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି | ଭିଡିଓରେ ଦେଖାଯାଇପାରେ ଯେ ଗୋଟିଏ ବାଘ ଏବଂ ସୁସ୍ଥ ଭାଲୁ ମଧ୍ୟରେ ଝଗଡା ଚାଲିଛି | ଏହି ଭିଡିଓକୁ ରାଜ୍ୟସଭା ସାଂସଦ ପରିମଳ ନାଥବାନି ସେୟାର କରିଛନ୍ତି |
କୁହାଯାଉଛି ଯେ ଏହି ଭିଡିଓ ରାଜସ୍ଥାନର ରଣଥଭୌର ନେସନାଲ ପାର୍କର ଅଟେ | ୧.୨୧ ମିନିଟର ଏହି ଭିଡିଓରେ ଆପଣ ଦେଖିପାରିବେ ଯେ ବାଘ ସବୁଠାରୁ ପ୍ରଥମେ ଭାଲୁକୁ ଶିକାର କରିବାପାଇଁ ଚେଷ୍ଟା କରେ | କିନ୍ତୁ ଯେତେବେଳେ ଭାଲୁକୁ ଲାଗେ ଯେ ବାଘ ତାର ପିଛା ଛାଡ଼ିବନାହିଁ, ସେତେବେଳେ ସେ ଠିଆ ହୋଇପଡେ | ତାପରେ ବାଘ ମଧ୍ୟ ଡରିଯାଏ ଏବଂ ଦୌଡ଼ି ପଳାଇବାକୁ ଲାଗେ | ତାପରେ ଭାଲୁ ତାକୁ ପିଛା କରିବାକୁ ଲାଗେ |
This video captures an unexpected #clash between #Tiger & Sloth Bear in #Rajasthan’s @ranthamborepark. Just as the Tiger seems to dominate the unaware Sloth Bear, it springs at the Tiger and scares it off! #Wildlife is full of such wonders & surprises.@ParveenKaswan @WWFINDIA pic.twitter.com/bbyfP6uFuZ
— Parimal Nathwani (@mpparimal) January 21, 2020
ବୋଧହୁଏ ବାଘ ଭାବୀଥିବ ଯେ ଭାଲୁଠାରୁ ବଞ୍ଚିବାପାଇଁ ତାକୁ ସେଠାରୁ ଦୌଡ଼ି ପଳାଇ ଯିବା ଉଚିତ | ଭିଡିଓରେ ଆପଣ ଦେଖିପାରିବେ ଯେ କିପରି ଭାବେ ଭାଲୁ ବାଘକୁ ପିଛା କରୁଛି | ଭାଲୁକୁ ଦେଖି ଅନ୍ୟ ବାଘମାନେ ମଧ୍ୟ ପଳାଇ ଯାଉଛନ୍ତି | ପରିମଳ ନାଥବାନି ଭିଡିଓ ସେୟାର କରି କ୍ୟାପ୍ସନରେ ଲେଖିଛନ୍ତି, ” ରାଜସ୍ଥାନର ରଣଥଭୌର ନେସନାଲ ପାର୍କରେ ବାଘ ଏବଂ ଭାଲୁ ମଧ୍ୟରେ ଲଢେଇ ଦେଖାଗଲା | ବାଘ ଆକ୍ରମଣ କରିବାପାଇଁ ଆସିବାରୁ ଭାଲୁ ଓଲଟା ଆକ୍ରମଣ କରିଦେଲା | ବନ୍ୟଜୀବନ ଏପରି ଆଶ୍ଚର୍ଯ୍ୟ ଏବଂ ସରପ୍ରାଇଜ ଦ୍ୱାରା ଭରିରହିଛି |”
ଏହି ଭିଡିଓକୁ ବର୍ତ୍ତମାନ ସୁଦ୍ଧା ୪୫ ହଜାର ଥର ଦେଖାଗଲାଣି | ଏହାସହିତ ଏହି ଭିଡିଓକୁ ୨୭୦୦ରୁ ଅଧିକ ଲାଇକ ମିଳିଛି | ସେହିପରି ଏହି ଭିଡିଓକୁ ୮୪୦ଥର ରିଟ୍ୱିଟ ମଧ୍ୟ କରାଗଲାଣି | ଏହି ଭିଡିଓରେ ଅନେକ ୟୁଜର୍ସ ନିଜର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି | ଜଣେ ୟୁଜର ଲେଖିଛନ୍ତି, ” ଦୁଇପକ୍ଷରୁ ଏତେ ରାଗ ଦେଖିବାପରେ ଲଢେଇ ହେଲାନାହିଁ | ଆଶ୍ଚର୍ଯ୍ୟ …” | ସେହିପରି ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ” ଏପରି ଲାଗୁଛି ଯେ ବାଘମାନେ ଛୋଟ ପିଲା ଅଟନ୍ତି ଏବଂ ଶିକାର କରିବା ଶିଖୁଛନ୍ତି | କିନ୍ତୁ ଏଥର ଭାଲୁ ସେମାନଙ୍କୁ ମଜା ଚଖେଇଦେଲା |”