ଭାଇ କୁ ଝୁରୁଛି ସାନ ଭାଇ….

ସରକାର ଙ୍କ ଅପାରଗତା ଆଉ ମନ ମୁଖି କାର୍ଯ୍ୟ ପ୍ରଣାଳୀ ଲାଗି ଆଜି ନିରୀହ ପିଲା ଜ୍ୟୋତି ଯାହାର ବୟସ ମାତ୍ର ୧୫ ବି ନୁହେଁ, ପ୍ରଥମ କରି ଦୁନିଆ କୁ ଭଲ ସେ ଜାଣୁ ଥିବା ବୟସ ରେ ସବୁ ଦିନ ପାଇଁ ଦୁନିଆ ରୁ ବିଦାୟ ନେଇ ଯାଇଛି

ସବୁଠୁ ହାସ୍ୟାସ୍ପଦ କଥା ହେଉଛି ଏହି ଘଟଣା ରେ ନା BMC ପ୍ରଶାସନ , ନା ରାଜ୍ୟ ର ମୁଖିଆ ନା ବଡ଼ ବଡ଼ ନେତା କେହି ବି ମୁଁହ ଖୋଲିଲେନି , ସମସ୍ତେ ଚୁପ୍ ରହିଲେ ଆଉ ସରକାର ୪ ଲକ୍ଷ ଟଙ୍କା ଦେଇ ପରିବାର ର ମୁଁହ ବନ୍ଦ କରିଦେବେ ଭାବି ନିଜ କର୍ତ୍ତବ୍ୟ ସାରିଦେଲେ

ହେଲେ ଯାହାର ପିଲା ମରିଚି ସେ ହିଁ ଜାଣିଚି ଦୁଃଖ କଣ, ବଡ଼ ପୁଅ ରାଜା ର ମୃତ୍ୟୁ ରେ ଘର ଯେମିତି ଖାଁ ଖାଁ ହେଇ ଯାଇଛି, ସାନ ଭାଇ ଆଜି ଝୁରୁଛି ତା ବଡ଼ ଭାଇ କୁଆଡେ ଗଲା, ଛୋଟ ବେଳୁ ତା ସହ ଖେଳି ଆସୁଥିବା ବଡ଼ ଭାଇ ଘରେ ନାହିଁ କଣ ପାଈ, ଛୋଟ ଥିଲେ ମଧ୍ୟ ସେ ସବୁ ଜାଣିପାରୁଛି ଯେମିତି

ସତରେ କେତେ ହୃଦୟ ବିଦାରକ ଘଟଣା, ବାକି ବାପା ମା ଙ୍କ ମନ କେବେ ବି ଥୟ ଧରିବନି, କୋଳ ରେ ବସେଇ ପାଖରେ ଶୁଆଇ ବଡ଼ କରିଥିବା ଛୁଆ ଯେତେବେଳେ ନିଜକୁ ଛାଡ଼ି ଚାଲି ଯାଏ କାହା ମନ ସହିବ,

ସରକାର ର ଏଭଳି ମନମୁଖୀ ବ୍ୟବହାର କାହାକୁ ବି ପସନ୍ଦ ଆସୁନି, ଆଉ ଏତେବେଳେ ଯାଏଁ ପ୍ରଶାସନ ତା ଭୁଲ ନ ମାନି ଓଲଟା ଗଣମାଧ୍ୟମ କୁ ଦୋଷାରୋପ କରୁଚି କି କୁଆଡେ ଖବର କାଗଜ ଆଉ ଟିଭି ରେ ଆମେ ଲୋକ ଙ୍କୁ ସଚେତନ କରିଲୁନି ବୋଲି ଏମିତି ଘଟିଲା ଆଉ ଜ୍ୟୋତି ର ମୃତ୍ୟୁ ଏକ ଦେବ୍ୟ ଦୁର୍ବିପାକ

ସତରେ ଅଲାଜୁକ ରାଜା କୁ ପାଳବିଣ୍ଡା ମନ୍ତ୍ରୀ ରହିଲେ ଯାହା ହୁଏ ଏବେ ପରିସ୍ଥିତି ସେଇଆ, ଦେଖା ଯାଉ କେବେ ନାଳ କାମ କରିବ ପ୍ରଶାସନ, ସ୍ମାର୍ଟ ସିଟି ହେଇକି ଯଦି ପିଲା ନାଳ ରେ ପଡ଼ି ମରିବେ ଏହା ଠୁ ଲଜ୍ୟା ଜନକ କଥା କଣ ହେଇପାରେ, କୋଉ ଜିନିଷ ଦେଖି ଭୁବନେଶ୍ଵର କୁ ସ୍ମାର୍ଟ ସିଟି ର ଆଖ୍ୟା ଦିଆ ହେଉଛି କିଏ ଜାଣିଛି..

Leave a Comment