ଭାଇରାଲ ଭିଡିଓ

ନିଜ ପୁଅ କୁ ବଞ୍ଚାଇବାକୁ ଶାହରୁଖ ଆଉ ପତ୍ନୀ ନେତା ମନ୍ତ୍ରୀ ସମସ୍ତଙ୍କ ପାଖରେ ହେଉଛନ୍ତି କାକୁତି ମିନତି, ଏପଟେ ଅର୍ୟନ୍ ମାନିଲେ ସେ ୪ ବର୍ଷ ହେଲା ସେବନ କରନ୍ତି ଡ୍ରଗ୍ସ

ବଡ଼ ଘର ବଡ଼ ଗୁମର କଥା ଆପଣ ମାନେ ଏହି ଉକ୍ତି ଟି ଶୁଣିଥିବେ । ବଲିଉଡର କିଙ୍ଗ ଖାନ ଶାହାରୁଖ ଖାନ ଙ୍କୁ କିଏ ବା ନ ଜାଣେ । ଏତେ ବଡ ସୁପର ଷ୍ଟାର ଙ୍କ ପୁଅ କଣ କଳଙ୍କ ଲଗେଇଦେଲେ କି ? କାହିଁକି କାନ୍ଦି ପକେଇଲେ ?ଆସନ୍ତୁ ଜାଣିବା ସେ ସମ୍ପର୍କିତ ଖବର ।

ସମୁଦ୍ର ମଝିରେ ଯାଉଥିଲା ଜାହାଜ । ତା ଭିତରେ ଚାଲିଥିଲା ପାର୍ଟି । ହେଲେ ଏମିତି ସେମିତି ପାର୍ଟି ନୁହେଁ ,ଚାଲିଥିଲା ଡ୍ରଗ୍ସ ପାର୍ଟି । ବହୁତ ହାଇ ପ୍ରୋଫାଇଲ ର ବ୍ୟକ୍ତି ମାନେ ଥିଲେ । ହେଲେ ଏନ ସିବି କରିଥିଲା ଚଢ଼ାଉ ।

୮ ଜଣ ଙ୍କୁ ଗିରଫ କରିଥିଲା ଏନ ସିବି ତା ଭିତରେ ୩ ଜଣ ଝିଅ ଥିବାର ମଧ ସୂଚନା ମିଳିଥିଲା । ତେବେ ସେହି ଭିତରେ ମଧ୍ୟ ଥିଲେ ବଲିଉଡ ର କିଙ୍ଗ ଖାନ ଙ୍କ ପୁଅ ଆର୍ଯ୍ୟନ ଖାନ । ଆର୍ଯ୍ୟନ ଙ୍କ ଫୋନ ନେଇ ଅଧିକା ଯାଞ୍ଚ କରୁଛି ଏନସିବି । ଫୋନ ରେ କାହା ସହ କଣ କଥା ହୋଇଛନ୍ତି ? ବଲିଉଡ ରେ ଆଉ କାହାର ସଂପୃକ୍ତି ଅଛି କି ନାହିଁ ଚାଲିଛି ତଦନ୍ତ ।

ତେବେ ଏନସିବି ର ପ୍ରଶ୍ନ ଉପରେ ପ୍ରଶ୍ନ ପଚାରିବା ସମୟରେ କାନ୍ଦି ପକେଇଛନ୍ତି ଆର୍ଯ୍ୟନ ଖାନ । ଡ୍ରଗ୍ସ ନେଉଥିବା ଓ ବିକା କିଣା ରେ ହାତ ଥିବା ମାନିଛନ୍ତି । ସେପଟେ ଶାହରୁଖ ଖାନ ତାଙ୍କ ଫିଲ୍ମ ଶୁଟିଙ୍ଗ କୁ ସ୍ଥଗିତ କରିଥିବା ର ସୂଚନା ମିଳୁଛି । ତେବେ ଆଗକୁ ତଦନ୍ତ ହେଲେ ସବୁ ସ୍ପଷ୍ଟ ହେବା ସହ ଏହାର ମୂଳ ରେ କିଏ ଅଛି ସୁରାକ ମିଳିବାର ସମ୍ଭାବନା ଆଶା କରାଯାଉଛି ।

Leave a Reply

Your email address will not be published. Required fields are marked *