କାମ ବହୁତ୍ ମୁ ଏବେ ବ୍ୟସ୍ତ କହୁଥିବା DFO ନଜର ଆସିଲେ ପାର୍କ ରେ ଧୁମ୍ ମଜା କରୁଥିବା ର, ସରକାରୀ ଡ୍ୟୁଟି ରେ ପିକନିକ୍ ମସ୍ତି

କୁହାଯାଏ ଚୋର ମୁଁହ ଟାଣ, ତେବେ ଏଠି ଚୋର କିଏ ପୋଲିସ କିଏ ଆପଣ ମାନେ ଠିକ୍ ଭବେ ଜାଣିଥିବେ ଆମେ ଆଉ କହିବା ଉଚିତ୍ ମନେ କରୁ ନାହୁଁ ତେବେ ୨ ମାସ ହେବ ସୌମ୍ୟ ଙ୍କ ମୃତ୍ୟୁ କୁ ଏଯାବତ୍ ପୋଲିସ ର ହାତ ଖାଲି,

ଦୂତି ଚାନ୍ଦ ଙ୍କ ଅଭିଯୋଗ ରେ ଫଟଫଟ କରି କାର୍ଯ୍ୟାନୁଷ୍ଠାନ କରୁଥିବା ପୋଲିସ କିଭଳି ଭାବେ ଏତେ ଦିନ ପଯ୍ୟନ୍ତ ଚୁପ୍ ରହିଛ ଆଉ ଏତେ ସବୁ ଅଭିଯୋଗ ପରେ ବି ଓଡ଼ିଶା ସରକାର ଆରୋପ ଲାଗିଥିବା DFO ଙ୍କୁ ଛୁଟି ରେ ନ ପଠେଇ କିମ୍ବା ବଦଳି ନ କରି ଚୁପ୍ ବସିଛନ୍ତି ତାହା ସତରେ ସନ୍ଦେହ ଜନକ

DFO ଙ୍କ ସହ ଜଙ୍ଗଲ ମନ୍ତ୍ରୀ ଙ୍କ ହାତ ଥିବା ଏହା ସହ କଲେକ୍ଟର ବି ସାମିଲ ଥିବା ସମସ୍ତେ ସନ୍ଦେହ କରୁଛନ୍ତି, କାରଣ ଘଟଣା ଦିନ କଲେକ୍ଟର ବି ଆସିଥିଲେ ସୌମ୍ୟ ଙ୍କ ଘରକୁ, ତାର କିଛି ଘଣ୍ଟା ପରେ ସୌମ୍ୟ ଜଳିଗଲେ ଆଉ ସବୁଠୁ ବଡ଼ କଥା କ୍ୟାମେରା ଆଗରେ ମୃତ୍ୟୁ କାଳୀନ ଜମାନ ବନ୍ଦୀ ରେ DFO ବସିଥିବା ସ୍ପଷ୍ଟ ନଜର ଆସୁଥିବା ବେଳେ ନିଜେ DFO କହୁଛନ୍ତି ମୁ ସେ ନୁହଁ

ଏହା ସବୁ ନେଇ ଯେତେବେଳେ କାଲି ଏକ ନିଉଜ ଚ୍ୟାନେଲ ତରଫରୁ ସାମ୍ବାଦିକ ତାଙ୍କୁ ପ୍ରଶ୍ନ କଲେ ସେ ମୁ କିଛି ଜାଣିନି, ସରକାରୀ କାମ ରେ ବାଧା ଦିଅନି, ମୁ ଭାରି ବ୍ୟସ୍ତ ଅମୁକ ସମୁକ କହି ଲୋକ ଦେଖାନିଆ କାମ କରିବାର ବାହାନା କରୁଛନ୍ତି

ତେବେ ଏତେ ବ୍ୟସ୍ତ ଭିତରେ ଗତକାଲି ତାଙ୍କ ଭିଡିଓ ଭାଇରଲ ହେବାରେ ଲାଗିଛି ଯେଉଁଥିରେ ସେ ସରକାରୀ ସମୟ ରେ ଆଉ ସରକାରୀ ଅର୍ଥ ରେ ପିକନିକ ରେ ମଜା ଲୁଟୁଚନ୍ତି ଆଉ କହୁଛନ୍ତି କି ମୁ ଭାରି ବ୍ୟସ୍ତ

ତେବେ ଆଗକୁ ସମୟ କହିବ କିଏ ଦୋଷୀ ଆଉ କିଏ ନିର୍ଦ୍ଦୋଷ ହେଲେ DFO ମହାଶୟ ଙ୍କ ଆଗରୁ ରାଗ ରେ ଫଁ ଫଁ ହେବାର ପ୍ରକୃତି ଅଛି, ସାମ୍ବାଦିକ ଙ୍କୁ ଖରାପ୍ ବ୍ୟବହାର ଦେଖେଇବା ଭିଡିଓ ବି ଆଗରୁ ତାଙ୍କର ଭାଇରାଲ ହେଇ ସାରିଛି ତେବେ ଦେଖା ଯାଉ କେଉଁ ପାଣି କୁଆଡେ ଯାଉଛି

Leave a Comment

Your email address will not be published. Required fields are marked *

Scroll to Top