ଆଣ୍ଠୁଏ ବରଫରେ ସୀମା ଜଗିଛି ବୀର ପୁଅ ଦେଖନ୍ତୁ ଏହି Exclusive Report ହୃଦୟରୁ ଥରୁଟିଏ ଲେଖନ୍ତୁ ଜୟ ହିନ୍ଦ୍

ସୀମାରେ ଶତ୍ରୁ ଙ୍କୁ ପୁରେଇ ନ ଦେବା ପାଇଁ ଜଗିକି ରହିଛନ୍ତି ବୀର ଯବାନ।ବରଫ ପଡ଼ିଥାଉ କି ବିଜୁଳି ମାରୁ ଥାଉ, ପାଦକୁ ପଥର କରିବେ,ଛାତିକୁ ଛପନ ଇଞ୍ଚ୍ କରିବେ।

ସେ ଅଛନ୍ତି କୌଣସି ଶତ୍ରୁ ଏକ ଇଞ୍ଚ୍ ବି ନେଇପାରିବେ ନାହିଁ।ଦେଶ ସେବା କରିବା ପାଇଁ ସମସ୍ତଙ୍କ ଭାଗ୍ୟରେ ଲେଖା ହୋଇନଥାଏ।ବଳିଦାନ ପଛକେ ସେ ଦେବେ କିନ୍ତୁ ତାଙ୍କ ମୁଣ୍ଡ କେବେ ଶତ୍ରୁ ମାନଙ୍କ ଆଗରେ ନୁଆଁଇବେ ନାହିଁ।

ଶୀତ ଦିନେ ପାରଦ ଟିକେ ତଳକୁ ଖସିଲେ ସମସ୍ତେ ଝରକା,କବାଟ ଦେଇ ରହୁଛନ୍ତି।କିନ୍ତୁ ଏଠି ଯବାନ ଙ୍କ ପାଖରେ ନା ଅଛି ଛାତ, ନା ସେଠି କୋଉଠି ବସିବା ପାଇଁ ଗଛ ରହିଛି।କିନ୍ତୁ ବରଫ ଚାରିଆଡ଼େ ପଡି ସେଠାରେ ବହୁତ ଶୀତ ଲାଗୁଅଛି।

ବରଫ ଏମିତି ପଡୁଛି ଯେ ଯବାନଙ୍କ ମୁଣ୍ଡରୁ ପିଠି ହୋଇ ଆଣ୍ଠୁଏ ବରଫ ହୋଇଗଲାଣି।ହାତରେ ରାଇଫଲ ନାମକ ଅସ୍ତ୍ରକୁ ଧରି ଜାଗ୍ରତ ପ୍ରହରି ସାଜି ଛିଡ଼ା ହୋଇଥିବା ଯବାନ ମାନଙ୍କ ପାଇଁ ଏହି ଛାତି ଗର୍ବରେ ଫୁଲି ଉଠୁଛି।

ଏହି ଦୃଶ୍ୟ ଟି ଜାମ୍ମୁକାଶ୍ମୀର ର ସୀମାରୁ ଆସିଛି।ପ୍ରତିରକ୍ଷା ମନ୍ତ୍ରଣାଳୟରୁ ଉଦମ୍ପୁର ଅଫିସିଆଲ୍ ଟୁଇଟର ରୁ ଯବାନ ଙ୍କ ସମର୍ପଣ ର ଏହି ଭିଡିଓ ଟି ପୋଷ୍ଟ କରିଛନ୍ତି।ସେଥିରେ ଲେଖା ହେଇଛି ଲକ୍ଷସ୍ତଳରେ ସହଜରେ ପହଞ୍ଚି ପାରିବା ନାହିଁ।

କିନ୍ତୁ ଦୃଢ଼ ଇଛା ଶକ୍ତି ଆଉ ବଳିଦାନ ଦ୍ଵାରା ସେ ତାଙ୍କ ଲକ୍ଷ୍ୟ ହାସଲ କରିପାରିବେ।ଏହି ଜୀବନ ଗୋଟିଏ ଥର ମିଳିଛି।କିନ୍ତୁ ଦେଶ ପାଇଁ ବଳିଦାନ ଦେବ କିଏ?ପଥର ଭଳି ସୀମାରେ ଛିଡ଼ା ହେବ କିଏ?ଆଣ୍ଠୁଏ ବରଫ ରେ ଛିଡ଼ା ହେବା ଜଣେ ସାହସୀ ଯବାନ ହିଁ କରିପାରିବେ।

 

Leave a Comment

Your email address will not be published. Required fields are marked *

Scroll to Top