ରାଜ୍ୟ ଖବର

ନିର୍ବାଚନ ଜିତିବା ପରେ କେମିତି ଖୁସି ମନାଉଛନ୍ତି ରୁଦ୍ର ମହାରଥୀ ଦେଖନ୍ତୁ

ଆପଣ ମାନେ ସମସ୍ତେ ଇଲେକ୍ସନ ଓ ତାର ଫଳା ଫଳ କୁ ଅପେକ୍ଷା କରି ରହି ଥାନ୍ତି । ସମସ୍ତଙ୍କ ନଜର ଥାଏ ଏଥର କିଏ ସେ ମୁକୁଟ ପିନ୍ଧିବ ବା ବିଜେତା ହେବ । ଆସନ୍ତୁ ସେମିତି କିଛି ଖବର ସମ୍ପର୍କରେ ନଜର ପକେଇବା ।

ଦୀର୍ଘ ୧ ବର୍ଷ ଧରି ସମସ୍ତଙ୍କ ନଜର ଥିଲା ପିପିଲି ଉପରେ । ପିପିଲି ର ପୂର୍ବତନ ବିଧାୟକ ସ୍ୱର୍ଗତ ପ୍ରଦୀପ ମହାରଥୀ ଙ୍କ ଦେହାନ୍ତ ପରେ ତାଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ ନିର୍ବାଚନ ପାଇଁ ଆଗକୁ ଆସିଥିଲେ । ସାଙ୍ଗରେ ଥିଲେ ପୂରା ପରିବାର । ସମସ୍ତଙ୍କ ଚେଷ୍ଟା ଓ ଆଶିଷ ରେ ଆଗକୁ ବଢିଲେ ରୁଦ୍ର ।

ତେବେ ସବୁ ପରିଶ୍ରମ ରଙ୍ଗ ଆଣିଲା ଓ ପ୍ରତିଦ୍ୱନ୍ଦୀ ବିଜେପି ପ୍ରଥୀଙ୍କୁ ୨୦ ହଜାର ୯୧୬ ଭୋଟ ବ୍ୟବଧାନ ରେ ପରା ଜିତ କରି ପିପିଲି ନିର୍ବାଚନ ରେ ବିଜୟ ହାସଲ କରିଛନ୍ତି ରୁଦ୍ର ପ୍ରତାପ ମହାରଥୀ । ଏ ବିଜୟ ପରେ ସବୁ ଆଡେ ଚର୍ଚ୍ଚା ଓ ଖୁସି ଦେଖିବାକୁ ମିଳିଥିଲା । ପୁରା ପରିବାର ଓ ସମର୍ଥକ ମାନେ ବାଜା ବଜେଇ ଖୁସି ମନେଇ ଥିଲେ ।

ପୂରା ପରିବାର ଖୁସି ହେବ ସହ ।ରୁଦ୍ର ପିପିଲି ବାସୀ ଙ୍କ ସେବା କରିବାର ର ସୁଯୋଗ ମିଳିଲା ବୋଲି କହିଛନ୍ତି । ଓ ବାପା ଙ୍କ ଅଧୁରା କାମ କୁ ପୁରା କରିବେ ଓ ଯାହା କାମ ଅଛି ସବୁ ଭଲ ଭାବରେ କରିବେ ବୋଲି କହିଛନ୍ତି । ଏବଂ ଏହି ବିଜୟ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଲୋକ ପ୍ରିୟତା କୁ ମୁଖ୍ୟ ଦେଇଛନ୍ତି । ତେବେ ଫଳାଫଳ ବାହାରିବା ଦିନ ସ୍ୱର୍ଗତ ପ୍ରଦୀପ ମହାରଥୀ ଙ୍କ ଶ୍ରାଦ୍ଧ ବାର୍ଷିକୀ ଥିଲା । ସତରେ ପରିବାର ପାଇଁ ଏହି ମୁହୁର୍ତ୍ତ ଚିର ସ୍ମରଣୀୟ ହୋଇ ରହିବ ।

Leave a Reply

Your email address will not be published. Required fields are marked *