ରାଜ୍ୟ ଖବର

ରୋଷେଇ ଘରେ ଥିଲା ନାଗ, ଅଳ୍ପକେ ସାପ ଚୋଟ ରୁ ବଞ୍ଚିଲେ ମହିଳା… ଦେଖନ୍ତୁ ଭିଡିଓ

ଆମ ପରିବେଶ ରେ ଚାରିଆଡେ଼ ଯିବ ଜନ୍ତୁ ରହିଥାନ୍ତି । ସବୁ କ୍ଷେତ୍ର ରେ ସମସ୍ତଙ୍କୁ ସତର୍କତା ଅବଲମ୍ବନ କରିବାକୁ ହେବ । ପରିବେଶ ର କେତେକ ଜୀବଜନ୍ତୁ ହାନି କାରକ ନ ହେଇଥିଲା ବେଳେ କିଛି ଯିବ ବହୁତ କ୍ଷତିକାରକ ହୋଇଥାନ୍ତି । କିଛି ଟା ଜୀବଙ୍କୁ ଦେଖିଲେ ସମସ୍ତେ ବହୁତ ଭୟ କରିଥାନ୍ତି । ଯେମିତି ସାପ । ଏହି ନାଁ ଶୁଣିଲେ ହିଁ ବହୁତ ଜଣକୁ ଡର ଲାଗିଥାଏ …

ଏବେ ସାପ ମାନେ ଘର ଭିତରେ ବହୁତ ଥର ପସିଯାଉଥିବାର ଆପଣ ମାନେ ଦେଖିଥିବେ । ଆପଣ ମାନେ ବହୁତ ଥର ସାପ କୁ ରାସ୍ତା ରେ ଗଲା ବେଳେ କିମ୍ବା କାହା ଘରେ କିମ୍ବା ଆଖପାଖରେ ଦେଖିଥିବେ ନିଶ୍ଚୟ । ବହୁତ ପ୍ରଜାତି ର ସାପ ମଧ୍ୟ ଅଛନ୍ତି । ତେବେ ନାଗ ସାପ କଥା ଶୁଣିଲେ ସମସ୍ତେ ବହୁତ ଭୟ କରିଥାନ୍ତି । ତେବେ ନାଗ ସାପ ଘରେ ପଶିଗଲେ କାଢ଼ିବା ବି ବହୁତ କଷ୍ଟ ହୋଇଥାଏ ।

 

ତେବେ ବାଙ୍କୀ ର ଢ଼ଂସର ପଞ୍ଚାୟତ ରେ ରତ୍ନାକର ସାହୁ ରୋଷେଇ ଘର ଭିତରେ ନାଗ ସାପ ପସିଯାଇଥିଲା । ତାଙ୍କ ମା ରୋଷେଇ ଘର କୁ ଯାଇଥିବା ସମୟରେ ସାପ ଟି ତାଙ୍କୁ ଆକ୍ରମଣ କରିବାକୁ ଆସିଥିଲା ହେଲେ ସାପ ର ଲାଞ୍ଜ ଗ୍ୟାସ ସିଲିଣ୍ଡର ଭିତରେ ରହିଯାଇଥିବାରୁ ମହିଳା ଜଣକ ବହୁତ ବଡ଼ ବିପଦରୁ ରକ୍ଷା ପାଇଗଲେ । ପାଟି କରି ପରିବାର ଲୋକ ଙ୍କୁ ଡାକି ଦେଖେଇଲେ ।

ତେବେ ପରିବାର ଲୋକ ନାଗ ସାପ କୁ ଦେଖି ଡରି ଯାଇଥିଲେ ଓ ସ୍ନେକ ହେଲ୍ପ ଲାଇନ କୁ ଫୋନ କରିଥିଲେ । ଓ ନାଗ ସାପ କୁ ଉଦ୍ଧାର କରାଗଲା । ଏହି ନାଗ ସାପ ୪ ଫୁଟ ଲମ୍ବା । ତେବେ ପରିବାର ଲୋକ କେହି ବି ସାପ କୁ ଘର ଭିତରେ ପଶିବାର ଦେଖିନଥିଲେ । ତେବେ ସବୁବେଳେ ସତର୍କ ହେଇ ରହିବା ଆବଶ୍ୟକ ।

Leave a Reply

Your email address will not be published. Required fields are marked *