ମନୋରଞ୍ଜନ

ଆମେ ୨୧ ବର୍ଷ ର marriage କଲେ ବହୁତ୍ ଖୁସି ହେବୁ ବୋଲି କହିଲେ ଯୁବତୀ ମାନେ..

୨୧ ବର୍ଷରେ ଝିଅ ମାନଙ୍କ ବାହାଘର ହେବା କଥା ଶୁଣି ଲୋକମାନେ କଣ ମନ୍ତବ୍ୟ ଦେଉଛନ୍ତି ଜାଣନ୍ତୁ।ପୁଅ ଝିଅ ସମାନ।ପୁଅ ଯଦି ୨୧ ବର୍ଷରେ ବାହା ହେବେ ତାହେଲେ ଝିଅ ମାନେ କାହିଁକି ୧୮ ବର୍ଷରେ ବାହା କରିବେ?ଆଉ କିଏ କହିଛନ୍ତି ୧୮ ବର୍ଷ ଠିକ ବୟସ ନୁହେଁ ବାହା ହେବା ପାଇଁ।

୨୧ ବର୍ଷ ଭିତରେ ଝିଅ ମାନେ ଯଦି ନିଜେ ସ୍ଵାଧୀନତା ପାଉଛନ୍ତି ତାହେଲେ ଦେଶର ଆହୁରି ଉନ୍ନତି ହେବ।ବହୁତ୍ ଭଲ ନିଷ୍ପତି ନିଆ ଯାଇଛି।ସେମାନେ ନିଜର ଗ୍ରାଜୁଏସନ୍ ପାସ କରିପାରିବେ।ପଢା ଆଗରୁ ହିଁ ବାହାଘର କରେଇ ଦେଉଥିଲେ।ଦୁନିଆ କଣ ବୁଝିପାରିବେ।ତାପରେ ନିଜ ପାର୍ଟନର ବାଛିପାରିବେ।

୧୮ ପୂର୍ବରୁ ଯେଉଁ ଝିଅ ମାନେ ବାହା ହେଇଥାନ୍ତି ସେମାନେ ତାଙ୍କ ଲକ୍ଷ୍ୟ ପୂରଣ କରିପାରନ୍ତି ନାହିଁ।ପାରିବାରିକ ସାଂସାରିକ ଭିତରେ ରହି ନିଜେ ଦବି ଯାଉଛନ୍ତି।ଝିଅମାନେ ଆର୍ଥିକ କରିବା ପାଇଁ ସ୍ଵାଧୀନତା ରହିବା ଦରକାର।ବିବାହ କରିବା ପାଇଁ ଏକ ପ୍ରାପ୍ତ ବୟସ ହେବା ଦରକାର।

ବୟସ ସହିତ କେବଳ ଛୁଆ ଜନ୍ମ କରି ତାର ଯେଉଁ ଲାଳନପାଳନ ରେ ଯେମିତି ଭୂମିକା ହୋଇପାରିବ ,ଶିକ୍ଷା ଦେଇପାରିବେ।ଗୋଟେ ଶିକ୍ଷିତ ସମାଜରେ ସେମାନଙ୍କୁ ଭଲ ଭାବରେ ଗଢି ପାରିବେ।ଯଦି ୨୧ବର୍ଷ ପରେ ଭୂମିକା ଟା ଗୁରୁତ୍ଵ ପୂର୍ଣ୍ଣ ହୋଇଥାଏ।ସେମାନେ ନିଜ କ୍ୟାରିଅର କୁ ପ୍ରାଧାନ୍ୟ ଦେବା କଥା।ଆଗ ଝିଅ ମାନେ ଲାଇଫ ର ମାନେ ବୁଝନ୍ତ୍।

Leave a Reply

Your email address will not be published. Required fields are marked *