ରାଜ୍ୟ ଖବରଭାଇରାଲ ଭିଡିଓ

ହସ୍ପିଟାଲରେ ପହଞ୍ଚିବା ପାଇଁ ଡେରି ହୋଇଯିବାରୁ କାର ପାର୍କିଙ୍ଗରେ ହିଁ ମହିଳା ଦେଲେ ପିଲାକୁ ଜନ୍ମ, ଭିଡିଓ ଦେଖି ଆଶ୍ଚର୍ଯ୍ୟ ହୋଇଯିବେ

ମା ହେବା ପ୍ରତ୍ୟେକ ମହିଳାଙ୍କ ପାଇଁ ଦୁନିଆର ସବୁଠାରୁ ସୁନ୍ଦର ମୁହୂର୍ତ୍ତ ହୋଇଥାଏ | ପିଲା ଜନ୍ମ ପାଇଁ ପରିବାରର ଲୋକମାନେ ମହିଳାଙ୍କୁ ହସ୍ପିଟାଲରେ ଆଡମିଟ କରିଥାନ୍ତି | ଯାହାଦ୍ୱାରା ଡାକ୍ତର ଏବଂ ନର୍ସଙ୍କ ଦେଖାଶୁଣାରେ ପିଲା ଜନ୍ମ ହୋଇପାରିବ ଏବଂ ମା ଓ ପିଲାଙ୍କୁ କୌଣସି ଅସୁବିଧା ହେବନାହିଁ | କିନ୍ତୁ ଅନେକଥର ଭାଗ୍ୟ ଏହି କଥାକୁ ସୁଯୋଗ ଦେଇନଥାଏ ଯେ ପ୍ରେଗ୍ନେଣ୍ଟ ମହିଳା ହସ୍ପିଟାଲ ପହଞ୍ଚିବ ଏବଂ ସେଠାରେ ତାର ପିଲା ଜନ୍ମ ହେବ | ଆପଣ ମଧ୍ୟ ଅନେକଥର ଏହିପରି କାହାଣୀ ଶୁଣିଥିବେ, ଯେଉଁଥିରେ କୌଣସି ମହିଳା ରାସ୍ତାରେ କିମ୍ବା ଟ୍ରେନ କିମ୍ବା ବିମାନରେ ଯିବା ସମୟରେ ପିଲାକୁ ଜନ୍ମ ଦେଇଥିବ | ଏପରି ଏକ ଭିଡିଓ ଆମକୁ ସୋସିଆଲ ମିଡିଆରେ ମିଳିଲା |

ଯେଉଁଥିରେ ଜଣେ ମହିଳା ପିଲାକୁ ଜନ୍ମ ଦେବାପାଇଁ ହସ୍ପିଟାଲ ଯାଉଥିଲେ | କିନ୍ତୁ ସେ ହସ୍ପିଟାଲର କାର ପାର୍କିଙ୍ଗ ପାଖରେ ପହଞ୍ଚିବା ମାତ୍ରେ ତାଙ୍କୁ ପ୍ରସବ ପୀଡା ହେବାକୁ ଲାଗିଲା | ତାପରେ ମହିଳାଙ୍କ ସହିତ ଆସିଥିବା ତାଙ୍କ ସ୍ୱାମୀ ଏବଂ ଆଉ ଜଣେ ମହିଳା ହିଁ ଡେଲିଭରି କରିଦେଲେ | ସବୁଠାରୁ ଭଲ କଥା ଏହା ଯେ ଏହାପରେ ପିଲା ଏବଂ ମା ଏକଦମ ସୁସ୍ଥ ଅଛନ୍ତି | ଏହି ଘଟଣାର ଗୋଟିଏ ଭିଡିଓକୁ ବ୍ରିଟିଶ ଖବରକାଗଜ ଦି ସନ ନିଜ ଟ୍ୱିଟର ଆକାଉଣ୍ଟରୁ ସେୟାର କରିଛନ୍ତି | ଏହି ଭିଡିଓରେ ଆପଣ ଦେଖିପାରିବେ ଯେ କୌଣସି ଏକ ହସ୍ପିଟାଲର କାର ପାର୍କିଙ୍ଗରେ ଜଣେ ମହିଳା ଠିଆ ହୋଇଛନ୍ତି, ଯିଏ କି ପ୍ରସବ ପୀଡା ପାଇଁ ଚିତ୍କାର କରୁଛନ୍ତି |

ମହିଳାଙ୍କ ଦୁଇ ପଟରେ ଜଣେ ବ୍ୟକ୍ତି ଏବଂ ଜଣେ ଅନ୍ୟ ମହିଳା ମଧ୍ୟ ଠିଆ ହୋଇଛନ୍ତି | ଗର୍ଭବତୀ ମହିଳା ଆଣ୍ଠୁ ମାଡି ଠିଆ ହୁଅନ୍ତି, ଏହା ପରେ ଅନ୍ୟ ଜଣେ ମହିଳା ତାଙ୍କ ପାଖରେ ତଳେ ବସନ୍ତି | ଯେତେବେଳେ କି ପୁରୁଷ ଜଣକ ମହିଳାଙ୍କୁ ଧରି ଠିଆ ହୁଅନ୍ତି | ପ୍ରସବ ଯନ୍ତ୍ରଣା ଭୋଗୁଥିବା ଗର୍ଭବତୀ ମହିଳା ଠିଆ ହୋଇଥିବା ସମୟରେ ହିଁ ପିଲାକୁ ଜନ୍ମ ଦେଇ ଦିଅନ୍ତି | ଅନ୍ୟ ଜଣେ ମହିଳା ପିଲାଟିକୁ ହାତରେ ଧରି ମହିଳାଙ୍କୁ ଦିଅନ୍ତି | ମହିଳାଜଣକ ନିଜ ପିଲାକୁ ନିଜ କୋଳରେ ପାଇ ବହୁତ ଖୁସି ଦେଖାଯାଉଛନ୍ତି |

ଏହି ସମୟରେ ସାଥିରେ ଥିବା ମହିଳା ଗୋଟିଏ କପଡା ନେଇ ମହିଳାଙ୍କ ପେଟ ପାଖରେ ଘୋଡେଇ ଦିଅନ୍ତି | ଏହି ଦୃଶ୍ୟ ଦେଖି କାର ପାର୍କିଙ୍ଗରେ ଠିଆ ହୋଇଥିବା ଜଣେ ମହିଳା ଏବଂ ଜଣେ ପୁରୁଷ ଗାର୍ଡ ଆଶ୍ଚର୍ଯ୍ୟ ହୋଇଯାନ୍ତି | ଏହି ଭିଡିଓ ନେଚୁରାଲ ୱାର୍ଥୱାର୍କ ନାମକ ଗୋଟିଏ ଫେସବୁକ ପେଜରୁ ସେୟାର କରାଯାଇଥିଲା, ତାପରେ ଏହି ଭିଡିଓକୁ ଦି ସନ ନିଜ ଟ୍ୱିଟର ଆକାଉଣ୍ଟରୁ ସେୟାର କରିଛି |

Leave a Reply

Your email address will not be published. Required fields are marked *