ରାଜ୍ୟ ଖବରଭାଇରାଲ ଭିଡିଓ

ଏହା ହେଉଛି ଦୁନିଆର ସବୁଠାରୁ ବଡ ୫ଟି ବିପଦଜନ୍ନକ ଚାକିରି, ଯାହାକୁ କରିବାକୁ ଡରିଥାନ୍ତି ଲୋକ

ପ୍ରାୟତଃ ସମସ୍ତ ଲୋକ ନିଜ ଚାକିରି କିମ୍ବା ଧନ୍ଦାକୁ ଅନ୍ୟମାନଙ୍କ ତୁଳନାରେ କଠିନ ଭାବନ୍ତି। କିନ୍ତୁ ଏମିତି ଅନେକ ଚାକିରି ଅଛି, ଯେଉଁ ଗୁଡିକରେ ଲୋକମାନେ ନିଜର ଜୀବନକୁ ବାଜି ଲଗାଇ ଲୋକଙ୍କ ପାଇଁ କାମ କରିଥାନ୍ତି। ତେବେ ଆସନ୍ତୁ ଜାଣିବା କଣ ଏମିତି କାମ ରହିଛି, ଯାହାକୁ କରିବା ପୂର୍ବରୁ ୧୦୦ଥର ଭାବିବାକୁ ପଡିବ।

ଖ୍ରୀଷ୍ଟ ରିଡିମର ଷ୍ଟେଚୁ:-

ରିଓ ଡି ଜେନେରିଓରେ ଥିବା ୧୨୫ଫୁଟ ଉଚ୍ଚତା ବିଶିଷ୍ଟ ଭଗବାନ ଯୀଶୁ ଖ୍ରୀଷ୍ଟଙ୍କର ଏହି ମୂର୍ତ୍ତି ରିଓ ଡି ଜେନେରିଓରେ ଅବସ୍ଥିତ ରହିଛି। ୨୦୦୭ ମସିହାରେ ବିଜୁଳୀ ପଡିବା କାରଣରୁ କ୍ଷତିଗ୍ରସ୍ତ ହୋଇଥିଲା। ବିଜୁଳୀ ପଡିବା କାରଣରୁ ଏହି ମୂର୍ତ୍ତିରେ ଆଙ୍ଗୁଠି, ହାତ ଓ ମୁଣ୍ଡରେ କ୍ଷତ ସୃଷ୍ଟି ହୋଇଥିଲା। ଏହି ମୂର୍ତ୍ତିକୁ ଠିକ କରିବା ପାଇଁ ଯେତେବେଳେ ଲୋକଙ୍କୁ କୁହାଗଲା ସେତେବେଳେ ଭଲ ଭଲ ଇଞ୍ଜିନିୟରମାନେ ମନା କରିଦେଇଥିଲେ। ତାପରେ କ୍ୟାଥଲିକ ସମାଜ ଦୁନିଆର ସବୁଠାରୁ ନାମୀ ଦାମୀ ଲୋକଙ୍କୁ ଏହାକୁ ଠିକ କରିବା ପାଇଁ ନିଯୋଜିତ କରାଇଲେ। ଜଣେ ଇଞ୍ଜିନିୟର ନିର୍ଭୟରେ ସେଠାକୁ ଯାଇ କ୍ଷତ ହୋଇଥିବା ସ୍ଥାନକୁ ଠିକ କରିଥିଲେ।

ଲ୍ୟାଣ୍ଡମାଇନ ରିମୋଭାଲ:-

 

ହା ସବୁଠାରୁ ବିପଦପୂର୍ଣ କାର୍ଯ୍ୟ ଅଟେ। ଏହାର ବିସ୍ଫୋରଣକୁ ରୋକିବା ପାଇଁ ଏହାକୁ ଡିଫ୍ୟୁଜ କରାଯାଏ। ଏହି ଡିଫ୍ୟୁଜ ସମୟରେ ଅନେକ ଲୋକଙ୍କର ଜୀବନ ମଧ୍ୟ ଚାଲିଯାଇଥାଏ। ଆତଙ୍କବାଦୀମାନେ ଏହି ପ୍ଳାନକୁ ଆୟୋଜନ କରିଥାନ୍ତି। ଦେଶର ସେନା ଓ ଲୋକମାନଙ୍କର ଜୀବନ ରକ୍ଷା ନିମନ୍ତେ ବମ ଡିଫ୍ୟୁଜିଙ୍ଗ ଦଳ ନିଜର ଜୀବନକୁ ବାଜି ଲଗାଇଦିଅନ୍ତି।

ଇଲେକ୍ଟ୍ରିକାଳ ପାୱାର ଲାଇନ ଇନଷ୍ଟଲେସନ:-

ଏହି କାର୍ଯ୍ୟରେ ମଧ୍ୟ ଜୀବନ ଯିବାର ବିପଦ ଲାଗି ରହିଥାଏ। ରେକର୍ଡ ଅନୁସାରେ ଏହି କାର୍ଯ୍ୟ କରୁଥିବା ୧ ଲକ୍ଷ ଲୋକଙ୍କ ମଧ୍ୟରୁ ୨୧ଜଣ ଲୋକଙ୍କର ମୃତ୍ୟୁ ସ୍ଵାଭାବିକ ହୋଇଥାଏ। କୌଣସି ଉଚ୍ଚ ସ୍ଥାନରେ ତାର ସଜାଡିବା ହେଉ କିମ୍ବା ଖରାପ ପାଣିପାଗରେ ଏହାକୁ ସଜାଡିବା ହେଉ, ଏହା ସତରେ ମୃତ୍ୟୁ ସହିତ ଖେଳିବା ସଦୃଶ। ସେମାନେ ଯଦି ଉପରକୁ ତଳେ ପଡିବେ ତେବେ ତାଙ୍କର ମୃତ୍ୟୁ ସୁନିଶ୍ଚିତ ଓ ଦ୍ଵିତୀୟ ହଜାର ହଜାର ଭୋଲ୍ଟ ପାୱାର ବିଶିଷ୍ଟ ତାର ସଂସ୍ପର୍ଶରେ ଆସି ସେମାନେ ଏହି କାର୍ଯ୍ୟ କରୁଥାନ୍ତି। ଏହି କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ଦୁଇ ଦୁଇଟି ବିପଦକୁ ସାଥିରେ ଧରି କାମ କରନ୍ତି ଓ ତାଙ୍କର ଏହି କାର୍ଯ୍ୟ ପାଇଁ ତାଙ୍କର ଯେତେବି ପ୍ରଶଂସା କରିଲେ କମ ହେବ ନାହିଁ।

ପାଇପ ଲାଇନ ସଫା କରୁଥିବା ବ୍ୟକ୍ତିମାନେ:-

ଯେଉଁ ଲୋକମାନେ ଅଳିଆ ଆବର୍ଜନାକୁ ସଫା କରନ୍ତି, ସେମାନଙ୍କ ଏହି କାମ ମଧ୍ୟ ପ୍ରଶଂସନୀୟ। ପାଇପ, ନାଳ ମଧ୍ୟରୁ ବାହାରୁଥିବା ଅଳିଆ, ଆବର୍ଜନା ଇତ୍ୟାଦିରୁ ନିର୍ଗତ ହେଉଥିବା ଗ୍ଯାସ କୌଣସି ବମର ଗ୍ଯାସ ଠାରୁ କମ ନୁହେଁ ଏହି ଗ୍ଯାସ ମାଧ୍ୟମରେ ଲୋକଙ୍କର ଜୀବନ ମଧ୍ୟ ଯାଇପାରେ। ଆପଣମାନେ ଟିଭି, ନ୍ଯୁଜରେ ଦେଖିଥିବେ ଅନେକ ଲୋକ ଏହି ନାଳ କାମ କରି ଶ୍ଵାସରୁଦ୍ଧ ହୋଇ ମୃତ୍ୟୁବରଣ କରିବାର। ସେହିପରି ଏହି କାମ କରୁଥିବା ବ୍ୟକ୍ତିମାନେ ମଧ୍ୟ ପ୍ରଶଂସାର ପାତ୍ର ଅଟନ୍ତି।

ଷ୍ଟଣ୍ଟ ମ୍ୟାନ:-

ଷ୍ଟଣ୍ଟ ମ୍ୟାନମାନେ ମଧ୍ୟ ଗୋଟିଏ ଷ୍ଟଣ୍ଟକୁ କରିବା ପାଇଁ ବହୁତ କଷ୍ଟ କରନ୍ତି। କିନ୍ତୁ ସେମାନଙ୍କର ଏହି କାର୍ଯ୍ୟକୁ କେହି ଆଲୋଚନା କରନ୍ତି ନାହିଁ। ଫିଲ୍ମରେ କିଛି ଷ୍ଟଣ୍ଟ କରୁଥିବା ସମୟରେ ଅନେକ ଲୋକଙ୍କର ଜୀବନ ମଧ୍ୟ ଚାଲିଯାଏ। ଯଦି କୌଣସି ଏକ୍ସନ ଚଳଚ୍ଚିତ୍ର ହିଟ ହୁଏ ତେବେ ଏହି ଷ୍ଟଣ୍ଟମ୍ୟାନ ମାନଙ୍କ ପାଇଁ ହୋଇଥାଏ। କେତେବେଳେ ସେମାନେ ନିଆଁ ସହ ଷ୍ଟଣ୍ଟ କରନ୍ତି, ତୋ ଆଉ କେତେବେଳେ ଆକାଶମାର୍ଗରେ ରହି ଷ୍ଟଣ୍ଟ କରିଥାନ୍ତି। ଏହି ଲୋକମାନେ କେବେ ପଛଘୁଞ୍ଚା ଦିଅନ୍ତି ନାହିଁ।

Leave a Reply

Your email address will not be published. Required fields are marked *