ଦୁଇ ଜଣ ନାରୀଙ୍କ ୨ ଟି ଚିତ୍ର।ଜଣେ ହେଉଛନ୍ତି ତପସ୍ୱିନୀ ଆଉ ଅନ୍ୟ ଜଣ ହେଉଛନ୍ତି ଓଲିଉଡ କୁଇନ ବର୍ଷା ପ୍ରୟଦର୍ଶିନୀ।ଜଣେ ସ୍ବାମୀଙ୍କ ଘର ଭିତରେ ଅଛନ୍ତି ଏବଂ ଅନ୍ୟ ଜଣେ ପୁଣି ବସିଛନ୍ତି ଶାଶୁଘର ଦାଣ୍ଡ ଦୁଆରେ।ବ୍ରହ୍ମପୁରରେ ରେ ଘଟିଛି ଏକ ଦୁଃଖଦ ଘଟଣା।
ସାରା ଓଡ଼ିଶା ଏତେ ଶୀତରେ ଥରୁ ଥିଲା ବେଳେ ତପଶ୍ଵନି ଦାସ୍ ନିଜ ସ୍ବାମୀଙ୍କୁ ପାଇବା ଜିଦ୍ ରେ ଶାଶୁଘର ଦୁଆର ମୁହଁରେ ଦିନ ରାତି ବସି ରହିଛନ୍ତି।ଜିଦ୍ କରିଛନ୍ତି ସେ ତାଙ୍କ ସ୍ବାମୀଙ୍କ ଘରେ ରହିବେ।କୋର୍ଟରେ କେସ ଚାଲିଛି।କେହି କେହି ଏହାକୁ ଦୁର୍ବଳ ନ୍ୟାୟ ବ୍ୟବସ୍ଥା ପବ୍ଲିକ ପଦର୍ଶନ୍ ବୋଲି କହୁଛନ୍ତି।
ମୁଖ୍ୟମନ୍ତ୍ରୀ ଓ ବାଚସ୍ପତି ଜିଲ୍ଲାରେ ମହିଳାର ମର୍ଯ୍ୟାଦା ଟା କଣ ପ୍ରମାଣ ଦେଉଛନ୍ତି।ରାଜ୍ୟରେ ଆଉ ଜଣେ ଚର୍ଚ୍ଚିତ ମହିଳା ଅନୁଭବ ମହାନ୍ତିଙ୍କ ସ୍ତ୍ରୀ ବର୍ଷା ପ୍ରୟଦର୍ଶିନୀ।ଉଭୟଙ୍କ ମଧ୍ୟରେ ଛାଡ଼ପତ୍ର ମାମଲା କୋର୍ଟରେ ବିଚାର ଦିନ ରହିଛି। ବର୍ଷା କିନ୍ତୁ ଅନୁଭବ ଙ୍କ ଘର ଛାଡ଼ି କୁଆଡେ ଯାଇନାହାନ୍ତି।
ଅନୁଭବ ଙ୍କ ଘର ଲୋକ କେହି କଥା ନ ହେଉଥିଲେ ମଧ୍ୟ ସେ ସେଠାରେ ରହୁଛନ୍ତି ଓ ଖାଉଛନ୍ତି ।ବର୍ଷା ଙ୍କ ଦାୟିତ୍ଵ କଟକ ପୋଲିସ ନେଇଛନ୍ତି। ନବୀନ ସରକାରଙ୍କ ଅମଳରେ କାହିଁକି ଏଭଳି ଦୋ ମୁହାଁ କଥା ଦେଖିବାକୁ ମିଳୁଛି?କେଉଁଠି ପୋଲିସ ଙ୍କ ଚାପ୍ ପଡୁଛି ଏବଂ ଆଉ କେଉଁଠି ମାମଲା ଚାପି ଦେଉଛନ୍ତି।