ଭାଇରାଲ ଭିଡିଓ

ସର୍ଜରୀ କରାଇ ମହିଳାରୁ ପୁରୁଷ ହେଲେ ଏହି ସୁନ୍ଦରୀ ନାୟିକା

ହଲିଉଡ ସିନେମାର ପ୍ରସିଦ୍ଧ ଅଭିନେତ୍ରୀ ଏଲିଏଡ ପେଜ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। କିଛିଦିନ ପୂର୍ବରୁ ସେ ନିଜର ସମଲଙ୍ଗୀ କଥାକୁ ଘୋଷଣା କରିଥିଲେ। ବର୍ତ୍ତମାନ ପୁଣିଥରେ ଏଲିଏଡ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ବାସ୍ତବରେ ଏଲିଏଡ ପେଜ ଇନଷ୍ଟାଗ୍ରାମରେ ଏକ ବିନା ସାର୍ଟ ପିନ୍ଧିଥିବାର ଫୋଟ ସେୟାର କରିଛନ୍ତି। ବର୍ତ୍ତମାନ ତାଙ୍କର ସିକ୍ସ ପ୍ୟାକର ଫୋଟ ସାମ୍ନାକୁ ଆସିବା ପରେ ଚାରିଆଡେ ଚର୍ଚ୍ଚା ଜୋର ଧରିଛି।

ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ଟପ ସର୍ଜରୀ ପରେ ଏଲିଏଡ ଏପରି ଫୋଟ ପ୍ରଥମ ଥର ପାଇଁ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଯାହାପରେ ପ୍ରଶଂସକ ପରେ କିଛି ସେଲିବ୍ରିଟି ମଧ୍ୟ ଫୋଟ ଉପରେ ଅନେକ କମେଣ୍ଟ କରୁଛନ୍ତି। ହଲିଉଡର ସୁପରହିଟ ଫିଲ୍ମ ଇନସେପସନ, ଯୁନୋ ଏବଂ ଗ୍ୟାମ୍ବ୍ରିଲା ଏକାଡେମି ଫିଲ୍ମର ଷ୍ଟାର ଏଲିଏଡ ପେଜ ୨୦୧୩ରେ ନିଜର ଟପ ସର୍ଜରୀ କରାଇଥିଲେ।

ଏଲିଏଡ ଏକ ସାକ୍ଷାତକାରରେ କହିଥିଲେ ଏହି ସର୍ଜରୀ ଜୀବନ ପରିବର୍ତ୍ତନ ତଥା ଜୀବନ ରକ୍ଷାକାରୀ ବୋଲି କହିଥିଲେ। ସେ କହିଲେ, ଯେତେବେଳେ ତାଙ୍କର ସର୍ଜରୀ କରାଯାଇଥିଲା ସେତେବେଳେ ତାଙ୍କ ନିଜକୁ ଲାଗିଲା ଯେମିତି ସେ ନିଜକୁ ପୁଣିଥରେ ଫେରି ପାଇଛନ୍ତି। ଏଲିଏଡ କହିଛନ୍ତିଯେ ସେ ମହିଳାଙ୍କ ପୋଷାକରେ ଆଦୌ ସହଜ ଅନୁଭବ କରିପାରୁନଥିଲେ। ମହିଳାଙ୍କ ଡ୍ରେସ ପିନ୍ଧିବା ତାଙ୍କୁ ଆଦୌ ଭଲ ଲାଗୁନଥିଲେ। ଇନସେପସନ ଫିଲ୍ମର ପେନିୟର ସମୟରେ ସେ ଯେଉଁ ଡ୍ରେସ ପିନ୍ଧିଥିଲେ ତାଙ୍କୁ ଆଦୌ ଭଲ ଲାଗୁନଥିଲା ଓ ସେ ନର୍ଭସ ହୋଇଯାଉଥିଲେ। ସର୍ଜରୀ ପୂର୍ବରୁ ୨୦୧୨ରେ ସେ ତାଙ୍କର ନିଜର ନାମ ଏଲନ ପେଜକୁ ପରିବର୍ତ୍ତନ କରି ଏଲିଏଡ ପେଜ କରିଥିଲେ। ୨୦୧୮ରେ ଏମା ପର୍ଟନଙ୍କୁ ବିବାହ କରିଥିଲେ। ଚଳିତ ବର୍ଷ ଦୁଇଜଣଙ୍କ ମଧ୍ୟରେ ବିବାହର ବିଚ୍ଛେଦ ହୋଇଛି।

Leave a Reply

Your email address will not be published. Required fields are marked *