ଭାଇରାଲ ଭିଡିଓ

ପୋଷା କୁକୁରକୁ ବଞ୍ଚାଇବା ପାଇଁ ଭାଲୁ ସହିତ ଲ-ଢେ-ଇ କଲେ ମହିଳା, ଭିଡିଓରେ ଦେଖନ୍ତୁ ତା’ପରେ କଣ ହେଲା

ଆପଣ ନିଜ ପିଲା ପାଇଁ କୌଣସି ମହିଳାଙ୍କୁ ଖତରନାକ ପଶୁ ସହିତ ଲ-ଢେ-ଇ କରୁଥିବାର ଭିଡିଓ ତ ବହୁଥର ଦେଖିଥିବେ, କିନ୍ତୁ ବୋଧହୁଏ ପୋଷା କୁକୁରପାଇଁ ଏପରି କରିବାର ଦେଖିନଥିବେ | କିନ୍ତୁ ସୋସିଆଲ ମିଡିଆରେ ଆମକୁ ଏପରି ଏକ ଭିଡିଓ ଦେଖିବାକୁ ମିଳିଲା | ଯେଉଁଥିରେ ଜଣେ ମହିଳା ନିଜର ପୋଷା କୁକୁରକୁ ବଞ୍ଚାଇବାପାଇଁ ଏକ ଭାଲୁ ସହିତ ଲ-ଢେ-ଇ କରିବାକୁ ଲାଗିଲେ, ତାପରେ କଣ ହେଲା ଏହା ଆପଣ ଏହି ଭିଡିଓରେ ଦେଖିପାରିବେ | ଏହି ଭିଡିଓକୁ ଟ୍ୱିଟରରେ ଅନେକ ଆକାଉଣ୍ଟରୁ ସେୟାର କରାଯାଉଛି | ଯାହାକୁ ୟୁଜର୍ସ ଖୁବ ପସନ୍ଦ କରୁଛନ୍ତି |

କୁହାଯାଏ ଯେ କୁକୁର ମଣିଷର ସବୁଠାରୁ ପ୍ରିୟ ଏବଂ ବିଶ୍ଵସ୍ଥ ପଶୁ ହୋଇଥାଏ | ସେଥିପାଇଁ ଲୋକମାନେ କୁକୁରକୁ ନିଜ ସୁରକ୍ଷା ପାଇଁ ପାଳିଥାନ୍ତି | ସେହିପରି କୁକୁର ଯେତେବେଳେ ନିଜ ମାଲିକ ପ୍ରତି ନିଜର ସଚ୍ଚୋଟତା ଏବଂ ବିଶ୍ଵସ୍ଥର ପରିଚୟ ଦିଏ, ସେତେବେଳେ ମାଲିକ ମଧ୍ୟ ତା ପାଇଁ ଜୀବନକୁ ବାଜି ଲଗାଇ କୁକୁରକୁ ରକ୍ଷା କରେ | ଏହି ଭିଡିଓରେ ଆପଣ ଏପରି ସବୁ କଥା ଦେଖିପାରିବେ | ଏହି ଭିଡିଓରେ ଆପଣ ଦେଖିପାରିବେ ଯେ ଜଣେ ମହିଳା ନିଜର ପୋଷା କୁକୁରକୁ ବଞ୍ଚାଇବାପାଇଁ ଭାଲୁ ସହିତ ଲ-ଢେ-ଇ କରୁଛନ୍ତି ଏବଂ ସାହସ ଦେଖାଇ ତାର ମୁକାବିଲା କରୁଛନ୍ତି |

ସୋସିଆଲ ମିଡ଼ିଆ ୟୁଜର୍ସ ଏହି ମହିଳାଙ୍କର ବହୁତ ପ୍ରଶଂସା କରୁଛନ୍ତି | ଭାଇରଲ ଭିଡିଓରେ ଦେଖାଯାଇପାରେ ଯେ ଗୋଟିଏ ଭାଲୁ ଏବଂ ତାର ଦୁଇଟି ଛୁଆ ଘରର ବଗିଚା କାନ୍ଥରେ ବୁଲୁଛନ୍ତି | ଭାଲୁ ଏବଂ ତାର ଛୁଆମାନଙ୍କୁ ଦେଖି କୁକୁର ତିନିଜଣଙ୍କ ଉପରେ ଭୁକିବାକୁ ଘରୁ ବାହାରି ଆସେ | ଏହା ମଧ୍ୟରେ ଭାଲୁ ଆସି କୁକୁର ଉପରେ ଆ-କ୍ର-ମ-ଣ କରିଦିଏ |

ଠିକ ସେତିକିବେଳେ ମହିଳା ନିଜ ଘରୁ ବାହାରି ଆସନ୍ତି ଏବଂ ନିଜର ପୋଷା କୁକୁରକୁ ବଞ୍ଚାଇବାପାଇଁ ଭାଲୁକୁ ଠେଲି ଦିଅନ୍ତି ଏବଂ କୁକୁର ସହିତ ଜଲଦି ଘରକୁ ପଳାଇଯାନ୍ତି | ଯେଉଁ ଭିଡିଓକୁ ଆମେ ଏଠାରେ ସେୟାର କରିଛୁ, ତାକୁ ଭାରତୀୟ ବନସେବାର ଅଧିକାରୀ ସୁଶାନ୍ତ ନନ୍ଦା ନିଜ ଟ୍ୱିଟର ଆକାଉଣ୍ଟରୁ ସେୟାର କରିଛନ୍ତି | ଜୁନ ୧ ତାରିଖ ସନ୍ଧ୍ୟାରେ ସେୟାର କରାଯାଇଥିବା ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୯ ହଜାର ୮୦୦ ରୁ ଅଧିକ ଥର ଦେଖାଗଲାଣି | ସେହିପରି ୧୮୦୦ ରୁ ଅଧିକ ଲାଇକ ଏବଂ ୨୦୦ ରୁ ଅଧିକ ଥର ଏହି ଭିଡିଓକୁ ରିଟ୍ୱିଟ ମଧ୍ୟ କରାଯାଇଛି |

Leave a Reply

Your email address will not be published. Required fields are marked *