ରାଜ୍ୟ ଖବରଜ୍ୟୋତିଷ ଶାସ୍ତ୍ର

ଶ୍ରାବଣ ମାସରେ ରହିଛି ଅନେକ ଶୁଭ ଯୋଗ, ଏହି ୭ଟି ରାଶିମାନଙ୍କୁ ମିଳିବ ବହୁତ ଲାଭ

ହିନ୍ଦୁ ଧର୍ମରେ ଶ୍ରାବଣ ମାସରେ ବହୁତ ମହତ୍ୱ ରହିଥାଏ | ଶ୍ରାବଣ ମାସ ଶିବଙ୍କର ପ୍ରିୟ ମାସ ଅଟେ | ଜ୍ୟୋତିଷଙ୍କ ଅନୁଯାୟୀ, ଏଥର ଶ୍ରାବଣ ମାସରେ ପଡୁଥିବା ପ୍ରତ୍ୟେକ ସୋମବାରରେ ବିଶେଷ ଯୋଗ ରହୁଛି | କୁହାଯାଉଛି ଯେ ଏଥିରେ ପୂଜା-ବ୍ରତ କରିବାଦ୍ୱାରା ଭଗବାନ ଶିବଙ୍କ କୃପା ମିଳିଥାଏ | ଜୁଲାଇ ୨୬ ତାରିଖରେ ପ୍ରଥମ ସୋମବାର ପଡୁଛି ଏବଂ ଏହି ଦିନରେ ସୌଭାଗ୍ୟ ଯୋଗ ରହିଛି | ଅଗଷ୍ଟ ୨ରେ ଶ୍ରାବଣର ଦ୍ୱିତୀୟ ସୋମବାର ପଡୁଛି ଏବଂ ଏହି ଦିନ ସର୍ବାର୍ଥ ସିଦ୍ଧି ଯୋଗ ରହିଛି | ଅଗଷ୍ଟ ୯ ତାରିଖରେ ଶ୍ରାବଣର ତୃତୀୟ ସୋମବାର ପଡୁଛି ଏବଂ ଏହି ଦିନ ଭଲ ଯୋଗ ରହିଛି | ଅଗଷ୍ଟ ୧୬ ତାରିଖରେ ତତୁର୍ଥ ସୋମବାର ପଡୁଛି ଏବଂ ଏହି ଦିନ ବ୍ରହ୍ମ ଯୋଗ ଏବଂ ସର୍ବାର୍ଥ ଯୋଗ ରହିଛି |

ଜ୍ୟୋତିଷଙ୍କ ଅନୁଯାୟୀ, ଶ୍ରାବଣ ମାସର ଆରମ୍ଭରେ ଶନି ଏବଂ ମଙ୍ଗଳ ଗ୍ରହ ବିଛା ରାଶିରେ ଗୋଚର କରୁଛନ୍ତି | ଗୁରୁ ଏବଂ ରାହୁ ସିଂହ ରାଶିରେ ଏବଂ କେତୁ କୁମ୍ଭ ରାଶିରେ ଗୋଚର କରୁଛନ୍ତି | ଏହାବ୍ୟତୀତ ସୂର୍ଯ୍ୟ, ଶୁକ୍ର ଏବଂ ବୁଧ କର୍କଟ ରାଶିରେ ଗୋଚର କରୁଛନ୍ତି | ଶ୍ରାବଣ ମାସରେ ବୃଷ, କର୍କଟ, କନ୍ୟା, ତୁଳା, ବିଛା, ମକର ଏବଂ କୁମ୍ଭ ରାଶିକୁ ଲାଭ ମିଳିବାର ଯୋଗ ରହିଛି |

ବୃଷ ରାଶି :-

ଏହି ରାଶିର ଲୋକମାନଙ୍କ ପାଇଁ ଏହି ମାସ ବହୁତ ଶୁଭ ହେବାକୁ ଯାଉଛି | ଏହି ସମୟରେ ପରାକ୍ରମ ଏବଂ ସାହସରେ ବୃଦ୍ଧି ହେବ | ଭାଗ୍ୟ ମଧ୍ୟ ସାଥ ଦେବ | ଅଟକି ଯାଇଥିବା କାମ ପୁରା ହେବ | କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବାର ଯୋଗ ରହିଛି | ନିୟମିତ ଭାବରେ ଶିବଙ୍କ ପୂଜା କରନ୍ତୁ |

କର୍କଟ :-

ଏହି ରାଶିର ଲୋକମାନଙ୍କ ପାଇଁ ଶ୍ରାବଣ ମାସ ଆତ୍ମବିଶ୍ୱାସରେ ବୃଦ୍ଧି ନେଇ ଆସିବ | ସମାଜରେ ମାନ-ସମ୍ମାନ ବୃଦ୍ଧି ପାଇବ | ପଦ-ପ୍ରତିଷ୍ଠା ମିଳିବ | ଏହି ସମୟରେ ବାଦ-ବିବାଦରୁ ଦୁରେଇ ରୁହନ୍ତୁ | କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ | କଥା ଉପରେ ମଧ୍ୟ ନିୟନ୍ତ୍ରଣ ରଖନ୍ତୁ | ଭଗବାନ ଶିବଙ୍କ ଆରାଧନା କରିବା ଦ୍ୱାରା ଜୀବନରେ ସୁଖ-ସମୃଦ୍ଧି ପ୍ରାପ୍ତ ହେବ |

କନ୍ୟା :-

ଏହି ରାଶିର ଲୋକମାନଙ୍କ ପାଇଁ ଏହି ମାସ ବହୁତ ଶୁଭ ହେବାକୁ ଯାଉଛି | ଆର୍ଥିକ ପରିସ୍ଥିତି ମଜବୁତ ରହିବ | ଏହି ରାଶିର ଲୋକମାନଙ୍କୁ ଧନଲାଭର ଯୋଗ ରହିଛି | ଶ୍ରାବଣର ଏହି ମାସରେ କନ୍ୟା ରାଶିର ଲୋକମାନଙ୍କୁ କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ | ଓଁ ନମଃ ଶିବାୟ ମନ୍ତ୍ରକୁ ଜପ କରିବା ଦ୍ୱାରା ଲାଭ ହେବ |

ତୁଳା :-

ଏହି ରାଶିର ଲୋକମାନଙ୍କୁ କ୍ୟାରିୟରରେ ସଫଳତା ମିଳିବ | ଶିକ୍ଷା ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ମିଳିବ | ମାନ-ସମ୍ମାନ ବୃଦ୍ଧି ହେବ | ପଦ-ପ୍ରତିଷ୍ଠା ବଢିବ | ଏହି ମାସରେ ଆପଣଙ୍କ ଆତ୍ମବିଶ୍ୱାସ ବଢିବ, ଯାହା ଦ୍ୱାରା ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ | ଭଗବାନ ଶିବଙ୍କ ମନ୍ତ୍ରକୁ ଜପ କରନ୍ତୁ |

ବିଛା :-

ଏହି ରାଶିର ଲୋକମାନଙ୍କ ପାଇଁ ଏହି ମାସ ଆଧ୍ୟାତ୍ମିକ ଦୃଷ୍ଟି ଭଲ ରହିବ | ଏହି ସମୟରେ ଆପଣଙ୍କର ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢିବ | ସମାଜରେ ମାନ-ସମ୍ମାନ ବଢିବ | କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ | ମହା ମୃତ୍ୟୁଞ୍ଜୟ ମନ୍ତ୍ରକୁ ଜପ କରିବାଦ୍ୱାରା ଲାଭ ହେବ |

ମକର :-

ଏହି ରାଶିର ଲୋକମାନଙ୍କୁ ଶ୍ରାବଣ ମାସରେ ଆର୍ଥିକ ଲାଭ ହୋଇପାରେ | ଏହି ସମୟରେ ବୈବାହିକ ଜୀବନ ଭଲ ରହିବ | ଆପଣ ନିଜ ପାର୍ଟନରଙ୍କ ସହିତ କୌଣସି ନୂତନ ବ୍ୟବସାୟ କରିପାରନ୍ତି | ଭଗବାନ ଶିବ ଏବଂ ମା ପାର୍ବତୀଙ୍କୁ ପୂଜା କରିବାଦ୍ୱାରା ଲାଭ ହେବ |

କୁମ୍ଭ :-

ଏହି ରାଶିର ଲୋକମାନଙ୍କ ପାଇଁ ଏହି ମାସ ବହୁତ ଶୁଭ ରହିବାକୁ ଯାଉଛି | ଏହି ସମୟରେ ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ମିଳିବ | ଅଟକି ଯାଇଥିବା କାର୍ଯ୍ୟ ପୁରା ହେବ | ବିରୋଧୀ ପରାସ୍ତ ହେବେ | ଏହି ସମୟରେ ଏହି ରାଶିର ଲୋକମାନଙ୍କୁ ଭାଗ୍ୟ ମଧ୍ୟ ସାଥ ଦେବ | ଶିବ ଗାୟତ୍ରୀର ପାଠ କରିବା ଦ୍ୱାରା ଲାଭ ହେବ |

Leave a Reply

Your email address will not be published. Required fields are marked *